Advertisment

ହିଫୁ : ନିରାପଦରେ କରିଥାଏ ମୁହଁକୁ ଚିକ୍କଣ ଓ ମସୃଣ

ଆଜିକାଲି ସମସ୍ତେ ଚିକ୍କଣ ଓ ମସୃଣ ଚର୍ମ ପାଇବାକୁ କେତେ କ’ଣ ଉପାୟ ଅବଲମ୍ବନ କରୁଛନ୍ତି। ଚର୍ମକୁ ମସୃଣ କରିବା ବା ଚର୍ମ ନବୀକରଣ ପାଇଁ ‘ହିଫୁ’ ଏକ ଅପେକ୍ଷାକୃତ ନୂତନ ଅଣ-ଇନ୍‌ଭେସିଭ ପଦ୍ଧତି, ଯାହାକି ଆଜି ଫେସ୍‌ଲିଫ୍ଟ ପାଇଁ ବ୍ୟବହାର କରାଯାଉଥିବା ଅନେକ ସର୍ଜିକାଲ୍ ଓ ଯନ୍ତ୍ରଣାଦାୟକ ପଦ୍ଧତି ବଦଳରେ ବ୍ୟବହାରରେ ଆସୁଛି।

author-image
Ipsita Pradhan
ଅଦ୍ୟତନ ହୋଇଛି
Hifu: Makes the face smooth and glow

Hifu: Makes the face smooth and glow

ଆମେରିକୀୟ ସୋସାଇଟି ଅଫ୍ ଆସ୍ଥେଟିକ୍ ପ୍ଲାଷ୍ଟିକସର୍ଜରୀ (ASAPS) ଅନୁଯାୟୀ ଗତ କିଛି ବର୍ଷ ମଧ୍ୟରେ ନନ୍‌ସର୍ଜିକାଲ୍‌ ବା କ୍ଲିନିକାଲ ଆସ୍ଥେଟିକ୍ ପ୍ରଣାଳୀ ହିସାବରେ ହାଇ ଇଣ୍ଟେନ୍‌ସିଟି ଫୋକସ୍‌ଡ ଅଲ୍‌ଟ୍ରାସାଉଣ୍ଡ ବା ହିଫୁ (HIFU)ର ଚାହିଦା ଓ ଲୋକପ୍ରିୟତାରେ ଅନେକ ବୃଦ୍ଧି ଘଟିଛି। ଏହି ବୃଦ୍ଧିହାର ୨୦୧୨ ରୁ ୨୦୧୭ ମଧ୍ୟରେ ପ୍ରାୟ ୬୪.୮ ପ୍ରତିଶତ ଥିଲା।

Advertisment

ପୂର୍ବରୁ ଟ୍ୟୁମରର ସଫଳ ଚିକିତ୍ସା ପାଇଁ ହିଫୁ ବହୁଳ ଜଣାଶୁଣା ଥିଲା। କିନ୍ତୁ ରିପୋର୍ଟ ଅନୁସାରେ, ସୌନ୍ଦର୍ଯ୍ୟକରଣ ବା କସ୍‌ମେଟୋଲୋଜିରେ ଏହାର ବ୍ୟବହାର ପ୍ରଥମଥର ପାଇଁ ୨୦୦୮ ମସିହାରେ ହୋଇଥିଲା। ଏହାପରେ ୨୦୦୯ ମସିହାରେ ବ୍ରୋ-ଲିଫ୍ଟ ଏବଂ ୨୦୧୪ରେ ଛାତି ଓ ବେକର କୁଞ୍ଚିତ ରେଖା (Tukey Neck) ଦୂର କରିବା ଓ ଚିକିତ୍ସା ପାଇଁ FDA ଦ୍ୱାରା ଅନୁମୋଦିତ ହୋଇଥିଲା।

ଆସନ୍ତୁ ବୁଝିବା ହିଫୁ କ’ଣ:

ହାଇ ଇଣ୍ଟେନ୍‌ସିଟି ଫୋକସ୍‌ଡ ଅଲ୍‌ଟ୍ରାସାଉଣ୍ଡକୁ ଦର୍ଶାଇବା ପାଇଁ ହିଫୁ ବ୍ୟବହାର କରାଯାଏ। ଅଲ୍‌ଟ୍ରାସାଉଣ୍ଡ ଶକ୍ତିର ଡାଇଗ୍ନୋଷ୍ଟିକ୍ ବା ରୋଗ ଚିହ୍ନଟ ବ୍ୟବହାର ବିଷୟରେ ଆମେ ସମସ୍ତେ ଜାଣିଛେ। ହେଲେ ଆଜି ଆମେ ଏହାର ଚିକିତ୍ସା ବ୍ୟବହାର ବା ଉପକାରିତା ବିଷୟରେ ବୁଝିବା। ଚର୍ମକୁ ମସୃଣ କରିବା ବା ଚର୍ମ ନବୀକରଣ ପାଇଁ ହିଫୁ ଏକ ଅପେକ୍ଷାକୃତ ନୂତନ ଅଣ-ଇନ୍‌ଭେସିଭ ପଦ୍ଧତି, ଯାହାକି ଆଜି ଫେସ୍ଲିଫ୍ଟ ପାଇଁ ବ୍ୟବହାର କରାଯାଉଥିବା ଅନେକ ସର୍ଜିକାଲ୍ ଓ ଯନ୍ତ୍ରଣାଦାୟକ ପଦ୍ଧତି ବଦଳରେ ବ୍ୟବହାରରେ ଆସୁଛି। ଆମ ଚମଡାର ଉପର ସ୍ତରର ଠିକ ତଳେ ଥିବା କୋଷସ୍ଥରକୁ ଲକ୍ଷ୍ୟ କରି ହିଫୁ ଫୋକସ୍‌ଡ ଅଲ୍‌ଟ୍ରାସାଉଣ୍ଡ ଶକ୍ତି (ମାପ ଓ ହିସାବ ଅନୁସାରେ) ବ୍ୟବହାର କରେ।

Advertisment

ଅଲ୍‌ଟ୍ରାସାଉଣ୍ଡ ଶକ୍ତ ଚର୍ମକୋଷଗୁଡିକୁ ଶୀଘ୍ର ଗରମ କରିଥାଏ। ଥରେ ଲକ୍ଷ୍ୟସ୍ଥଳର କୋଷଗୁଡିକ ଏକ ନିର୍ଦ୍ଦିଷ୍ଟ ବା ନିର୍ଦ୍ଧାରିତ ତାପମାତ୍ରାରେ ପହଞ୍ଚିବା ପରେ ସେହି କୋଷଗୁଡିକ ସେଲୁଲାର କ୍ଷତି ଅନୁଭବ କରନ୍ତି (ଏହି କ୍ଷତି ଏକ ମପାଯାଇଥିବା ଓ ନିର୍ଦ୍ଧାରିତ ରୀତିରେ ବା ପ୍ରୋଗ୍ରାମ୍‌ଡ ମ୍ୟାନରରେ ହୁଏ)। କୋଷ ଗୁଡିକର ଏହି ନିର୍ଦ୍ଧାରିତ ବା ପ୍ରୋଗ୍ରାମ୍‌ଡ କ୍ଷତି କୋଷଗୁଡିକୁ ଅଧିକ କୋଲାଜେନ୍ (ଏକ ପ୍ରକାର ପ୍ରୋଟିନ୍ ଯାହା ଚର୍ମର ଗଠନରେ ସହାୟକ) ଉତ୍ପାଦନ କରିବାକୁ ଉତ୍ସାହିତ କରିଥାଏ।

କୋଲାଜେନ୍ ନିର୍ମାଣ/ସୃଷ୍ଟିରେ ବୃଦ୍ଧି ଘଟିବା ଦ୍ୱାରା ଚର୍ମ ମସୃଣ ହୁଏ, ଏହାର ନବୀକରଣ ହୁଏ ଏବଂ ଚର୍ମରେ ଥିବା କୁଞ୍ଚିତ ରେଖା ବା wrinkles ଦୂର ହୁଏ।

ଯେହେତୁ ଉଚ୍ଚ ଫ୍ରିକ୍ୱେନ୍ସି ଅଲ୍‌ଟ୍ରାସାଉଣ୍ଡ୍ ଶକ୍ତି ହିସାବ (calculated) ଓ ଆବଶ୍ୟକ ପ୍ରଣାଳୀରେ ଚର୍ମର ଗୋଟିଏ ନିର୍ଦ୍ଧିଷ୍ଟ ସ୍ତରର କୋଷଗୁଡିକ ଉପରେ ଟାର୍ଗେଟ୍‌ ବା କାମକରେ ତେଣୁ ଚର୍ମର ଉପର ସ୍ତର କିମ୍ବା ପାଖ କୋଷଗୁଡିକରେ କୌଣସି କ୍ଷତି ହୁଏ ନାହି।

ହିଫୁର ସୌନ୍ଦର୍ଯ୍ୟ ଉପକାରିତା:

  • ଚର୍ମର କୁଞ୍ଚନ (wrinkles/ fine lines) ଦୂର କରିବା
  • ଚର୍ମ ଚିକ୍କଣ (smoothening), ମସୃଣ(firming/tightening)
  • ବେକ ଚର୍ମକୁ (ଟାଣିବା) ମସୃଣ କରିବା (Turkey Neck correction)
  • ଗାଲ (face lift), ଆଖି-ଆଖିପତା, ଭୃଲତା (brow lift) ଉଠାଇବା ବା ଲିଫ୍ଟ କରିବା
  • ଜ-ଲାଇନ୍ ସଂଜ୍ଞା ବୃଦ୍ଧି କରିବା (enhancing jawline definition)
  • ଡିକୋଲେଟେଜ୍ (ମହିଳାମାନଙ୍କ ବେକ, କାନ୍ଧ, ପିଠି ଏବଂ ଛାତିର ଉପରି ଅଂଶ) ମସୃଣ (skin tightening) କରିବା
  • ଭାଜିନାଲ ଟାଇଟେନିଂ (vaginal tightening)

ହିଫୁ ପ୍ରଣାଳୀ:

  • ଚିକିତ୍ସା ପୂର୍ବରୁ ଟାର୍ଗେଟ୍‌ ବା ଚିକିତ୍ସା ହେବାକୁ ଥିବା ଚର୍ମରୁ ସମସ୍ତ ମେକ୍‌ଅପ୍ ଏବଂ ସ୍କିନ୍‌କେୟାର ଉତ୍ପାଦନଗୁଡିକୁ ସମ୍ପୂର୍ଣ୍ଣ ରୂପେ ବାହାର କରାଯାଏ
  • ଟାର୍ଗେଟ ଏରିଆକୁ ସଫା (disinfect) କରାଯାଏ
  • ସେହି ଜାଗାରେ ଟ୍ରପିକାଲ୍ ଆନେସ୍ଥେସିଆ କ୍ରିମ୍ ପ୍ରୟୋଗ କରାଯାଏ; ଅତ୍ୟଧିକ ଚିନ୍ତିତ ବା ଡରକୁଳା ବ୍ୟକ୍ତିଙ୍କୁ ହିଫୁ ପୂର୍ବରୁ ଓ ପରେ ଆନାଲ୍‌ଜେସିକ୍/ପେନ୍‌କିଲର୍‌ ଦିଆଯାଏ
  • ତା’ ପରେ ଅଲ୍‌ଟ୍ରାସାଉଣ୍ଡ୍ ଜେଲ୍ ପ୍ରୟୋଗ କରାଯାଏ
  • ତା’ ପରେ ହିଫୁ ଡିଭାଇସ୍ ଚର୍ମ ଉପରେ ରଖାଯାଏ ଏବଂ ଅଲ୍‌ଟ୍ରାସାଉଣ୍ଡ ଭ୍ୟୁୟର ବ୍ୟବହାରକରି ଡିଭାଇସ୍ ସେଟିଂ କରାଯାଏ। ତା’ ପରେ ପ୍ରାୟ ୩୦-୯୦ ମିନିଟ ପର୍ଯ୍ୟନ୍ତ ଅଲ୍‌ଟ୍ରାସାଉଣ୍ଡ୍ ଶକ୍ତିକୁ କ୍ଷୁଦ୍ର-କ୍ଷୁଦ୍ର ତରଙ୍ଗ (pulse) ଆକାରରେ ଲକ୍ଷ୍ୟସ୍ଥ ଳ ବା ଟାର୍ଗେଟ୍‌ ଚର୍ମସ୍ତର ବା କୋଷଗୁଡିକ ପର୍ଯ୍ୟନ୍ତ ପହଞ୍ଚାଯାଏ। ଅଲ୍‌ଟ୍ରାସାଉଣ୍ଡ ଶକ୍ତିର ସେଟିଂ ବା ଆଡ୍‌ଜଷ୍ଟ୍‌ମେଣ୍ଟ୍ ପ୍ରତ୍ୟେକ ବ୍ୟକ୍ତିଙ୍କର ନିଜ ନିଜ ଚର୍ମର କ୍ଷତି ଓ ଦେହର ଅଂଶ ହିସାବରେ ଅଲଗା ଅଲଗା ହୋଇଥାଏ।
Hifu: Makes the face smooth and glowହିଫୁ ପ୍ରଣାଳୀ ସମୟର ଅନୁଭବ

ହିଫୁ ପ୍ରଣାଳୀ ସମୟରେ କ’ଣ ଅନୁଭବ ହୁଏ:

ଟାର୍ଗେଟ ଏରିଆରେ ସାମାନ୍ୟ ଛୁଞ୍ଚି ଫୋଡିହେଲା ପରି କିମ୍ବା ରୁଗୁରୁଗୁ ଲାଗେ। କେହି କେହି ଏହାକୁ ହାଲୁକା ବିଦ୍ୟୁତ ତରଙ୍ଗ ବା pulse ପ୍ରବୃତ୍ତିର ବର୍ଣ୍ଣନା କରନ୍ତି।

ପାର୍ଶ୍ୱ ପ୍ରତିକ୍ରିୟା:

ପ୍ରାୟତଃ ନା କିମ୍ବା ନଗଣ୍ୟ ପାର୍ଶ୍ୱ ପ୍ରତିକ୍ରିୟା। ଚିକିତ୍ସା ପଦ୍ଧତି ପରେ ତୁରନ୍ତ ଟାର୍ଗେଟ୍‌ ଏରିଆ ସାମାନ୍ୟ ଲାଲ ଦେଖାଯିବା ସହ ହାଲୁକା ଫୁଲା ଅନୁଭବ ହୁଏ, ଯାହାକି ପରବର୍ତ୍ତୀ କିଛି ଘଣ୍ଟା ମଧ୍ୟରେ ହ୍ରାସ ପାଇଥାଏ।

ମୁହଁର ଚର୍ମକୁ ଚିକ୍କଣ ଓ ମସୃଣ କରିବା ପାଇଁ ହିଫୁକୁ ନିରାପଦ, ପ୍ରଭାବଶାଳୀ ଏବଂ ଅଣ-ଇନ୍‌ଭାସିଭ୍‌ ପଦ୍ଧତି ଭାବରେ ଗଣାଯାଏ। ଏହି ପଦ୍ଧତିରେ କୌଣସି ଇନ୍‌ଫେକ୍ସନ୍‌ର ଭୟ ପ୍ରାୟ ନ ଥାଏ ଏବଂ ଚିକିତ୍ସା ପରେ ସୁସ୍ଥ ହେବା ପାଇଁ ଘରେ ବିଶ୍ରାମ ନେବାକୁ ପଡେନି। ୟାଛଡା ଅନ୍ୟ ଯେକୌଣସି ଫେସ୍‌ଲିଫ୍ଟ ବା ଥ୍ରେଡ୍‌ଲିଫ୍ଟ ପ୍ରଣାଳୀ ଠାରୁ ଏହା କମ ବ୍ୟୟରେ ହୋଇଥାଏ। କମ୍ ବ୍ୟୟ ସହ କମ ସମୟ, ବିପଦ ଓ ଯନ୍ତ୍ରଣାମୁକ୍ତ ତଥା କୌଣସି ପାର୍ଶ୍ୱ ପ୍ରତିକ୍ରିୟା ବିହୀନ ହୋଇଥିବାରୁ ଆଜି ହିଫୁ ଅନ୍ୟ ଯେକୌଣସି ଫେସ୍‌ଲିଫ୍ଟ କସ୍‌ମେଟୋଲୋଜି ପ୍ରଣାଳୀଠାରୁ ଅଧିକ ଲୋକପ୍ରିୟ ହୋଇପାରିଛି।

ଦୂରଭାଷ: ୮୦୧୮୦୫୩୩୯୫

Health Article
Advertisment
Advertisment