Advertisment

Vastu Tips: ଘରର ଏହି କୋଣରେ କରିଛନ୍ତି କି ପାଇଖାନା; ଆଣିଥାଏ ମହାବିପତ୍ତି

ଏକ ବହୁତ ବଡ଼ ବାସ୍ତୁତ୍ରୁଟି ଅନେକ ଯାଗାରେ ଦେଖିବାକୁ ମିଳୁଛି ତାହା ହେଉଛି ଐଶାନ୍ୟ କୋଣରେ ପାଇଖାନା। ଏହି ଭୁଲ୍ ସେହିଲୋକଙ୍କ ଘରେ ଦେଖିବାକୁ ମିଳିଥାଏ ଯିଏ ବାସ୍ତୁଶାସ୍ତ୍ରକୁ ଜମାରୁ ମାନନ୍ତି ନାହିଁ କି ଏହା ବିଷୟରେ ଜାଣିନାହାନ୍ତି।

author-image
Saroj Kumar Maharana
ଅଦ୍ୟତନ ହୋଇଛି
Vastu For Toilet Seat Facing Direction

The lartin in the north corner of the house is a great danger

ସରଳ ଭାବରେ ଗୃହନିର୍ମାଣ କରିବାର ଶାସ୍ତ୍ରୀୟ ଜ୍ଞାନକୁ ବାସ୍ତୁଶାସ୍ତ୍ର କୁହାଯାଏ। ସ୍ଥାପତ୍ୟବିଦ୍ୟା ଓ ବାସ୍ତୁବିଦ୍ୟା ହେଉଛି ଗୋଟିଏ ମୁଦ୍ରାର ଦୁଇଟି ପାର୍ଶ୍ୱ। ଏଥିରୁ ଗୋଟିଏ ବିଦ୍ୟାର ଭୁଲ ପ୍ରୟେଗ ବାସ୍ତୁଦୋଷର କାରଣ ହୋଇଥାଏ। ସ୍ଥାପତ୍ୟବିଦ୍ୟା ହେଉଛି ସାଧାରଣ ଭାବରେ ସମସ୍ତଙ୍କ ପାଇଁ ବୁଝିଲା ପରି ଇଂରାଜୀ ଶବ୍ଦ Architecture and Civil Engineering।

Advertisment

ବର୍ତ୍ତମାନ ସମୟରେ ଯେଉଁମାନେ ବସ୍ତୁବିଦ୍ୟାର ମହତ୍ତ୍ୱକୁ ବୁଝିନାହାନ୍ତି, ସେମାନେ ଗୃହନିର୍ମାଣ କଲାବେଳେ Engineer ଏବଂ Architecture ମାନଙ୍କର ସାହାଯ୍ୟନେଇ ଗୃହନିର୍ମାଣ କରିଥାନ୍ତି। ନିର୍ମାଣ ତ ସୁନ୍ଦର ହୋଇଥାଏ ଏବଂ ମଝବୁତ୍ ମଧ୍ୟ କିନ୍ତୁ ଏହି ମଝବୁତ ଏବଂ ସୁନ୍ଦର ନିର୍ମାଣ କରାଯାଇଥିବା ଗୃହରେ ବସବାସ କରୁଥିବା ବ୍ୟକ୍ତିମାନେ ସୁଖ, ଶାନ୍ତିରେ ରହିବାର ଗ୍ୟାରେଣ୍ଟି ନ ଥାଏ।

ନିର୍ମାଣ ଯଦି କୌଣସି କାରଣ ବଶତଃ ବାସ୍ତୁଶାସ୍ତ୍ରର ନିୟମରେ ହୋଇଯାଇଛି, ତେବେ ତ ଠିକ୍ ଅଛି ଏହା ହେଉଛି ଭାଗ୍ୟର କଥା। କିନ୍ତୁ ଯଦି ବାସ୍ତୁତ୍ରୁଟି ରହିଯାଇଛି ତେବେ ଗୃହରେ ବସବାସ କଲାପରେ ଯେତେବେଳେ ବିଭିନ୍ନ ଅପ୍ରାକୃତିକ ଭାବରେ ସମସ୍ୟାମାନ ଦେଖାଦେଇଥାଏ, ସେତେବେଳେ ବିଶ୍ୱାସ ନ କରୁଥିବା ଲେକମାନେ ମଧ୍ୟ ବାସ୍ତୁବିତ୍‌ଙ୍କ ସାହାଯ୍ୟ ନେଇଥାନ୍ତି।

Advertisment

ଅଧିକ ପଢ଼ନ୍ତୁ: ଗୃହର କେଉଁ ଭାଗକୁ ଭଡ଼ା ଦେଲେ ଗୃହକର୍ତ୍ତାଙ୍କର ହୁଏ ସର୍ବନାଶ

ଏହିପରି ଏକ ବହୁତ ବଡ଼ ବାସ୍ତୁତ୍ରୁଟି ଅନେକ ଯାଗାରେ ଦେଖିବାକୁ ମିଳୁଛି ତାହା ହେଉଛି ଐଶାନ୍ୟ କୌଣରେ ପାଇଖାନା। ଏହି ଭୁଲ୍ ସେହିଲୋକଙ୍କ ଘରେ ଦେଖିବାକୁ ମିଳିଥାଏ ଯିଏ ବାସ୍ତୁଶାସ୍ତ୍ରକୁ ଜମାରୁ ମାନନ୍ତି ନାହିଁ କି ଏହା ବିଷୟରେ ଜାଣିନାହାନ୍ତି। ଏହି ଦୁଇ ଶ୍ରେଣୀର ଲୋକମାନଙ୍କ ବିଷୟରେ ଏଥିପାଇଁ କୁହାଯାଉଛି ଯେ ଏହା ଏ ଲେଖକର ନିଜସ୍ୱ ଅଭିଜ୍ଞତା।

ଅନେକ ଯାଗାରେ ଏହା ମଧ୍ୟ ଦେଖାଯାଇଛି ଯେ ନ ଜାଣି ଐଶାନ୍ୟ କୋଣରେ ପାଇଖାନା ତ କରିଦେଇଛନ୍ତି ପଛରେ ନିଜର ଭୁଲ୍ ଜାଣିପାରି ବାସ୍ତୁଶାସ୍ତ୍ରବିତ୍‌ଙ୍କ ପରାମର୍ଶ ନନେଇ ସେହି ପାଇଖାନାର ବ୍ୟବହାର ବନ୍ଦ କରିଦେଉଛନ୍ତି ଏବଂ ଭାବୁଛନ୍ତି ଏହା ଠିକ ହୋଇଗଲା। ‘ଅଳ୍ପବିଦ୍ୟା ଭୟଙ୍କର’ ପରି ଏହିପରି କାମ ମଧ୍ୟ ଗୃହପାଇଁ ମାରାତ୍ମକ ହୋଇଥାଏ।

ଏହିପରି ସ୍ଥିତିରେ ଗୃହର ପ୍ରଗତି ଓ ସମୃଦ୍ଧିରେ ସବୁବେଳେ ବାଧା ଉପୁଜିଥାଏ। ଏହା ସହିତ ବିଭିନ୍ନ ପ୍ରକାର ମାରାତ୍ମକ ରୋଗ ମଧ୍ୟ ଗୃହବାସୀଙ୍କୁ ହୋଇଥାଏ। ତେବେ ଏହାକୁ ସମ୍ପୁର୍ଣ୍ଣ ଭାଙ୍ଗିଦେବା ହିଁ ଏହାର ଏକମାତ୍ର ପ୍ରତିକାର, ଖାଲି ବନ୍ଦକରି ରଖିଦେଲେ ପ୍ରତିକାର ହୁଏ ନାହିଁ।

ଯଦି ସମ୍ଭବ ହେଉ ନାହିଁ ତେବେ ପାଇଖାନାକୁ ସମ୍ପୁର୍ଣ୍ଣ ବନ୍ଦ କରି ଏହାକୁ ପରିବର୍ତ୍ତନ କରି ସେହିସ୍ଥାନକୁ କେବଳ ସ୍ନାନଘର ଭାବରେ ବ୍ୟବହାର କଲେ କିଛି ଦୋଷର ସମାଧାନ ହୋଇଥାଏ, କିନ୍ତୁ ଏହା ସମ୍ପୁର୍ଣ୍ଣ ପ୍ରତିକାର ନୁହେଁ। ଏଣୁ ସମସ୍ତଙ୍କୁ ଅନୁରୋଧ ଯେ ଐଶାନ୍ୟ କୋଣରେ ଯଦି ପାଇଖାନା ଅଛି ତେବେ ବାସ୍ତୁବିତ୍‌ଙ୍କ ପରାମର୍ଶ ନେଇ ଏହାକୁ ସମ୍ପୁର୍ଣ୍ଣ ବନ୍ଦ କରନ୍ତୁ। ଐଶାନ୍ୟ କୋଣର ଏହି ଦୋଷର ପ୍ରତିକାର ପରେ ନିଜେ ଗୃହବାସୀମାନେ ଏହାର ଶୁଭଫଳ ଅନୁଭୁତି କରିପାରିବେ।

ଇମେଲ୍: [email protected]

(ବି.ଦ୍ର: ଏହି ଲେଖାରେ ଥିବା ସମସ୍ତ ତଥ୍ୟ ଲେଖକଙ୍କ ନିଜସ୍ୱ ମତ)

Vastu Tips For Home Vastu Bichar Vastu Tips In Odia Vastu Tips Otv Vastu Shastra
Advertisment
Advertisment