Advertisment

କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ସଙ୍କେତ- ଓଡ଼ିଶାରେ ଆଗୁଆ ହେବ ୨୦୨୪ ନିର୍ବାଚନ !

୨୦୨୪ ନିର୍ବାଚନରେ ପଦ୍ମପୁର ରେଜଲ୍ଟର ପ୍ରଭାବ ପକାଇବ କି ବୋଲି ପ୍ରଶ୍ନରେ ପ୍ରତିକ୍ରିୟା ରଖି ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି ଯେ, ଶୁଣୁଛି ଏଠି କ’ଣ ଆଗୁଆ ନିର୍ବାଚନ ହେବ।

author-image
Rajalaxmi Sahoo
ଅଦ୍ୟତନ ହୋଇଛି
2024 General Elections: Will there be early polls in Odisha

2024 General Elections: Will there be early polls in Odisha

ପଦ୍ମପୁର ଉପନିର୍ବାଚନ ଫଳାଫଳକୁ ନେଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି ଯେ, ପଦ୍ମପୁରରେ ଯାହା ଭାବିଥିଲୁ ହେଲାନି, ଜନାଦେଶକୁ ସ୍ୱୀକାର କରୁଛୁ। ଯିଏ ବିଜୟୀ ହୁଅନ୍ତି ଖୁସି ହେବା ସ୍ୱାଭାବିକ, ବଢ଼େଇକି କହୁଛନ୍ତି। ଯାହାର ଯେମିତି ସଂସ୍କାର, ସିଏ ସେମିତି ପ୍ରତିକ୍ରିୟା ଦେବ।

Advertisment

ଧର୍ମେନ୍ଦ୍ର ପ୍ରଧାନ ଆହୁରି କହିଛନ୍ତି ଯେ, ଜାଣିବା ଉଚିତ୍‌ ଯେ ପଦ୍ମପୁରରେ ବିଜେପି ୭୮ ହଜାର ଭୋଟ୍‌ ପାଇଛି। ସେଥିମଧ୍ୟରେ କ’ଣ ମହିଳାଙ୍କ ଭୋଟ୍‌ ନାହିଁ କି ବୋଲି କେନ୍ଦ୍ରମନ୍ତ୍ରୀ ପ୍ରଶ୍ନ କରିଛନ୍ତି।ରାଜ୍ୟରେ ବିଗତ ୩ ବର୍ଷରେ ମହିଳାଙ୍କ ପ୍ରତି ନିର୍ଯାତନା ବଢ଼ିଛି।

୨୦୨୪ ନିର୍ବାଚନରେ ପଦ୍ମପୁର ରେଜଲ୍ଟର ପ୍ରଭାବ ପକାଇବ କି ବୋଲି ପ୍ରଶ୍ନରେ ପ୍ରତିକ୍ରିୟା ରଖି ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି ଯେ, ଶୁଣୁଛି ଏଠି କ’ଣ ଆଗୁଆ ନିର୍ବାଚନ ହେବ। ମୋର ପୁରା ବିଶ୍ୱାସ ଓଡ଼ିଶାର ବିକାଶ ପାଇଁ ଓଡ଼ିଆ ଲୋକେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଅଧିକ ଭରସା କରୁଛନ୍ତି, ଆଗକୁ ମଧ୍ୟ କରିବେ। 

Advertisment

ସେପଟେ, ପଦ୍ମପୁର ଉପନିର୍ବାଚନରେ କାହିଁକି ହାରିଲା ବିଜେପି ଓ କଂଗ୍ରେସ ? ଦଳକୁ ଏତେ ଶୋଚନୀୟ ପରାଜୟ କେମିତି ଦେଖିବାକୁ ପଡ଼ିଲା। ଏନେଇ ଏବେ ସମୀକ୍ଷା କରୁଛନ୍ତି ଦୁଇ ଦଳ। ବିଜେଡିକୁ ପ୍ରଚାରରେ କଡ଼ା ଫାଇଟ୍ ଦେଉଥିବା ବିଜେପି କ୍ୟାମ୍ପରେ ଏବେ ଚାଲିଛି କାରଣ ଖୋଜା। କଂଗ୍ରେସ ଭୋଟ୍ ସମ୍ପୂର୍ଣ୍ଣ ଭାବେ ବିଜେଡିକୁ ଗଲା। ଯାହା ବିଜୟର ବଡ଼ ଫ୍ୟାକ୍ଟର ବୋଲି ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର କହିଛନ୍ତି।

Dharmendra Pradhan General Elections 2024
Advertisment
Advertisment