Advertisment

Vastu: ଘରେ କାହିଁକି ଦେଖାଯାଏ ସାଂଘାତିକ ରୋଗ; ଜାଣନ୍ତୁ କାରଣ-ନିରାକରଣ

ଆପଣ ଘରେ କେହି ବାରମ୍ବାର ସାଂଘାତିକ ରୋଗରେ ପିଡିତ ହେଉଚନ୍ତି କି? ଏହା ନିଶ୍ଚିତ କୌଣସି ବାସ୍ତୁଦୋଷର କାରଣ ହୋଇପାରେ। ତେବେ ଆସନ୍ତୁ ଜାଣିବା ଏସବୁର କାରଣ କ’ଣ ଓ କିପରି ଏହାକୁ କରିପାରିବା ନିରାକରଣ।

author-image
Saroj Kumar Maharana
ଅଦ୍ୟତନ ହୋଇଛି
Vastu Tips For Home

Why fatal diseases appear at home; Know the cause and solution

ସାଧାରଣତଃ ବୁଝିବାକୁ ଗଲେ ଘର ତିଆରିର ବିଜ୍ଞାନକୁ ଆମେ ବାସ୍ତୁଶାସ୍ତ୍ର କହିଥାଉ। ପ୍ରକୃତରେ ବାସ୍ତୁଶାସ୍ତ୍ରରେ ଦୁଇଟି ବିଦ୍ୟାର ଜରୁରୀ ରହିଛି। ଗୋଟେ ସ୍ଥାପତ୍ୟ ବିଦ୍ୟା ଯେଉଁଠି Architecture ଏବଂ Civil Engineerର ବିଜ୍ଞାନ ଦ୍ୱାରା ଘର ତିଆରି କରାଯାଏ। ଏଠାରେ ଘରର Planning, designing, Load bearing ଏହିସବୁକୁ ବିଶେଷ ଧ୍ୟାନରେ ରଖି ନିର୍ମାଣ କରାଯାଇଥାଏ।

Advertisment

ଏମିତି କରି ସିନା ଆମେ ଘର ତିଆରି କରିଦେଉ କିନ୍ତୁ ଏହି ଘର ଆମକୁ ସୁଖ, ଶାନ୍ତି ଏବଂ ଉନ୍ନତି ଦେବ କି ନାହିଁ ତାହାର ଗ୍ୟାରେଂଟି ନଥାଏ। କିନ୍ତୁ ଯେତେବେଳେ ଏହି ସ୍ଥାପତ୍ୟ ବିଦ୍ୟା ସହ ବାସ୍ତୁବିଦ୍ୟାର ବ୍ୟବହାର ହୁଏ ସେତେବେଳେ ଆମେ ନିଶ୍ଚିତ ହେଉ ଯେ ଏହି ଘର ଗୃହବାସୀଙ୍କୁ ନିଶ୍ଚୟ ସୁଖ୍-ଶାନ୍ତି ପ୍ରଦାନ କରିବ।

ଏହି ବାସ୍ତୁ ବିଦ୍ୟା ହିଁ ଆମ ଋଷିମୁନିମାନଙ୍କର ସମଗ୍ର ଜନସମାଜର ହିତପାଇଁ ଦାନ। ଆମ ଭାରତବର୍ଷର ଏହି ବାସ୍ତୁବିଦ୍ୟାକୁ ବର୍ତ୍ତମାନର ଯୁଗର ବ୍ୟବହାରକୁ ଧ୍ୟାନରେ ରଖି ଜର୍ମାନ, ଆମେରିକା, ଚୀନ, ଜାପାନ ପ୍ରଭୃତି ଧନଶାଳୀ ଏବଂ ପ୍ରଗତିଶୀଳ ରାଷ୍ଟ୍ରମାନେ ମଧ୍ୟ ଗୃହ ନିର୍ମାଣ କରୁଛନ୍ତି। ଆମ ଭାରତରେ କିନ୍ତୁ ଏହି ବିଦ୍ୟା ଏବେବି ବିଶ୍ୱାସ ଏବଂ ଅନ୍ଧବିଶ୍ୱାସରେ ରହିଛି।

Advertisment

କେହି କେହି ଏହାକୁ ବିଶ୍ୱାସ କରୁଥିବା ବେଳେ ଅନେକ ଏହାକୁ ଅବିଶ୍ୱାସ କରନ୍ତି। ଏହାରି ଭିତରେ କିନ୍ତୁ ଧିରେ ଧିରେ ଏହି ବିଦ୍ୟାର ପ୍ରଚାର ପ୍ରସାର ହେବା ସହ ଜନତାଙ୍କ ପାଖରେ ଏହି ବିଦ୍ୟା ଆଦୃତି ଲାଭ କରିଛି।

ଏବେ ସ୍ଥାପତ୍ୟ ବିଦ୍ୟା ସହ ବାସ୍ତୁବିଦ୍ୟାକୁ ମିଶାଇ ଗୃହନିର୍ମାଣ କରାଯାଉଛି। ତେବେ ଏହି ବାସ୍ତୁବିଦ୍ୟା ବିଷୟରେ ଆଗକୁ ଆହୁରି ଚର୍ଚ୍ଚା କରିବା ସହ ଏବେ ଜାଣିବା ଗୃହରେ କେଉଁ କାରଣରୁ ଗୃହବାସୀଙ୍କର ସ୍ୱାସ୍ଥ୍ୟହାନୀ ଘଟିଥାଏ।

କୁହାଯାଏ ସ୍ୱାସ୍ଥ୍ୟ ହିଁ ଶରୀର ପାଇଁ ଅମୂଲ୍ୟ ସମ୍ପଦ। ଆମେ ଯେତେ ଧନୀ ହେଲେ ବି ଯଦି ସ୍ୱାସ୍ଥ୍ୟ ଠିକ ନାହିଁ ତେବେ ଧନର ମୂଲ୍ୟ ବା କ’ଣ?। ସ୍ୱାସ୍ଥ୍ୟବାନ ରହିବା ପାଇଁ ଆମେ ଖାଦ୍ୟ, ଦିନଚର୍ଯ୍ୟା, ଋତୁଚର୍ଯ୍ୟା ଠିକ୍ ଭାବରେ ପାଳନ କରିବା ସହ ବାସ୍ତୁଶାସ୍ତ୍ରର ନିୟମ ପ୍ରତି ମଧ୍ୟ ବିଶେଷ ଧ୍ୟାନ ଦେବା ଜରୁରୀ। ତେବେ ଆସନ୍ତୁ ନିମ୍ନରେ ଦିଆଯାଇଥିବା କେତେଗୁଡିଏ ମୁଖ୍ୟ ନିୟମ ଉପରେ ନଜର ପକେଇ ନେବା।

ଦକ୍ଷିଣ, କିମ୍ବା ଦକ୍ଷିଣ-ପଶ୍ଚିମ କୋଣରେ ଯଦି କୂଅ କିମ୍ବା ସେପ୍ଟିକ୍‌ ଟ୍ୟାଙ୍କ ଥାଏ ତେବେ ଭୂମିରେ ଏନର୍ଜି ଅସନ୍ତୁଳିତ ହୋଇଥାଏ ଏବଂ ଗୃହବାସୀଙ୍କ ଉପରେ ଖରାପ ପ୍ରଭାବ ପକାଇଥାଏ।

ପ୍ରତିକାର ପାଇଁ ଏହାକୁ ବନ୍ଦ କରିଦେବା ଦରକାର। ଯଦି ନ କରି ପାରୁଛନ୍ତି ତେବେ ପିରାମିଡ୍ ବ୍ୟବହାର ଏବଂ ମେଟାଲ ଷ୍ଟ୍ରିପ୍‌ର ବ୍ୟବହାର ଦ୍ୱାରା ଏହାର ଟ୍ରିଟ୍‌ମେଣ୍ଟ୍ କରିଦେବା ଉଚିତ। କିନ୍ତୁ ଏହା ବାସ୍ତୁବିତ୍‌ଙ୍କ ତତ୍ୱାବଧାନରେ କରିବା ଜରୁରୀ।

ଐଶାନ୍ୟ କୋଣରେ ଶୌଚାଳୟ ଥିଲେ ଏବଂ ଏହିପରି ଘରେ କିଛି ବର୍ଷ ରହିଲା ପରେ ଗୃହବାସୀମାନେ ବିଭିନ୍ନ ରୋଗର ଶିକାର ହୋଇଥାନ୍ତି। ବେଳେ ବେଳେ ଦେଖାଯାଇଛି ଯେ ଡାକ୍ତର ମଧ୍ୟ ଏହି ରୋଗକୁ ଚିହ୍ନି ପାରନ୍ତି ନାହିଁ। ଏହିପରି ପରିସ୍ଥିତି ସୃଷ୍ଟି ହୋଇଥିଲେ ନିଜର ଐଶାନ୍ୟ କୋଣ ଉପରେ ଧ୍ୟାନ ଦିଅନ୍ତୁ। ଯଦି ଏହିପରି ସ୍ଥିତି ଅଛି ତେବେ ପୂରା ଚେଷ୍ଟା କରନ୍ତୁ ଏହାକୁ ବନ୍ଦ କରିବା ପାଇଁ ଏବଂ ଶୌଚାଳୟକୁ ଅନ୍ୟତ୍ର ନେଇଯିବା ପାଇଁ।

ଯଦି ସମ୍ଭବ ହେଉ ନାହିଁ ତେବେ ବାସ୍ତୁବିତ୍‌ଙ୍କ ପରାମର୍ଶ କ୍ରମେ ଏହି ସ୍ଥାନର ଉପଯୁକ୍ତ ବାସ୍ତୁ ପ୍ରତିକାର କଲେ ନେଗେଟିଭିଟିର ମାତ୍ରା କମି ଶୁଭଫଳ ମିଳିଥାଏ।

ନିଜେ ଯଦି ତୁରନ୍ତ ଜାଣିପାରୁଛନ୍ତି ତେବେ ବାସ୍ତୁବିତ୍‌ଙ୍କ ପରାମର୍ଶ ନେବା ପୂର୍ବରୁ ନିଜେ ମଧ୍ୟ ଏହି ଶୌଚାଳୟରେ ପ୍ରୋସେସିଂ ହୋଇନଥିବା ସାମୁଦ୍ରିକ ଲୁଣ ବା ଏବେ ଗୋଖାଦ୍ୟରେ ବ୍ୟବହାର ହେଉଥିବା ବଡ ବଡ ଦାନା ବିଶିଷ୍ଟ ଲୁଣକୁ ଗୋଟେ କାଚପାତ୍ରରେ ରଖନ୍ତୁ ଏବଂ ଏହାକୁ ପ୍ରତ୍ୟେକ ଶନିବାର ଫୋପାଡି ନୂଆ ଲୁଣ ସେହି ଯାଗାରେ ରଖି ଦିଅନ୍ତୁ। ଏହାସହ ଗୋଟେ ଫିଟିକିରି ମଧ୍ୟ ଏହି ସ୍ଥାନରେ ରଖନ୍ତୁ ଏବଂ ମାସକୁ ଥରେ ପରିବର୍ତ୍ତନ କରନ୍ତୁ। ଏହା ମଧ୍ୟ ଶୁଭଫଳ ଆଣିପାରେ।

ଇମେଲ୍: [email protected]

(ବି.ଦ୍ର: ଏହି ଲେଖାରେ ଥିବା ସମସ୍ତ ତଥ୍ୟ ଲେଖକଙ୍କ ନିଜସ୍ୱ ମତ)

Vastu Tips For Home Vastu Tips
Advertisment
Advertisment