Advertisment

Vastu Tips: ବେଡ୍‌ରୁମ୍‌ରେ ରଖିଛନ୍ତି କି ମିରର୍; ହୋଇପାରେ ଏହିସବୁ କ୍ଷତି

ବାସ୍ତୁରେ ବେଡ୍‌ରୁମ ଏକ ମଧୁର ଦାମ୍ପତ୍ୟ ଜୀବନ ଦେଇଥାଏ। ଏଠାରେ ଯଦି କିଛି ବାସ୍ତୁଗତ ତ୍ରୁଟିଥାଏ ତେବେ ଏହା ଅନେକ ସମସ୍ୟାର କାରଣ ହୋଇଥାଏ। ତେବେ ଆସନ୍ତୁ ବେଡ୍‌ରୁମ୍‌ର ବାସ୍ତୁ ଉପରେ ନଜର ପକେଇ ନେବା।

author-image
Saroj Kumar Maharana
ଅଦ୍ୟତନ ହୋଇଛି
Vastu Tips For Bedroom

Vastu tips for bedroom

ମଣିଷ ବାସ ପାଇଁ ଯେଉଁ ଭବନ ନିର୍ମାଣ କରିଥାଏ ତାହା ବାସ୍ତୁଶାସ୍ତ୍ର ମତରେ ହେଲେ ମଣିଷର ହିତ ସାଧନ ହୋଇଥାଏ ଏଥିରେ ସନ୍ଦେହ ନାହିଁ। 

Advertisment

ଏବେ ବାସ୍ତୁଶାସ୍ତ୍ରର ବହୁତ ଆଦର ଆମ ଦେଶ ସହିତ ବିଦେଶରେ ମଧ୍ୟ ବଢ଼ିବାରେ ଲାଗିଛି। କାରଣ ଏହି ବାସ୍ତୁବିଦ୍ୟାର ପ୍ରୟୋଗ ଦ୍ୱାରା ଜୀବନ ସୁଖମୟ ହୋଇପାରିଛି। ଏଣୁ ଏହାର ପ୍ରସାର ସଂସାର ପ୍ରତି ଶୁଭ ଲକ୍ଷଣ।

ଘରର ପ୍ରତ୍ୟେକ କୋଠରୀ ପାଇଁ ଭିନ୍ନ ଭିନ୍ନ ନିୟମ ରହିଛି। ଏହି ବାସ୍ତୁଶାସ୍ତ୍ରର ପ୍ରୟୋଗ ବେଡ୍‌ରୁମ୍‌ରେ କିପରି କରାଯିବ, ଯାହାଦ୍ୱାରା ଦାମ୍ପତ୍ୟ ଜୀବନ ସୁଖମୟ ହୋଇପାରିବ ଆସନ୍ତୁ ସେ ବିଷୟରେ ଜାଣିବା।

Advertisment

ଅଧିକ ପଢ଼ନ୍ତୁ: ଘର ଆଗରେ ବଗିଚାଟିଏ କରିବାକୁ ଚାହୁଁଛନ୍ତି କି…ପଢ଼ନ୍ତୁ ଏହି ବାସ୍ତୁ ନିୟମ

ଦାମ୍ପତ୍ୟ ସୁଖ ପାଇଁ ଗୃହ ମଧ୍ୟରେ ଶୟନ କକ୍ଷ ବା ବେଡ୍‌ରୁମ୍ ଆବଶ୍ୟକତା ରହିଛି। ବର୍ତ୍ତମାନ ବ୍ୟସ୍ତବହୁଳ ଜୀବନ ମଧ୍ୟରେ ଶାନ୍ତିରେ ବିଶ୍ରାମ କରିବା ପାଇଁ ଏକ ସ୍ୱତନ୍ତ୍ର ବେଡ୍‌ରୁମ୍‌ର ଆବଶ୍ୟକତା ରହିଛି। ଯଦି ଏହି ବେଡ୍‌ରୁମ୍‌ ବାସ୍ତୁ ନିୟମକୁ ଅନୁସରଣ କରିଥାଏ ତେବେ ଏହା ଭିତରକୁ ପଶିଗଲେ ଏହା ତୁରନ୍ତ ମାନସିକ ଶାନ୍ତି ଦେଇଥାଏ। ଶିଘ୍ର ନିଦ ମଧ୍ୟ ଆସିଥାଏ।

ଏହାଦ୍ୱାରା ଆମର ମାନସିକ ଓ ଶାରୀରିକ ସ୍ୱାସ୍ଥ୍ୟ ଭଲ ରହିଥାଏ ଯାହା ଦାମ୍ପତ୍ୟ ଜୀବନର ପ୍ରଥମ ସୋପାନ। ଏଣୁ ବେଡ୍‌ରୁମ୍ ବାସ୍ତୁରେ ଯେଉଁ ନିୟମ ପ୍ରତି ବିଶେଷ ଧ୍ୟାନ ଦେବା କଥା ତାହା ନିମ୍ନରେ ଦିଆଗଲା।

  • ବେଡରୁମ୍‌ରେ ବେଡ୍ ଏହିପରି ଭାବରେ ରଖିବେ ଯେମିତି ଶୋଇଲାବେଳେ ମୁଣ୍ଡ ପୂର୍ବ କିମ୍ବା ଦକ୍ଷିଣ ଦିଗକୁ ରହିବ।
  • ବେଡ୍‌କୁ କାନ୍ଥ ସହ ଲଗାଇ ରଖିବା ଅନୁଚିତ।
  • ବ୍ୟବହୃତ ବେଡ୍‌ସିଟ୍ ଏବଂ ତକିଆ ଖୋଳ ସଫା ଏବଂ ନିତ୍ୟ ପରିବର୍ତ୍ତନ କରିପାରିଲେ ଭଲ।
  • ବେଡ୍‌ସିଟ୍ ରଙ୍ଗ ସବୁବେଳେ ନିଜର ରାଶିକୁ ସୁହାଇଲା ପରି ହେବା ଦରକାର ଏବଂ ଏହା ଫିକା ରଙ୍ଗର ହେବା ଭଲ।
  • ବେଡ୍‌ରୁମ୍ ରଙ୍ଗ ଫିକା ନୀଳ, ହଳଦିଆ, ସବୁଜ ଓ ଗୋଲାପି ହେବା କଥା। ତେବେ ବେଡ୍‌ରୁମ୍ ବାସ୍ତୁର କେଉଁ ଜୋନ୍‌ରେ ଅଛି ଏବଂ କେଉଁ ରାଶିର ବ୍ୟକ୍ତି ବ୍ୟବହାର କରୁଛନ୍ତି ସେ ସବୁକୁ ଧ୍ୟାନ ରଖି ରଙ୍ଗ ବ୍ୟବହାର କଲେ ବିଶେଷ ଶୁଭଫଳ ପ୍ରାପ୍ତି ହୋଇଥାଏ।
  • ବେଡ୍‌ରୁମ୍‌ରେ କୌଣସି ବି ଅଳିଆ ଆବର୍ଜନା, ଭଙ୍ଗାରୁଜା ଇଲେକ୍ଟ୍ରିକାଲ୍ କିମ୍ବା ଇଲେକ୍ଟ୍ରୋନିକ୍ସ ଉପରକରଣ ରଖିବେ ନାହିଁ। ବନ୍ଦ ହୋଇ ରହିଥିବା ଘଣ୍ଟାକୁ ମଧ୍ୟ ରଖିବା ଅନୁଚିତ।
  • ବେଡ୍‌ରୁମ୍‌ରେ ସାଧାରଣତଃ ଡ୍ରେସିଂ ଟେବୁଲ୍ ବହୁତ ଲୋକ ରଖିଥାନ୍ତି କିନ୍ତୁ ଯେହେତୁ ଡ୍ରେସିଂ ଟେବୁଲ୍‌ରେ ଦର୍ପଣ ବ୍ୟବହାର କରାଯାଇଥାଏ ଏଣୁ ଏହା ଯଥା ସମ୍ଭବ ବେଡ୍‌ରୁମ୍‌ରେ ରଖନ୍ତୁ ନାହିଁ। ଯଦି ଅନ୍ୟ ଜାଗାରେ ରଖିବା ସୁବିଧା ନାହିଁ ତେବେ ଏହାକୁ ବ୍ୟବହାର କରିବା ସମୟକୁ ଛାଡ଼ି ଅନ୍ୟ ସମୟରେ ଘୋଡ଼ାଇ ରଖନ୍ତୁ କାରଣ ଏହି ଦର୍ପଣରୁ ନେଗେଟିଭ୍ ଏନର୍ଜି ବାହାରିଥାଏ ଯାହା ବେଡ୍‌ରୁମ୍‌ର ଏନର୍ଜିକୁ ଖରାପ କରିଥାଏ।
  • ପୂର୍ବରୁ ଘରର ଡ୍ରଇଁରୁମ୍‌ରେ ଟିଭି ରଖାଯାଉଥିଲା କିନ୍ତୁ ସମୟ ପରିବର୍ତ୍ତନ କ୍ରମେ ଏବେ ପ୍ରତ୍ୟେକ ରୁମ୍‌ରେ ଟିଭି ରଖାଯାଉଥିବାର ଦେଖିବାକୁ ମିଳୁଛି। ପ୍ରାୟତଃ ବେଡ୍ ସମ୍ମୁଖରେ ଟିଭି ରଖାଯାଇଛି। ଯାହାକୁ ଶୋଇବା ସମୟରେ ଦେଖିବା ପାଇଁ ସୁବିଧା ହେଉଛି। କିନ୍ତୁ ଏହା ଉଚିତ୍ ନୁହେଁ। କାରଣ ଟିଭିର ମ୍ୟାଗନେଟିକ୍ ତରଙ୍ଗ ଆମ ମନରେ ନେଗେଟିଭ୍‌ ପ୍ରଭାବ ପକେଇଥାଏ। ଏହା ସହିତ ଟିଭି ସ୍କ୍ରିନ୍ ମଧ୍ୟ ଦର୍ପଣ ପରି ନେଗେଟିଭ୍ ଏନର୍ଜି ଦେଇଥାଏ। ଏଣୁ ଶୋଇବା ସମୟରେ ଡ୍ରେସିଂ ଟେବୁଲର ଦର୍ପଣ ପରି ଟିଭିକୁ ମଧ୍ୟ ଘୋଡ଼ାଇ ରଖିବା ଭଲ। ବେଡ୍ ରୁମ୍‌ରେ କମ୍ପ୍ୟୁଟର ରଖିବା ମଧ୍ୟ ସମାନ ପ୍ରଭାବ ପକାଇଥାଏ। ଏହାକୁ ମଧ୍ୟ ବ୍ୟବହାର ନ କରିବା ସମୟରେ ଘୋଡ଼ାଇ ରଖିବେ।
  • ବେଡ୍‌ରୁମ୍‌ରେ ତାଜା ଥିଲେ ତାଜା ତଳେ କେବେବି ଶୋଇବେ ନାହିଁ। ତାଜା ତଳେ ଶୋଇଲେ ତାଜାରୁ ନେଗେଟିଭ୍‌ ଏନର୍ଜି ମନ ଉପରେ ନକରାତ୍ମକ ପ୍ରଭାବ ପକାଇଥାଏ।

ବେଡ୍‌ରୁମ୍‌ କଲାବେଳେ ଯଦି ଆମେ ଉପରୋକ୍ତ ବିଷୟ ପ୍ରତି ଯତ୍ନବାନ ହୋଇ ନିର୍ମାଣ କରିବା ଏବଂ ଏହାର ସାଜସଜା ପ୍ରତି ଧ୍ୟାନଦେବା ତେବେ ଆମେ ନିଶ୍ଚୟ ଶୁଭ ଫଳ ପାଇବା।

ଇମେଲ୍: [email protected]

(ବି.ଦ୍ର: ଏହି ଲେଖାରେ ଥିବା ସମସ୍ତ ତଥ୍ୟ ଲେଖକଙ୍କ ନିଜସ୍ୱ ମତ)

Vastu Tips For Home Vastu Tips For Bedroom Vastu Tips
Advertisment
Advertisment