Advertisment

Vastu Tips: ବାସ୍ତୁର ଏହି ଗୁରୁତ୍ୱପୂର୍ଣ୍ଣ ନିୟମଗୁଡିକୁ ନ ମାନିଲେ ଆସେ ବିପତ୍ତି

ଆଜି ଆମେ ବାସ୍ତୁରେ କେତେକ ବିଶେଷ ନିୟମ ଉପରେ ଜାଣିବା ଯାହା କି ସବୁବେଳେ ଏବଂ ସବୁ ବାସ୍ତୁ ପାଇଁ ପ୍ରଯୁଜ୍ୟ। ଏହି ନିୟମଗୁଡିକ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଏଣୁ ଏହି ନିୟମଗୁଡିକ ଯଦି ନଜରରେ ରଖି ନିର୍ମାଣ କରାଯାଇଥାଏ ତେବେ ବାସ୍ତୁରେ ଅନେକ ଶୁଭଫଳ ମିଳିଥାଏ।

author-image
Saroj Kumar Maharana
ଅଦ୍ୟତନ ହୋଇଛି
Disobeying these important rules of Vastu leads to disaster

Disobeying these important rules of Vastu leads to disaster

ସଭ୍ୟତାର ପୂର୍ବ କାଳରୁ ଆମ ଦେଶର ଜ୍ଞାନୀ ମୁନି-ଋଷିମାନେ ଅକ୍ଲାନ୍ତ ପରିଶ୍ରମ କରି ନିଜ ଅନୁଭୂତି, ଅନ୍ୱେଷଣ ଏବଂ ଦୀର୍ଘ ସମୟ ଧରି ବିଭିନ୍ନ ସାଧନା ଦ୍ୱାରା ମାନବ କଲ୍ୟାଣ ପାଇଁ ବାସ୍ତୁଜ୍ଞାନ ରଚନା କରିଛନ୍ତି। ଏହାର ବ୍ୟବହାର ରାଜାମାନଙ୍କ ଦ୍ୱାରା ବିଶେଷ ପ୍ରୟୋଗ କରାଯାଉଥିଲା ଯାହା ସ୍ତେବେଳେ ପ୍ରଜାମାନଙ୍କ ପାଇଁ ଅତ୍ୟନ୍ତ ଦୁର୍ଲ୍ଲଭ ଥିଲା।

Advertisment

କାଳ କ୍ରମେ କିନ୍ତୁ ଏହି ବିଦ୍ୟା ସାଧାରଣ ଲୋକମାନଙ୍କ ବ୍ୟବହାର ପାଇଁ ବ୍ୟବସ୍ଥା କରାଗଲା। ଆମ ଭାରତୀୟ ପ୍ରାଚୀନ ଶାସ୍ତ୍ରୀୟ ଜ୍ଞାନ ମଧ୍ୟରେ ବାସ୍ତୁଜ୍ଞାନର ପ୍ରାଧାନ୍ୟ ବହୁତ ବେଶି ଏବଂ ଏହାର ପ୍ରମାଣ ଆମର ପୁରାତନ ବେଦ ପୁରାଣରେ ମଧ୍ୟ ବର୍ଣ୍ଣନା କରାଯାଇଛି।

ବାସ୍ତୁ ସିଦ୍ଧାନ୍ତର ପ୍ରୟୋଗ ଦ୍ୱାରା ମାନବର କଲ୍ୟାଣ ହୋଇଥାଏ। ଆମ ପୂର୍ବ ପୁରୁଷରୁ ବାସ୍ତୁକୁ ଆଧାର କରି ଗୃହ ନିର୍ମାଣ କରାଯାଉଥିଲା। କିନ୍ତୁ ଇଂରେଜ ଶାସନ କାଳରେ ଏହାର ବ୍ୟବହାର କମିଗଲା ସତ କିନ୍ତୁ ଏବେ ଏହି ବିଦ୍ୟା କେବଳ ଭାରତରେ ନୁହେଁ ଅନେକ ପାଶ୍ଚାତ୍ୟ ଦେଶମାନଙ୍କରେ ମଧ୍ୟ ବହୁଳ ଭାବରେ ବ୍ୟବହାର କରାଯାଉଛି। ଏହାର ବ୍ୟବହାରର ଚାହିଦା କେବଳ ଏହାର ପ୍ରଭାବକୁ ଦେଖି ହିଁ ବହୁତ ବଢୁଛି। ଏହିଥିରୁ ଆମେ ଏହାର ଉପାଦେୟତା ବିଷୟରେ ବୁଝିପାରିବା।

Advertisment

ଦେଶ, ନଗର, ଗୃହ, ବ୍ୟବସାୟସ୍ଥଳ, ପୂଜା, ମଣ୍ଡପ, ମନ୍ଦିର ବିଭିନ୍ନ ବସ୍ତୁର ଗୃହ ମଧ୍ୟରେ ସାଜସଜ୍ଜା ଇତ୍ୟାଦି ସବୁ ବାସ୍ତୁବିଦ୍ୟାର ଅନ୍ତର୍ଗତ। ଏହା ଏକ ଅତିଚମତ୍କାରା ବିଦ୍ୟା। ଯଦି ବାସ୍ତୁ ବିରୋଧୀ ନିର୍ମାଣ କାର୍ଯ୍ୟ ହୋଇଥାଏ ତେବେ ସେହି ଭବନରେ ଲୋକମାନଙ୍କ ସ୍ୱାସ୍ଥ୍ୟ ଓ ବିଚାର ଶକ୍ତି ଉପରେ ନକାରାତ୍ମକ ପ୍ରଭାବ ପଡିଥାଏ।

ଆଜି ଆମେ ବାସ୍ତୁରେ କେତେକ ବିଶେଷ ନିୟମ ଉପରେ ଜାଣିବା ଯାହା କି ସବୁବେଳେ ଏବଂ ସବୁ ବାସ୍ତୁ ପାଇଁ ପ୍ରଯୁଜ୍ୟ। ଏହି ନିୟମଗୁଡିକ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଏଣୁ ଏହି ନିୟମଗୁଡିକ ଯଦି ନଜରରେ ରଖି ନିର୍ମାଣ କରାଯାଇଥାଏ ତେବେ ବାସ୍ତୁରେ ଅନେକ ଶୁଭଫଳ ମିଳିଥାଏ।

ଆସନ୍ତୁ ଜାଣିବା ସେହି ନିୟମଗୁଡିକ କ’ଣ...

  • ଗୃହର ଜଳ ଉତ୍ସ ସବୁବେଳେ ପୂର୍ବ-ଉତ୍ତର ଅର୍ଥାତ୍ ଐଶାନ୍ୟ କୋଣର ପୂର୍ବ କିମ୍ବା ଉତ୍ତର ଭାଗରେ ରହିବା ନିହାତି ଆବଶ୍ୟକ। କାରଣ ଜଳ ଉତ୍ସ ହେଉଛି ଗୃହକୁ ଧନ ଆଗମନର ବାଟ।
  • ଉଚ୍ଚରୁ ନୀଚ ଢାଲୁ କ୍ରମାନ୍ୱୟରେ ଦକ୍ଷିଣ-ପଶ୍ଚିମ (ନୈଋତ କୋଣ), ଦକ୍ଷିଣ-ପୂର୍ବ(ଆଗ୍ନେୟ ବା ଅଗ୍ନିକୋଣ) ଉତ୍ତର-ପଶ୍ଚିମ (ବାୟବ୍ୟ ବା ବାୟୁକୋଣ)ର ଓ ଉତ୍ତର-ପୂର୍ବ (ଐଶାନ୍ୟ ବାଇଶାଣ) କୋଣକୁ ହେଲେ ଗୃହରେ ସକରାତ୍ମକ ଭର୍ଜାର ଠିକ୍ ସଂଚାଳନ ହୋଇଥାଏ ଫଳରେ ଗୃହରେ ଲୋକମାନଙ୍କ ବିଚାର ଶକ୍ତି ଶୁଭ ପ୍ରଭାବ ପକାଇଥାଏ।
  • ଛାତ ଉପରେ ପାଣି ଟାଙ୍କି ଓ ଭାରି ନିର୍ମାଣ ଆଦି ଦକ୍ଷିଣ-ପଶ୍ଚିମ ବା ନୈଋତ କୋଣରେ କରିବା ଭଲ।
  • ଏହିପରି ଆହୁରି ଅନେକ ନିୟମ ବିଷୟରେ ପରବର୍ତ୍ତୀ ସ୍ତମ୍ଭ ଜାଣିବା କିନ୍ତୁ ଏହି ନିୟମକୁ ମାନିବା ଦ୍ୱାରା ଗୃହ ମଧ୍ୟରେ ଅନେକ ବାସ୍ତୁ ସମସ୍ୟା ଦୂର ହୋଇଥାଏ ଏବଂ ସୁଖଶାନ୍ତି ମିଳିଥାଏ।

ପ୍ରତିକାର:

ଯଦି ଏହାର ବ୍ୟତିକ୍ରମ ହୋଇଥାଏ ତେବେ ସେହି ସ୍ଥାନରେ ଉଚିତ ପିରାମିଡ୍ ସାହାଯ୍ୟ ନେଇ ବିନା ଭଙ୍ଗାରୁଜାରେ ମଧ୍ୟ ବାସ୍ତୁଦୋଷର ପ୍ରତିକାର କରିହେବ। ଏଣୁ ବାସ୍ତୁଦୋଷ ଥିଲେ ବିବ୍ରତ ନ ହୋଇ ସଠିକ୍ ପ୍ରତିକାର କଲେ ସୁଫଳ ମିଳିଥାଏ।

ଇମେଲ୍: [email protected]

(ବି.ଦ୍ର: ଏହି ଲେଖାରେ ଥିବା ସମସ୍ତ ତଥ୍ୟ ଲେଖକଙ୍କ ନିଜସ୍ୱ ମତ)

Vastu Tips For Home Vastu Bichar Vastu Tips Vastu Shastra
Advertisment
Advertisment