Advertisment

Vastu Tips: ଗୃହରେ କେଉଁ ବାସ୍ତୁଦୋଷ ଥିଲେ ଆକସ୍ମିକ ମୃତ୍ୟୁ ଆସିଥାଏ

ଆମେ ପୂର୍ବରୁ ବାସ୍ତୁ ବିଷୟରେ ଅନେକ ତଥ୍ୟ ଜାଣିଲେଣି। ଏବେ ବାସ୍ତୁ ଦୋଷ କାରଣରୁ କିପରି ଆକସ୍ମିକ ଭାବେ ଦୁର୍ଘଟଣା ଘଟି ଅପମୃତ୍ୟୁ ହୋଇଥାଏ ସେହି ବିଷୟରେ ଜାଣିବା। ଏହା ଜାଣିବା ଦ୍ୱାରା ଭୟଭୀତ ନ ହୋଇ ତୁରନ୍ତ ପ୍ରତିକାର କରାଇଦେଲେ ସମସ୍ୟାର ସମାଧାନ ହୋଇଯିବ।

author-image
Saroj Kumar Maharana
ଅଦ୍ୟତନ ହୋଇଛି
Vastu Shastra Tips

Sudden death occurs if there is any Vastudosha in the house

ବାସ୍ତୁଶାସ୍ତ୍ର ଏକ ପୁରୁଣାଶାସ୍ତ୍ର। ତ୍ରେତୟା ଏବଂ ଦ୍ୱାପର ଯୁଗରୁ ବାସ୍ତୁଶାସ୍ତ୍ର ରହିଛି। ଏଣୁ ଜାଣିପାରୁଥିବେ ଯେ ରାମାୟଣ ଏବଂ ମହାଭାରତ ସମୟରେ ମଧ୍ୟ ଏହି ବାସ୍ତୁବିଦ୍ୟାର ପ୍ରଚଳନ ଥିଲା ଏବଂ ଏହାର ଶାସ୍ତ୍ରୀୟ ପ୍ରମାଣ ମଧ୍ୟ ମିଳେ। ଆଗରୁ କେବଳ ରାଜାମାନେ ସେମାନଙ୍କ ନିର୍ମାଣରେ ବାସ୍ତୁଶାସ୍ତ୍ରର ବ୍ୟବହାର କରୁଥିଲେ। ସେତେବେଳେ ସାଧାରଣ ଲୋକମାନେ ଏହି ବିଦ୍ୟାର ବ୍ୟବହାର ଜାଣି ନଥିଲେ।

Advertisment

ବର୍ତ୍ତମାନ ଧିରେ ଧିରେ ସାଧାରଣ ଲୋକମାନେ ଏହି ମହାନ୍ ବିଦ୍ୟାର ବ୍ୟବହାର କରି ସୁଖ ଓ ସମୃଦ୍ଧିର ସ୍ୱାଦ ମଧ୍ୟ ଚାଖିଲେଣି। ଏଣୁ ଏହି ବିଦ୍ୟାର ଉପାଦେୟତା ସାଧାରଣ ଲୋକମାନେ ଜାଣିଲା ପରେ ଏହା ଉପରେ ଏକ ଆସ୍ଥା ସୃଷ୍ଟି ହୋଇପାରିଛି। ଏହି ବିଦ୍ୟାକୁ ପ୍ରାୟ ବହୁତ ଲୋକ ଆପଣେଇବାରେ ଲାଗିଛନ୍ତି।

ଆମେ ପୂର୍ବରୁ ବାସ୍ତୁ ବିଷୟରେ ଅନେକ ତଥ୍ୟ ଜାଣିଲେଣି। ଏବେ ବାସ୍ତୁ ଦୋଷ କାରଣରୁ କିପରି ଆକସ୍ମିକ ଭାବେ ଦୁର୍ଘଟଣା ଘଟି ଅପମୃତ୍ୟୁ ହୋଇଥାଏ ସେହି ବିଷୟରେ ଜାଣିବା। ଏହା ଜାଣିବା ଦ୍ୱାରା ଭୟଭୀତ ନ ହୋଇ ତୁରନ୍ତ ପ୍ରତିକାର କରାଇଦେଲେ ସମସ୍ୟାର ସମାଧାନ ହୋଇଯିବ।

Advertisment

ଅଧିକ ପଢ଼ନ୍ତୁ: ଶୋଇବା ଘରେ ରଖନ୍ତୁ ନାହିଁ ଏହି ୫ ଜିନିଷ; ହୋଇପାରେ ବୈବାହିକ ଜୀବନରେ ଫାଟ

ଆକସ୍ମିକ ମୃତ୍ୟୁର କାରଣ ଓ ପ୍ରତିକାର:

ଯଦି ଗୃହର ମୁଖ୍ୟ ରାସ୍ତା ଦକ୍ଷିଣରେ ଥାଏ ତେବେ ଗୃହ ପାଇଁ ଦକ୍ଷିଣ ଦିଗରେ ମୁଖ୍ୟଦ୍ୱାର କରାଯାଇଥାଏ। ଯଦି ଗୃହରେ ଦକ୍ଷିଣ ଦିଗରେ ମୁଖ୍ୟ ଦ୍ୱାର ଥାଇ ଅନ୍ୟ ଦିଗରେ ଦ୍ୱାର ବନ୍ଧ ରହିବ, ତେବେ ଗୃହରେ ରହୁଥିବା ସମସ୍ତ ସଦସ୍ୟଙ୍କ ମଧ୍ୟରୁ କାହାର ବି ଜଣଙ୍କର ଆକସ୍ମିକ ମୃତ୍ୟୁ ହୋଇଥାଏ।

ପ୍ରତିକାର:

  • ପୂର୍ବ ପଟରେ ଅନ୍ୟ ଏକ ଦ୍ୱାର ଖୋଲିବାର ବ୍ୟବସ୍ଥା ତୁରନ୍ତ କରିବା ଆବଶ୍ୟକ ଏବଂ ଦକ୍ଷିଣ ଦ୍ୱାରରେ ତିନୋଟି ଅଷ୍ଟ ଧାତୁ ନିର୍ମିତ ସ୍ୱସ୍ତିକ ସ୍ଥାପନ କରାଗଲେ ଦୋଷ ନିବାରଣ ହୋଇଥାଏ।

ଗୃହର ଦକ୍ଷିଣ ଦିଗ ଯଦି ଅନ୍ୟ ଦିଗ ଠାରୁ ନିମ୍ନ ହୋଇଥାଏ ତେବେ ଗୃହରେ ଏହିପରି ଆକସ୍ମିକ ମୃତ୍ୟୁ ପରିସ୍ଥିତି ଉପୁଜିଥାଏ।

ପ୍ରତିକାର:

  • ଦକ୍ଷିଣ ଭାଗରେ କିଛି ଭାରି ନିର୍ମାଣ କରିନିଅନ୍ତୁ ଯଥା ଘରର ଛାତରେ ଦକ୍ଷିଣ ପଟରେ କୋଠରୀ ଗୋଟେ ନିର୍ମାଣ କରନ୍ତୁ ଏବଂ ଦକ୍ଷିଣ ପଟର ଭୂମିତଳେ ତମ୍ବା ପିରାମିଡ୍ ସ୍ଥାପନ କରନ୍ତୁ।

ଗୃହର ନୈଋତ କୋଣରେ ଏବଂ ଦକ୍ଷିଣ-ପଶ୍ଚିମ କୋଣରେ ଯଦି କୂଅ, ନଳକୂଅ ଆଦି ଜଳ ଉତ୍ସ ଥାଏ ତେବେ ଗୃହର ସଦସ୍ୟମାନଙ୍କ ମଧ୍ୟରୁ କାହାର ବି ଅପମୃତ୍ୟୁ ହେବାର ସମ୍ଭାବନା ବଢିଯାଇଥାଏ।

ପ୍ରତିକାର:

  • ଏହି ଭୂମି ତଳର ଜଳ ଉତ୍ସକୁ ସମ୍ପୂର୍ଣ୍ଣ ବନ୍ଦ କରିଦେଲେ ବହୁତ ଭଲ ହେବ ଏବଂ ଏହି ଜଳ ଉତ୍ସର ସ୍ଥାନକୁ ଉତ୍ତର, କିମ୍ବା ପୂର୍ବକୁ ସ୍ଥାନାନ୍ତର କରିଦେବା ନିହାତି ଆବଶ୍ୟକ।

ଯଦି ଗୃହର ମୁଖ୍ୟ ଦ୍ୱାର ପୂର୍ବ ପଟକୁ ଥାଏ ଏବଂ ଅନ୍ୟ କୌଣସି ପଟରେ କୌଣସି ଦ୍ୱାର ନ ଥାଏ ଏବଂ ପୂର୍ବ ରାସ୍ତାକୁ ଲାଗି ଉତ୍ତର ପଟକୁ ଉଚ୍ଚ ଥାଏ ତେବେ ସେହିପରି ସ୍ଥାନରେ ବସବାସର ୮ ବର୍ଷ ମଧ୍ୟରେ ଗୃହବାସୀଙ୍କ ମଧ୍ୟରୁ ଅକାଳ ବା ଅପମୃତ୍ୟୁ ହୋଇଥାଏ।

ପ୍ରତିକାର:

  • ଉତ୍ତର ପଟର ଉଚ୍ଚ ସ୍ଥାନକୁ ସମତଳ କରିବା ନିହାତି ଜରୁରୀ।

ଏହିପରି ସମସ୍ୟାକୁ ଆଗରୁ ଜାଣି ପ୍ରତିକାର କରିଦେଲେ ଏହିପରି ଅପମୃତ୍ୟୁର ପରିସ୍ଥିତିକୁ ଦୂରେଇ ଦେଇପାରିବା।

ଇମେଲ୍: [email protected]

(ବି.ଦ୍ର: ଏହି ଲେଖାରେ ଥିବା ସମସ୍ତ ତଥ୍ୟ ଲେଖକଙ୍କ ନିଜସ୍ୱ ମତ)

ଅଧିକ ପଢ଼ନ୍ତୁ: ଗୃହରେ ବାସ୍ତୁ ଶାନ୍ତି ପାଇଁ ରହିଛି ଏମିତି ନିୟମ; ମାନିଲେ ମିଳେ ଶୁଭଫଳ

Vastu Tips For Home Vastu Bichar Vastu Tips
Advertisment
Advertisment