Advertisment

Vastu Tips: ଘର ଆଗରେ ବଗିଚାଟିଏ କରିବାକୁ ଚାହୁଁଛନ୍ତି କି…ପଢ଼ନ୍ତୁ ଏହି ବାସ୍ତୁ ନିୟମ

ଆଜିକାଲି ଅଧିକାଂଶ ଲୋକଙ୍କୁ ବଗିଚା ନିଶା ଲାଗିଛି। ଏହା ଖାଲି ଘରର ଚାରିପାଖକୁ ସୌନ୍ଦର୍ଯ୍ୟ କରେ ନାହିଁ ବରଂ ପରିବେଶକୁ ମଧ୍ୟ ସୁସ୍ଥ ରଖିଥାଏ। ତେବେ ଏହି ବଗିଚା ଯଦି ବାସ୍ତୁମତେ ନ ହୁଏ ତେବେ ଅନେକ ଅଶୁଭ ଫଳ ମିଳିଥାଏ।

author-image
Saroj Kumar Maharana
ଅଦ୍ୟତନ ହୋଇଛି
Vastu Tips For Home Garden

Want to start a garden at home? Read on

ବାସ୍ତୁଶାସ୍ତ୍ର ଖାଲି ଗୃହ ମଧ୍ୟରେ ସିମିତ ନୁହେଁ, ଗୃହର ପାରିପାର୍ଶ୍ୱିକ ପରିବେଶ ମଧ୍ୟ ବାସ୍ତୁଶାସ୍ତ୍ର ଅନ୍ତର୍ଗତ। କେଉଁ ପରିବେଶରେ ବାସ କଲେ ଶୁଭ ଫଳ ମିଳିବ ତାହା ବାସ୍ତୁଶାସ୍ତ୍ରରେ ବର୍ଣ୍ଣିତ ଅଛି। ଏହି ପରିବେଶରେ ବଗିଚାରେ ବିଶେଷ ମହତ୍ତ୍ୱ ରହିଛି। ବଗିଚାରେ ବିଶେଷ ଗଛଲତା ଲଗାଯିବା ଦରକାର ଯାହା ବାସ୍ତୁ ଏବଂ ପରିବେଶ ଉପଯୋଗୀ ହେବା ଆବଶ୍ୟକ।

Advertisment

ବାସ୍ତୁଶାସ୍ତ୍ର ଭାରତୀୟ ପ୍ରାଚୀନ ଶାସ୍ତ୍ର ହୋଇଥିଲେ ବି ଏହା ଏବେ ଖାଲି ଭାରତ ମଧ୍ୟରେ ସୀମିତ ନାହିଁ ଏହାର ଉପାଦେୟତା ଦେଖି ଏବେ ପାଶ୍ଚାତ୍ୟ ଦେଶର ଲୋକମାନେ ମଧ୍ୟ ଏଥିପ୍ରତି ବିଶେଷ ଆକୃଷ୍ଟ ହେଉଛନ୍ତି। ଏହି ବାସ୍ତୁଶାସ୍ତ୍ର କେବଳ ପ୍ରାଚୀନ ଶାସ୍ତ୍ର ହୋଇ କି ନାହିଁ ଏହା ବୈଜ୍ଞାନିକ ଦୃଷ୍ଟିକୋଣରୁ ମଧ୍ୟ ବିଶେଷ ଉପଯୋଗୀ ବୋଲି ସମସ୍ତେ ହୃଦୟଙ୍ଗମ କଲେଣି। ଏନେଇ ବିଭିନ୍ନ ଦେଶରେ ଭାରତୀୟ ବାସ୍ତୁଶାସ୍ତ୍ରକୁ ଆଧାର କରି ସେହି ଦେଶର ପଣ୍ଡିତମାନେ ନିଜ ନିଜ ଦେଶର ସ୍ଥାନ, କାଳ ଓ ପାତ୍ରକୁ ବିଚାର କରି ବାସ୍ତୁଶାସ୍ତ୍ରର ରଚନା କରିଛନ୍ତି।

ଅଧିକ ପଢ଼ନ୍ତୁ: ଶୋଇବା ଘରକୁ ଲାଗି ପାଇଖାନା ଥିଲେ କ’ଣ କରିବେ ପ୍ରତିକାର, ଜାଣନ୍ତୁ...

Advertisment

ମୁଖ୍ୟତଃ ବିଚାର କରିବା କଥା ଯେ ବାସ୍ତୁକୁ ଏବେ ବିଶ୍ୱବ୍ୟାପୀ ବହୁଳଭାବରେ ବ୍ୟବହାର କରାଯାଉଛି। ଯେମିତି ଚୀନ ଦେଶର ବାସ୍ତୁକୁ ଆମ ଦେଶର ଲୋକମାନେ ମଧ୍ୟ ଆପଣେଇ ନେଇଛନ୍ତି ଯାହା ଫେଙ୍ଗ୍‌ସୁଲର ଓ ପିରାମିଡ୍ ବାସ୍ତୁ ନାମରେ ପରିଚୟ ପାଇଛି। ତେବେ ଆସନ୍ତୁ ଘରେ ବଗିଚାଟିଏ କଲେ କ’ଣ ସବୁ ବାସ୍ତୁ ନିୟମ ରହିଛି ସେ ବିଷୟରେ ଜାଣିବା।

  • ବଗିଚାରେ ତୁଳସୀ ଗଛ ଲଗାଇବାକୁ ଇଚ୍ଛା କଲେ ଉତ୍ତର କିମ୍ବା ଉତ୍ତର-ପୂର୍ବ ଦିଗରେ ଲଗାଇବା ଦ୍ୱାରା ଅନେକ ଶୁଭଫଳ ପ୍ରାପ୍ତି ହୋଇଥାଏ।
  • ଘରର ବଗିଚାରେ ବର କିମ୍ବା ଓସ୍ତ ଗଛ ଲଗାଇବା ଅଶୁଭପ୍ରଦ।
  • ଘରର ମୁଖ୍ୟଦ୍ୱାରର ଠିକ୍ ସମ୍ମୁଖ ଭାଗରେ ଯେମିତି କୌଣସି ବଡ଼ ଗଛ ନ ରୁହେ ସେଥିପ୍ରତି ବିଶେଷ ଧ୍ୟାନ ଦେବା ଆବଶ୍ୟକ। ଏହି ବଡ଼ ଗଛ ଘରକୁ ସକରାତ୍ମକ ଶକ୍ତି ପ୍ରବେଶରେ ବାଧା ସୃଷ୍ଟି କରିଥାଏ ।
  • ଘରର ଦକ୍ଷିଣ କିମ୍ବା ପଶ୍ଚିମ ପଟରେ ଉଚ୍ଚା ଏବଂ ଝଙ୍କାଳିଆ ଗଛ ଲଗାଇବା ଭଲ।
  • ଆମ୍ଭ, କଦଳୀ ଏବଂ ଜାମୁ ଭଳି ଗଛ ଘର ଠାରୁ ଟିକେ ଛାଡ଼ି ଲଗାଇବା ଭଲ।
  • ଲତା ଜାତୀୟ ଗଛ ଘରର ସମ୍ମୁଖରେ ଲଗାଇଲେ ଅନେକ ଶୁଭ ଫଳ ମିଳିଥାଏ ।
  • ଘର ମଧ୍ୟରେ କାକ୍ଟସ ଗଛ ଲଗାଇବା ଅଶୁଭ।
  • ବଗିଚାରେ ଅଳ୍ପ ଉଚ୍ଚତା ନଡ଼ିଆ କିମ୍ବା ଡାଳିମ୍ବ ଗଛ ଲଗାଇଲେ ଭଲ।
  • ଯେଉଁ ସବୁ ଗଛର ପତ୍ର ଛିଣ୍ଡାଇଲେ କ୍ଷୀର ବାହାରିଥାଏ, ସେହିଭଳି ଗଛମାନ ଘର ଭିତରେ ଲଗାନ୍ତୁ ନାହିଁ। ଏହି ପରି ଗଛ ସ୍ୱାସ୍ଥ୍ୟ ପାଇଁ ଅହିତକର।
  • ଘରର ବଗିଚାରେ ବେଲ, ଆମ୍ବ, ପିଜୁଳି, ନଡ଼ିଆ, ଡାଳିମ୍ବ, ଅମୃତଭଣ୍ଡା, କଦଳୀ, ଅଁଳା, ଗୁଆ, କେଶର, ଚମ୍ପା, ଜାଇ, ଯୁଇ, କେତକୀ, ଅଶୋକ, ନିମ୍ବ, ଗେଣ୍ଡୁ, ମଲ୍ଳୀ, ଟଗର, ସ୍ଥଳପଦ୍ମ, ଦୁବ ଲଗାଇବା ଶୁଭ । 
  • ଏହିପରି ବଗିଚା ଗୃହକୁ ଅନେକ ଶୁଭଫଳ ପ୍ରଦାନ କରିଥାଏ।

ଇମେଲ୍: [email protected]

(ବି.ଦ୍ର: ଏହି ଲେଖାରେ ଥିବା ସମସ୍ତ ତଥ୍ୟ ଲେଖକଙ୍କ ନିଜସ୍ୱ ମତ)

Vastu Tips For Home Vastu Bichar Vastu Tips
Advertisment
Advertisment