Advertisment

କେଉଁ ଦଳକୁ ମିଳିଛି କେତେ ଚାନ୍ଦା ? ତଥ୍ୟ ଦେଇଛି ADR ରିପୋର୍ଟ

୫୪ ଆଞ୍ଚଳିକ ଦଳ ମଧ୍ୟରୁ ୩୩ଟି ଦଳ ଉପରେ ADR ତଥ୍ୟ ଦେଇଛି। ତେବେ ୧୯ ଦଳ ସେମାନଙ୍କ ଚାନ୍ଦା ବାବଦ ଆୟ ବାବଦରେ ସମୟ ସୀମା ମଧ୍ୟରେ ତଥ୍ୟ ଦାଖଲ କରିଥିବା ବେଳେ ଅନ୍ୟ ୧୪ ଦଳ ବିଳମ୍ବରେ ତଥ୍ୟ ଦାଖଲ କରିଛନ୍ତି।

author-image
Chandan Shishu
ଅଦ୍ୟତନ ହୋଇଛି
26 regional parties got donations in FY 2021-22

26 regional parties got donations in FY 2021-22

କେଉଁ ଦଳକୁ ମିଳିଛି କେତେ ଚାନ୍ଦା । ଦେଶର ଆଞ୍ଚଳିକ ରାଜନୈତିକ ଦଳ ନିର୍ବାଚନ କମିଶନଙ୍କ ନିକଟରେ ଦାଖଲ କରିଥିବା ରିପୋର୍ଟ ଆଧାରରେ ତଥ୍ୟ ଦେଇଛି ଆସୋସିଏସନ ଫର ଡେମୋକ୍ରାଟିକ ରିଫର୍ମସ। ୨୦୨୧-୨୨ ବର୍ଷର ADR ତଥ୍ୟ ଅନୁଯାୟୀ ୨୬ଟି ଆଞ୍ଚଳିକ ଦଳଙ୍କୁ ମିଳିଛି ୧୮୯ କୋଟି ଟଙ୍କା ଚାନ୍ଦା । ସେଥିରୁ ୮୫ ପ୍ରତିଶତ ଚାନ୍ଦା କେବଳ ୫ଟି ଦଳକୁ ଯାଇଛି । ତେବେ ବିଜୁ ଜନତା ଦଳ ଏହି ସମୟରେ ଚାନ୍ଦା ବାବଦରେ କିଛି ପାଇନଥିବା ଦର୍ଶାଇଛି ।

Advertisment

ADR ରିପୋର୍ଟ ଅନୁୟାୟୀ ୨୦୨୧-୨୨ରେ ବିଜେଡି ଚାନ୍ଦା ବାବଦରେ କିଛି ଟଙ୍କା ପାଇନଥିବା ତଥ୍ୟ ଦିଆଯାଇଛି। କେବଳ ବିଜେଡି ନୁହେଁ, ଅନ୍ୟ ୬ଟି ଦଳ AIADMK, NDPP, SDF, AIFB, PMK, JKNC ଭଳି ଦଳ ମଧ୍ୟ ଏହି ସମୟରେ ଚାନ୍ଦା ବାବଦରେ କୌଣସି ଟଙ୍କା ପାଇନାହାନ୍ତି । ତେବେ ଟିଆରଏସ ସବୁଠୁ ଅଧିକ ଚାନ୍ଦା ଅର୍ଥାତ ୪୦କୋଟି ୯୦ ଲକ୍ଷ ଟଙ୍କା ପାଇଛି।

୫୪ ଆଞ୍ଚଳିକ ଦଳ ମଧ୍ୟରୁ ୩୩ଟି ଦଳ ଉପରେ ADR ତଥ୍ୟ ଦେଇଛି। ତେବେ ୧୯ ଦଳ ସେମାନଙ୍କ ଚାନ୍ଦା ବାବଦ ଆୟ ବାବଦରେ ସମୟ ସୀମା ମଧ୍ୟରେ ତଥ୍ୟ ଦାଖଲ କରିଥିବା ବେଳେ ଅନ୍ୟ ୧୪ ଦଳ ବିଳମ୍ବରେ ତଥ୍ୟ ଦାଖଲ କରିଛନ୍ତି। ତେବେ ପୂର୍ବରୁ ଆସିଥିବା ADR ରିପୋର୍ଟରେ ବିଜେଡି ଦେଶର ଦ୍ୱିତୀୟ ଆଞ୍ଚଳିକ ଧନୀ ଦଳ ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦେଶର ତୃତୀୟ ଧନୀ ମୁଖ୍ୟମନ୍ତ୍ରୀ ଭାବେ ତଥ୍ୟ ଦିଆଯାଇଥିଲା। 

Advertisment
BJD ADR Report
Advertisment
Advertisment