Advertisment

Vastu Tips: ଗୃହରେ ବାସ୍ତୁ ଶାନ୍ତି ପାଇଁ ରହିଛି ଏମିତି ନିୟମ; ମାନିଲେ ମିଳେ ଶୁଭଫଳ

ବାସ୍ତୁଶାସ୍ତ୍ରର ବିଷୟ ଖୁବ ବିଶାଳ। ଏ ବିଷୟରେ ବହୁ ଶାସ୍ତ୍ରକାର ବହୁପୁସ୍ତକ ରଚନା କରିଛନ୍ତି। ଭବନ ନିର୍ମାଣ ପାଇଁ ବାସ୍ତୁ ଦେବତା ବା ବାସ୍ତୁ ପୁରୁଷଙ୍କର ମହତ୍ୱ ରହିଛି। ତେବେ ଆସନ୍ତୁ ଜାଣିବା ଗୃହ ନିର୍ମାଣ ଆରମ୍ଭ କରିବାକୁ ହେଲେ କେଉଁ କେଉଁ ସମୟରେ ବାସ୍ତୁ ପୂଜା କରିବା ପାଇଁ ଶାସ୍ତ୍ରୀୟ ବିଧାନ ରହିଛି।

author-image
Saroj Kumar Maharana
ଅଦ୍ୟତନ ହୋଇଛି
some Vastu Tips for peace in the house

some Vastu Tips for peace in the house

ବାସ୍ତୁଶାସ୍ତ୍ର ବିଷୟରେ ଜାଣିବା ପାଇଁ ଋଗ୍‌ବେଦ, ଯଜୁର୍ବେଦ, ସାମବେଦ ଏବଂ ଅଥର୍ବବେଦ ସହିତ ପୁରାଣ ଏବଂ ଅନ୍ୟ ଗ୍ରନ୍ଥମାନ ରହିଛି। କିନ୍ତୁ ଏହାର ସିଦ୍ଧାନ୍ତ ଋଗ୍‌ବେଦରେ ବର୍ଣ୍ଣିତ ଅଛି। ଏହା ସହିତ ପୁରାଣ ଶାସ୍ତ୍ରରେ ରାମାୟଣ, ମହାଭାରତ, ଜୈନ ଏବଂ ବୌଦ୍ଧଗ୍ରନ୍ଥ, ବୃହତ୍ ସଂହିତା ଆଦି ବିଭିନ୍ନ ଗ୍ରନ୍ଥରେ ବାସ୍ତୁଶାସ୍ତ୍ରର ମହତ୍ତ୍ୱ ଏବଂ ଉପଯୋଗିତାର ବର୍ଣ୍ଣନା କରାଯାଇଛି।

Advertisment

ବାସ୍ତୁଶାସ୍ତ୍ରର ବିଷୟ ଖୁବ ବିଶାଳ। ଏ ବିଷୟରେ ବହୁ ଶାସ୍ତ୍ରକାର ବହୁପୁସ୍ତକ ରଚନା କରିଛନ୍ତି। ଭବନ ନିର୍ମାଣ ପାଇଁ ବାସ୍ତୁ ଦେବତା ବା ବାସ୍ତୁ ପୁରୁଷଙ୍କର ମହତ୍ୱ ରହିଛି। ବାସ୍ତୁ ପୁରୁଷ ଭବନର ପ୍ରଥମ ଏବଂ ପ୍ରମୁଖ ଦେବତା।

ଶାସ୍ତ୍ରରେ ଏକ ପୌରାଣିକ ସତ୍ୟ ବର୍ଣ୍ଣିତ ଅଛି ଯେ ପ୍ରାଚୀନ କାଳରେ ଅନ୍ଧକାସୁର ନାମକ ଏକ ଦୈତ୍ୟ ଏବଂ ଭଗବାନ ଶିବଙ୍କ ମଧ୍ୟରେ ପ୍ରଳୟଙ୍କରୀ ଯୁଦ୍ଧ ହୋଇଥିଲା। ଏହି ସମୟରେ ଭଗବାନ ଶିବଙ୍କ ଶରୀରରୁ ପ୍ରବଳ ଝାଳ ବାହାରି ପୃଥିବୀ ପୃଷ୍ଠରେ ପଡିଲା। ଏହି ଝାଳ ବିନ୍ଦୁରୁ ଏକ ଭୟଙ୍କର ପୁରୁଷ ଉତ୍ପନ୍ନ ହେଲା ଏବଂ ଏହାର ଶରୀର କ୍ରମଶଃ ବଢିବାକୁ ଲାଗିଲା।

Advertisment

ଫଳରେ ଏହାର ଶରୀର ସମଗ୍ର ପୃଥିବୀ ଏବଂ ଆକାଶକୁ ଆଛାଦିତ କରିବାକୁ ଲାଗିଲା। ଏନେଇ ଦେବତାମାନେ ଭୟଭିତ ହୋଇ ସେହି ବିଶାଳ ପୁରୁଷକୁ ତଳମୁହାଁ କରି ପୃଥିବୀ ପୃଷ୍ଠରେ ମାଡି ବସିଲେ। ବିନା ଅପରାଧରେ ସେହି ବିଶାଳ ପୁରୁଷର ଏପରି ଅବସ୍ଥା ଯୋଗୁଁ ସେ ଭଗବାନ ଶିବଙ୍କୁ ନିଜର ମୁକ୍ତି ନିମନ୍ତେ ପ୍ରାର୍ଥନା କରିବାକୁ ଲାଗିଲା।

ତା’ ପ୍ରାର୍ଥନାରେ ଭଗବାନ ଶିବ ସନ୍ତୁଷ୍ଟ ହୋଇ ବରଦାନ ଦେଲେ ଯେ, ସମସ୍ତ ଶୁଭକର୍ମ, ପୂଜାକର୍ମ, ଗୃହାରମ୍ଭ, ଭୂମିପୂଜା ସମୟରେ ବାସ୍ତୁ ପୁରୁଷଙ୍କୁ ପ୍ରଥମେ ପୂଜାକରି ଶାନ୍ତି କରି ଶୁଭ କାର୍ଯ୍ୟ ଆରମ୍ଭ କଲେ ଶୁଭକର୍ମରେ ଶୁଭଫଳ ପ୍ରାପ୍ତି ହେବ। ନହେଲେ କର୍ତ୍ତାଙ୍କର ନାନାପ୍ରକାର ବାଧାବିଘ୍ନ ଘଟିଥାଏ। ତେବେ ଏବେ ଜାଣିବା ଗୃହ ନିର୍ମାଣ ଆରମ୍ଭ କରିବାକୁ ହେଲେ କେଉଁ କେଉଁ ସମୟରେ ବାସ୍ତୁ ପୂଜା କରିବା ପାଇଁ ଶାସ୍ତ୍ରୀୟ ବିଧାନ ରହିଛି।

  • ପ୍ରଥମେ ଭୂମି ଶୋଧନ କରି ଗୃହ ନିର୍ମାଣ କାର୍ଯ୍ୟ ଆରମ୍ଭ ପୂର୍ବରୁ ବାସ୍ତୁପୂଜା କରି ପ୍ରଥମ ଶୁଭଶିଳା ସ୍ଥାପନ କରିବେ। ଏହି ଶୁଭଶିଳାର ସ୍ଥାପନର ବିଶେଷ ବିଧାନ ମଧ୍ୟ ଅଛି।
  • ଦ୍ୱିତୀୟରେ ଯେତେବେଳେ ଗୃହର ମୂଖ୍ୟଦ୍ୱାର ସ୍ଥାପନ ହେବ ସେହି ସମୟରେ ମଧ୍ୟ ଶୁଭ ମୁହୁର୍ତ୍ତ ଦେଖି ବାସ୍ତୁପୂଜା କରିବାର ଶାସ୍ତ୍ରୀୟ ପ୍ରମାଣ ରହିଛି। କିନ୍ତୁ ବହୁତ ଲୋକ ଏହି ସମୟରେ ପୂଜା କରନ୍ତି ନାହିଁ କି ବାସ୍ତୁବିତ୍‌ମାନେ ଏହି ପୂଜା କରିବା ପାଇଁ ନିର୍ଦ୍ଦେଶ ଦିଅନ୍ତି ନାହିଁ। ଏହି ପୂଜାର କିନ୍ତୁ ବିଶେଷ ପ୍ରୟୋଜନ ରହିଛି, କାରଣ ଏହି ମୁଖ୍ୟ ଦ୍ୱାର ଦେଇ ପଜିଟିଭ ଏନର୍ଜି ଗୃହକୁ ପ୍ରବେଶ କରିଥାଏ, ଏଣୁ ଏହି ପ୍ରବେଶ ଦ୍ୱାର ସବୁବେଳେ ଅନ୍ୟଦ୍ୱାର ଅପେକ୍ଷା ବଡ ଏବଂ ଚଉକାଠରେ ନିର୍ମିତ ହେବା କଥା। ଏହାଦ୍ୱାରା ଗୃହକୁ ଏବଂ ଗୃହବାସୀଙ୍କୁ ଅନେକ ଶୁଭଫଳ ଦେଇଥାଏ।
  • ଘରର ସମସ୍ତ ନିର୍ମାଣ କାର୍ଯ୍ୟ ସମ୍ପୂର୍ଣ୍ଣ ହେବା ପରେ କର୍ତ୍ତାଙ୍କର ଜାତକ ବିଶ୍ଳେଷଣ କରି ଶୁଭ ଦିନ ଧାର୍ଯ୍ୟ କରି ଗୃହ ପ୍ରତିଷ୍ଠା ଏବଂ ପ୍ରବେଶ କାର୍ଯ୍ୟରେ ବାସ୍ତୁ ପୂଜା କରାଯାଇଥାଏ। ବିଭିନ୍ନ କ୍ଷେତ୍ରରେ ଦୃଷ୍ଟିଗୋଚର ହୋଇଛି ଯେ, ଗୃହର ନିର୍ମାଣ କାର୍ଯ୍ୟ ସମ୍ପୂର୍ଣ୍ଣ କରା ନଯାଇ କାମ ଅଧିକ ମାତ୍ରାରେ ବାକି ଥାଇ ଶୁଭଦିନ ଯଥା ଅକ୍ଷୟ ତୃତୀୟା, ଗଣେଷ ପୂଜା ଇତ୍ୟାଦି ଦେଖି ଗୃହ ପ୍ରତିଷ୍ଠା କରାହେଉଛି, ତା’ପରେ ମଧ୍ୟ ନିର୍ମାଣ କାର୍ଯ୍ୟ ଜାରି ରହୁଛି। ଏହା ଗୃହକର୍ତ୍ତାଙ୍କ ଉପରେ ଅନେକ ଅଶୁଭ ପ୍ରଭାବ ପକେଇଥାଏ। ଏଣୁ ସମ୍ପୂର୍ଣ୍ଣ ନିର୍ମାଣ କାର୍ଯ୍ୟ ସରିଲା ପରେ ଶୁଭଦିନ ନିର୍ଦ୍ଧାରଣ କରି ବାସ୍ତୁପୂଜା କରି ଗୃହ ପ୍ରବେଶ କଲେ ଶୁଭଫଳ ପ୍ରାପ୍ତି ହୋଇଥାଏ।

ଇମେଲ୍: [email protected]

(ବି.ଦ୍ର: ଏହି ଲେଖାରେ ଥିବା ସମସ୍ତ ତଥ୍ୟ ଲେଖକଙ୍କ ନିଜସ୍ୱ ମତ)

Vastu Tips For Home Vastu Bichar Vastu Tips
Advertisment
Advertisment