Advertisment

ପଶ୍ଚିମବଙ୍ଗରେ ନିର୍ବାଚନୀ ନିଆଁ ! ପଞ୍ଚାୟତ ଭୋଟ୍ ବେଳେ ବ୍ୟାପକ ହିଂସା, ୧୬ ମୃତ

ବାଲଟ ବକ୍ସ ଲୁଟ୍, ପୋଡ଼ାଜଳା ଓ ବୁଥ୍ କ୍ୟାପ୍ଚରିଂ । ବହୁ ସ୍ଥାନରେ ମତଦାନ ସ୍ଥଗିତ ।

author-image
Satyendu Shekher Mishra
ଅଦ୍ୟତନ ହୋଇଛି
West Bengal Political Violence

West Bengal Political Violence

ନିର୍ବାଚନୀ ନିଆଁରେ ପୁଣି ଜଳିଲା ପଶ୍ଚିମବଙ୍ଗ। ପଶ୍ଚିମବଙ୍ଗରେ ପଞ୍ଚାୟତ ନିର୍ବାଚନ ଭୋଟ ବେଳେ ବ୍ୟାପକ ହିଂସା ଘଟି ୧୬ ଜଣଙ୍କର ମୃତ୍ୟୁ ହୋଇଛି। ବାଲାଟ ବକ୍ସ ଲୁଟ୍, ପୋଡ଼ାଜଳା ଓ ବୁଥ୍ କ୍ୟାପ୍ଚରିଂ ପାଇଁ ବହୁ ସ୍ଥାନରେ ମତଦାନ ସ୍ଥଗିତ ରହିଛି। ସ୍ଥିତିର ଗମ୍ଭୀରତାକୁ ଦେଖି ଆସନ୍ତା ୧୦ ଦିନ ପର୍ଯ୍ୟନ୍ତ ରାଜ୍ୟରେ କେନ୍ଦ୍ରୀୟ ଅର୍ଦ୍ଧ ସାମରିକ ବାହିନୀ ମୁତୟନ ରହିବ ବୋଲି ନିର୍ଦ୍ଦେଶ ଦିଆଯାଇଛି । ଗତକାଲି ପଞ୍ଚାୟତ ଭୋଟ୍ ଚାଲିଥିବା ବେଳେ ଦିନ ତମାମ ଜାରି ରହିଥିଲା ଆତଙ୍କର ବାତାବରଣ ।

Advertisment

ସାମ୍ନାକୁ ଆସିଥିଲା ବୁଥ୍ ଅକ୍ତିଆର, ଭଙ୍ଗାରୁଜା, ପୋଡ଼ାଜଳା ଓ ବାଲଟ୍ ବକ୍ସ ନଷ୍ଟ କରାଯିବାର ଗଣ୍ଡା ଗଣ୍ଡା ମାମଲା। ବିଭିନ୍ନ ସ୍ଥାନରେ ଦଳୀୟ କର୍ମୀଙ୍କ ମଧ୍ୟରେ ଭୀଷଣ ସଂଘର୍ଷ ହୋଇଥିବା ବେଳେ, କିଛି ସ୍ଥାନରେ ବୋମା ପଡ଼ିଥିଲା ଓ ଗୁଳି ବି ଫୁଟିଥିଲା। ପଶ୍ଚିମବଙ୍ଗର ୬୩ହଜାର ୨୨୯ ପଞ୍ଚାୟତ, ୯ହଜାର ୭୩୦ ପଞ୍ଚାୟତ ସମିତି ଏବଂ ୯୨୮ ଜିଲ୍ଲା ପରିଷଦ ପାଇଁ ଭୋଟିଂ ହୋଇଛି । ଜୁଲାଇ ୧୧ରେ ଫଳ ଘୋଷଣା ହେବ ।

Advertisment

ପଶ୍ଚିମବଙ୍ଗରେ ପଞ୍ଚାୟତ ନିର୍ବାଚନ ପାଇଁ ଆଜି ମତଦାନ ସରିଛି । ଜୁନ୍‌ ୮ରେ ପଞ୍ଚାୟତ ନିର୍ବାଚନ ନେଇ ତାରିଖ ଘୋଷଣା କରାଯାଇଥିଲା। ସେବେଠୁ ଆଜି ପର୍ଯ୍ୟନ୍ତ ଅନେକ ସ୍ଥାନରେ ହିଂସା ଘଟଣା ସାମ୍ନାକୁ ଆସିଛି। ଏମିତିକି ଶନିବାର ନିର୍ବାଚନ ବେଳେ ବି ବିଭିନ୍ନ ସ୍ଥାନରେ ହିଂସା ଦେଖିବାକୁ ମିଳିଛି । ରାଜନୈତିକ ହିଂସା ଯୋଗୁଁ ଏବେ ସୁଦ୍ଧା ୧୬ ଜଣ କର୍ମୀ ହତ୍ୟାର ଶିକାର ହୋଇଛନ୍ତି । ଏହି ନିର୍ବାଚନୀ ହିଂସା ନେଇ ପଶ୍ଚିମବଙ୍ଗ ବିଜେପି ସଭାପତି ସୁକାନ୍ତ ମଜୁମଦାରଙ୍କ ଠାରୁ ଫୋନ୍‌ ଯୋଗେ ପଚାରି ବୁଝିଛନ୍ତି ବିଜେପି ଅଧ୍ୟକ୍ଷ ତଥା ମନ୍ତ୍ରୀ ଜେପି ନଡ୍ଡା। ସେପଟେ କେନ୍ଦ୍ର ଗୃହ ମନ୍ତ୍ରଣାଳୟ ଏନେଇ ରାଜ୍ୟ ସରକାରଙ୍କ ଠାରୁ ରିପୋର୍ଟ ମାଗିଥିବା ସୂଚନା ମିଳିଛି।

ସୋସିଆଏ ମିଡିଆରେ TMC କର୍ମୀଙ୍କ ଦ୍ୱାରା ଘଟାଯାଇଥିବା ହିଂସାକାଣ୍ଡର ଅନେକ ଭିଡିଓ ଏବେ ଭାଇରାଲ ହେଉଛି । ବିଜେପି ନେତା ଅମିତ ମାଲବ୍ୟ ନିଜ ଟ୍ୱିଟର ହାଣ୍ଡେଲ୍‌ରେ କିଛି ଭିଡିଓ ପୋଷ୍ଟ କରିଛନ୍ତି । ଏହାସହ TMCର ଗୁଣ୍ଡାଗର୍ଦ୍ଦିକୁ ସେ ନିନ୍ଦା କରିଛନ୍ତି । କିଛି ସ୍ଥାନରେ ମହିଳାମାନେ ବାଲଟ ବକ୍ସ ଫିଙ୍ଗିଦେଇଥିବା ଭିଡିଓ ମଧ୍ୟ ଦେଖାଯାଇଛି । ମହିଳାଙ୍କ ଅଭିଯୋଗ ଯେ, ଉକ୍ତ ବୁଥ୍‌ରେ ରିଗିଂ କରାଯାଇଥିଲା । ସେହିଭଳି କିଛି କର୍ମୀ ବନ୍ଧୁକ ଧରି ହିଂସାକାଣ୍ଡ ଘଟାଇଥିବା ଭିଡିଓ ମଧ୍ୟ ଭାଇରାଲ ହୋଇଛି । 


— Amit Malviya (@amitmalviya) July 8, 2023

West Bengal Violence Election
Advertisment
Advertisment