Advertisment

ନୂଆ ସଂସଦ ଭବନ ଉଦ୍‌ଘାଟନୀ କାର୍ଯ୍ୟକ୍ରମକୁ ୧୯ ବିରୋଧୀ ଦଳଙ୍କ ବର୍ଜନ, ହେଲେ ଯୋଗ ଦେବ ବିଜେଡି

ଆସନ୍ତା ୨୮ ତାରିଖରେ ହେବାକୁ ଥିବା ନୂଆ ସଂସଦ ଭବନ ଉଦ୍‌ଘାଟନୀ କାର୍ଯ୍ୟକ୍ରମ ବର୍ଜନ ନେଇ ୧୯ ବିରୋଧୀ ଦଳ ମିଳିତ ଘୋଷଣା କରିଛନ୍ତି। ହେଲେ ଏଥିରେ ଯୋଗ ଦେବ ବିଜେଡି।

ଅଦ୍ୟତନ ହୋଇଛି
New Parliament Building Inauguration

New Parliament Inauguration

Advertisment

ନୂଆ ସଂସଦ ଭବନ ଉଦ୍‌ଘାଟନୀ କାର୍ଯ୍ୟକ୍ରମକୁ ନେଇ ବଢୁଛି ବିରୋଧାଭାସ। ଆସନ୍ତା ୨୮ ତାରିଖରେ ହେବାକୁ ଥିବା ଉଦ୍‌ଘାଟନୀ କାର୍ଯ୍ୟକ୍ରମ ବର୍ଜନ ନେଇ ୧୯ ବିରୋଧୀ ଦଳ ମିଳିତ ଘୋଷଣା କରିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦ୍ୱାରା ଉଦ୍‌ଘାଟନକୁ ବିରୋଧୀ ଦଳ ଗୁଡ଼ିକ ବିରୋଧ କରିବା ସହ କହିଛନ୍ତି, ପ୍ରଧାନମନ୍ତ୍ରୀ ନୁହନ୍ତି, ବରଂ ରାଷ୍ଟ୍ରପତି ନୂଆ ସଂସଦ ଭବନ ଉଦ୍‌ଘାଟନ କରିବା ଉଚିତ୍‌।

Advertisment

ଅଧିକ ପଢ଼ନ୍ତୁ: ନୂଆ ସଂସଦ ଭବନରେ ଶୋଭା ପାଇବ 'ସେଙ୍ଗୋଲ'

ରାଷ୍ଟ୍ରପତି କେବଳ ରାଷ୍ଟ୍ରମୁଖ୍ୟ ନୁହଁନ୍ତି ବରଂ ସଂସଦର ଉଭୟ ସଦନର ମୁଖ୍ୟ। ରାଷ୍ଟ୍ରପତିଙ୍କ ବିନା ସଂସଦ ପରିଚାଳନା କରାଯାଇ ପାରିବନି। ମାତ୍ର ନୂଆ ସଂସଦ ଭବନ ରାଷ୍ଟ୍ରପତିଙ୍କ ହାତରେ କରାନଯିବା ସିଧାସଳଖ ତାଙ୍କ ପ୍ରତି ଅପମାନ ବୋଲି ବିରୋଧୀ କହିଛନ୍ତି। କଂଗ୍ରେସ, ଆପ୍, ଟିଏମ୍‌ସି, ସିପିଆଇ, ଶିବସେନା,  ସମାଜବାଦୀ ପାର୍ଟି, ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚା, ଜେଡିୟୁ, ଏନ୍‌ସିପି, ଆରଜେଡି ଭଳି ୧୯ଟି ଦଳ ଏନେଇ ମିଳିତ ଇସ୍ତାହାର ଜାରି କରିଛନ୍ତି ।

ସେପଟେ ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ୱାଏସ୍ ଜଗନମୋହନ ରେଡ୍ଡିଙ୍କ ଦଳ YSRCP ଏହି କାର୍ଯ୍ୟକ୍ରମରେ ଯୋଗ ଦେବାକୁ ନିଷ୍ପତ୍ତି ନେଇଛି । ଅନ୍ୟ ଦଳମାନଙ୍କୁ ମଧ୍ୟ ଏଥିରେ ଯୋଗ ଦେବାକୁ ଜଗନମୋହନ ଅପିଲ୍ କରିଛନ୍ତି। ସେପଟେ କାର୍ଯ୍ୟକ୍ରମକୁ ବର୍ଜନ କରିଥିବା ବିରୋଧୀ ଦଳଙ୍କ ଅଭିଯୋଗର ଜବାବ ରଖିଛି ବିଜେପି।

Advertisment

ଅନ୍ୟପକ୍ଷେ, ନୂଆ ସଂସଦ ଭବନ ଲୋକାର୍ପଣ ଉତ୍ସବକୁ ୧୯ଟି ବିରୋଧୀ ଦଳ ବର୍ଜନ କରିବାକୁ ନିଷ୍ପତ୍ତି ନେଇଥିବା ବେଳେ, ଏଥିରେ ଯୋଗ ଦେବ ବିଜେଡି। ଆସନ୍ତା ୨୮ ତାରିଖରେ ହେବାକୁ ଥିବା ନୂଆ ସଂସଦ ଭବନ ଲୋକାର୍ପଣ କାର୍ଯ୍ୟକ୍ରମରେ ଯୋଗ ଦେବାକୁ ବିଜେଡି ନିଷ୍ପତ୍ତି ନେଇଛି। ଏନେଇ ଦଳ ପକ୍ଷରୁ ପ୍ରେସ୍ ବିଜ୍ଞପ୍ତି ଜରିଆରେ ସୂଚନା ଦିଆଯାଇଛି । ରାଷ୍ଟ୍ରପତି ଭାରତ ଦେଶର ମୁଖ୍ୟ ହେଲେ, ସଂସଦ ୧୪୦ କୋଟି ଭାରତୀୟଙ୍କର ପ୍ରତୀକ। ତେଣୁ ଏହି କାର୍ଯ୍ୟକ୍ରମରେ ଯୋଗ ଦେବାକୁ ବିଜେଡି ନିଷ୍ପତ୍ତି ନେଇଛି ବୋଲି ଦଳ ପକ୍ଷରୁ କୁହାଯାଇଛି। ଏନେଇ ପ୍ରତିକ୍ରିୟା ରଖିଛନ୍ତି କଂଗ୍ରେସ ଓ ବିଜେପି। 

ଅଧିକ ପଢ଼ନ୍ତୁ: ନୂଆ ସଂସଦ ଭବନ 'ଲୋକାର୍ପଣ' କେଁ, ସେଣ୍ଟ୍ରାଲ ଭିଷ୍ଟାର ପିଛା ଛାଡ଼ୁନି ରାଜନୈତିକ ବିବାଦ

Advertisment

ପ୍ରଦେଶ କଂଗ୍ରେସ ସଭାପତି କହିଛନ୍ତି ଯେ, ବିଜେଡି-ବିଜେପି ଭାଇ ଭାଇ ବୋଲି ପୁଣିଥରେ ପ୍ରମାଣିତ ହୋଇଛି । ତେଣୁ ଏଥିରେ ଆଶ୍ଚର୍ଯ୍ୟ ହେବାର କିଛି ନାହିଁ । ବିଜେପି କହିଛି, କେନ୍ଦ୍ର ସରକାର ସମସ୍ତ ରାଜନୈତିକ ଦଳକୁ ଏହି ଉଦ୍‌ଘାଟନୀ ଉତ୍ସବରେ ଯୋଗ ଦେବାକୁ ନିମନ୍ତ୍ରଣ କରିଛନ୍ତି । ଯେଉଁମାନେ ଯୋଗ ଦେଉଛନ୍ତି ସେମାନଙ୍କୁ ସ୍ୱାଗତ। ଯେଉଁମାନେ ଏହାକୁ ବିରୋଧ କରୁଛନ୍ତି, ସେମାନଙ୍କୁ ବିଜେପି ମୁଖପାତ୍ର ସମାଲୋଚନା କରିଛନ୍ତି।  

New Parliament Building
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ