Advertisment

Nutrients: ପ୍ରତିଦିନ ପିଲାଙ୍କୁ ଦିଅନ୍ତୁ ଏହିସବୁ ଖାଦ୍ୟ; ହେବ ନାହିଁ ଆଖି ସମସ୍ୟା

ଅନ୍ୟ ସମସ୍ତ ଅଙ୍ଗ ସୁସ୍ଥ ଥିବା ସତ୍ତ୍ୱେ ଯଦି ଆଖି ଅକାମୀ ହୋଇପଡ଼େ, ତେବେ ଆପଣଙ୍କର ଦୁନିଆକୁ ଜାଣିବା ମୁସ୍କିଲ ହୋଇପଡ଼ିବ। ତେବେ ଆସନ୍ତୁ ଆଜି କିଛି ଏପରି ଖାଦ୍ୟ ବିଷୟରେ ଜାଣିବା ଯାହା ଆମ ଆଖିର ସ୍ୱାସ୍ଥ୍ୟକୁ ଠିକ୍ ରଖିବ।

ଅଦ୍ୟତନ ହୋଇଛି
Best Foods For Eye Health

Give the child these foods every day there will be no eye problems

Advertisment

ଆପଣଙ୍କ ଶରୀରର ସମସ୍ତ ଅଙ୍ଗମାନଙ୍କ ମଧ୍ୟରେ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଅଙ୍ଗ ହେଉଛି ଆଖି। ଅନ୍ୟ ସମସ୍ତ ଅଙ୍ଗ ସୁସ୍ଥ ଥିବା ସତ୍ତ୍ୱେ ଯଦି ଆଖି ଅକାମୀ ହୋଇପଡ଼େ, ତେବେ ଆପଣଙ୍କର ଦୁନିଆକୁ ଜାଣିବା ମୁସ୍କିଲ ହୋଇପଡ଼ିବ। ଏଣୁ ଏହି ଆଖିକୁ ସୁସ୍ଥ ରଖିବା ଆମ ପାଇଁ କେତେ ଯେ ଦରକାରୀ ତାହା ଆପଣ ସହଜରେ ଅନୁମାନ କରିପାରୁଥିବେ।

Advertisment

ଆଜିକାଲି ଛୋଟ ପିଲାଙ୍କଠାରୁ ନେଇ ବୁଢ଼ାଲୋକମାନଙ୍କ ପର୍ଯ୍ୟନ୍ତ ପ୍ରାୟ ସମସ୍ତେ ଆଖିଜନିତ ବ୍ୟାଧିରେ ପିଡ଼ିତ। ଆଗରୁ ୪୦/୫୦ ବର୍ଷ ଟପିଲେ ଚଷମା ପିନ୍ଧିବାର ଆବଶ୍ୟକତା ପଡ଼ୁଥିଲା। ଏବେ କିନ୍ତୁ ୪/୫ ବର୍ଷର ଛୁଆମାନଙ୍କୁ ଚଷମା ପିନ୍ଧି ବୁଲିବାର ଦେଖାଯାଉଛି। ତେବେ ଆସନ୍ତୁ ଆଜି କିଛି ଏପରି ଖାଦ୍ୟ ବିଷୟରେ ଜାଣିବା ଯାହା ଆମ ଆଖିର ସ୍ୱାସ୍ଥ୍ୟକୁ ଠିକ୍ ରଖିବ।

ମନୁଷ୍ୟର ଆଖି ଏକ ଲେନସ୍ ପରି କାମ କରେ, ଯାହା ଦ୍ୱାରା ଆମେ ଆମ ସାମ୍ନାରେ ଥିବା ବସ୍ତୁକୁ ଦେଖିପାରୁ। ଏହାର ଗଠନ ଦେଖିଲେ ଆମେ ଜାଣିପାରିବା ଯେ, ଏହା ଏକ ଲେନସ୍ ସଦୃଶ ଓ ଆମର ମସ୍ତିଷ୍କ ସହ ଏହାର ସ୍ନାୟୁ ଯୋଡ଼ା ଯାଇଛି। କୌଣସି ବସ୍ତୁ ବା ପଦାର୍ଥ ଉପରେ ଲାଇଟ୍ ପଡ଼ିବା ଦ୍ୱାରା ଏହା ଆମ ଆଖିରେ ଥିବା ଲେନସ୍‌ରେ ପ୍ରତିଫଳିତ ହୁଏ ଏବଂ ଆମକୁ ଏହା ଦେଖାଯାଏ।

Advertisment

ଅଧିକ ପଢ଼ନ୍ତୁ: ସୁସ୍ଥ ଦାନ୍ତ ପାଇଁ ପିଲାମାନଙ୍କୁ କେଉଁ ଖାଦ୍ୟ ଦେବେ, କେଉଁ ଖାଦ୍ୟ ନ ଦେବେ

ଆଖିର ଯାହା ମୁଖ୍ୟ ଅଂଶ ଥାଏ ତାହା ହେଉଛି ରେଟିନା ଯାହା କି ଏହି କାର୍ଯ୍ୟ କରିଥାଏ। ଏଥିସହିତ କେତେକ ଅତିସୁକ୍ଷ୍ମ ରକ୍ତନଳୀ ବା ଆର୍ଟେରୀମାନ ଆଖି ସହ ସଂଯୁକ୍ତ ଯାହା ଅମ୍ଲଜାନ ପରିବହନ କରେ, ଠିକ୍ ଯେପରି ଆମ ହୃତପିଣ୍ଡରେ ହୁଏ। ଏଣୁ ଉପଯୁକ୍ତ ପୋଷକ ଖାଇବା ଆଖିପାଇଁ ଜରୁରୀ।

Advertisment

ଖାଦ୍ୟପେୟ:

ମୁଖ୍ୟତଃ ଭିଟାମିନ୍ ଏ ଥିବା ଖାଦ୍ୟ ହେଉଛି ସୁସ୍ଥ ଆଖି ପାଇଁ ଦରକାରୀ। ବିଭିନ୍ନ ପ୍ରକାର ଫଳ, ପନିପରିବା, ଚୁନାମାଛ, ବିନସ୍ ଆଦି ଏଥିପାଇଁ ଖୁବ୍ ଉପଯୋଗୀ। ଗାଜର, ଭିଟାମିନ୍ ସି ଜାତୀୟ ଖାଦ୍ୟ ଯେପରିକି କମଳା, ଅଁଳା ଇତ୍ୟାଦି ନିୟମିତ ଖାଇବା ଆବଶ୍ୟକ।

ଛୁଆମାନଙ୍କୁ ଆରମ୍ଭରୁ ଏହିସବୁ ଖାଦ୍ୟ ଦେବା ଦ୍ୱାରା ସେମାନଙ୍କର ଆଖି କମ୍ ଦିନରୁ ଖରାପ ହୋଇନଥାଏ। ଏଥିସହ ଭିଟାମିନ୍ ଇ ଥିବା ଡ୍ରାଏଫ୍ରୁଟସ୍ ଯେପରିକି ଆଲ୍‌ମଣ୍ଡ୍‌, ଫ୍ଲାକ୍ସ ସିଡ୍ ଆଦି ଖାଇବା ଦ୍ୱାରା ମଧ୍ୟ ଆଖିର ମାଂସପେଶୀଗୁଡ଼ିକ ସୁସ୍ଥ ରୁହନ୍ତି।

ଆମେ ନିୟମିତ ଖାଉଥିବା ଶାଗ ଆମ ଆଖି ପାଇଁ ଅବିଶ୍ୱସନୀୟ ଭାବେ ଫଳପ୍ରଦ। ଏଥିରେ ଭିଟାମିନ୍ ଏ ଭରପୂର ଥିବା ବେଳେ ଅନ୍ୟ ମିନେରାଲସ ମଧ୍ୟ ରହିଛି। ବିଭିନ୍ନ ପ୍ରକାର ଶାଗ ଯେପରିକି କୋଶଳା, ସଜନା ଓ ଅନେକ ପ୍ରକାର ଗଛର ପତ୍ରକୁ ମଧ୍ୟ ଆମେ ରାନ୍ଧି ଖାଉ, ଯେପରିକି ମେଥି ଶାଗ, ଚଣା ଶାଗ, କଖାରୁ ଶାଗ।

ଏସବୁ ପ୍ରକାର ପତ୍ରରେ ପ୍ରସ୍ତୁତ ଶାଗ ଆମର ଆଖିର ସ୍ୱାସ୍ଥ୍ୟ ଉନ୍ନତ ରଖେ। ଅନ୍ଧାରକଣା ପରି ରୋଗ ଯାହା ଭିଟାମିନ୍ ଏ ଅଭାବରୁ ହୁଏ, ତାହା ଶାଗ ଖାଇବା ଦ୍ୱାରା ନିରୋଧ କରିହୁଏ। ଯେଉଁମାନେ ବୟସାଧିକ୍ୟରୁ ଆଖି ଜନିତ ରୋଗରେ ପିଡ଼ିତ ସେମାନେ ପ୍ରଚୁର ପରିମାଣରେ ଭିଟାମିନ୍ ସି ଥିବା ଫଳ ଖାଇବା ଜରୁରୀ।

ଚୁନାମାଛ ଏକ କ୍ୟାଲ୍‌ସିୟମ୍, ଜିଙ୍କ୍, ଭିଟାମିନ୍‌ ଯୁକ୍ତ ଖାଦ୍ୟ ଯାହା ଆମ ଦୃଷ୍ଟିଶକ୍ତିକୁ ସୁସ୍ଥ ରଖିବା ସହ ଆମକୁ ଚଷମା ବ୍ୟବହାରରୁ ବଞ୍ଚାଏ। କିଛି ସାମୁଦ୍ରିକ ମାଛରେ ଓମେଗା ୩ ଫ୍ୟାଟି ଏସିଡ୍ ଥାଏ ଯାହା ଆମ ଆଖିଜନିତ ସ୍ୱାସ୍ଥ୍ୟ ପାଇଁ ଆବଶ୍ୟକ। ତାହା ମଧ୍ୟ ଆମେ ଅନ୍ୟ ଭିଟାମିନ୍ ଡି ଥିବା ଖାଦ୍ୟରୁ ପାଇ ପାରିବା। ଖାଦ୍ୟ ଖାଇବା ସହ ଆମେ ପ୍ରଚୁର ପାଣି ପିଇବା ମଧ୍ୟ ଜରୁରୀ। ଦିନକୁ ଅତିକମ୍‌ରେ ତିନିରୁ ଚାରି ଲିଟର ପାଣି ନିୟମିତ ପିଇବା ଜରୁରୀ ଯାହା ଦ୍ୱାରା ଆଖିର ଜଳୀୟ ଅଂଶ କମି ନଥାଏ।

ଦୈନନ୍ଦିନ ଅଭ୍ୟାସ:

କେବଳ ଖାଦ୍ୟପେୟ ନୁହେଁ, ବରଂ କେତେକ ଦୈନନ୍ଦିନ ଅଭ୍ୟାସ କାରଣରୁ ମଧ୍ୟ ଆମ ଆଖିରେ ଅସୁବିଧା ଆସେ। ନିୟମିତ ମୋବାଇଲ୍ ଦେଖିବା, ଟିଭି ସ୍କ୍ରିନ ପାଖରୁ ବସି ଦେଖିବା, ରାତିରେ ଡେରିରେ ଶୋଇବା, କମ୍ ପାଣି ପିଇବା, ଖରାରେ ଖାଲି ଆଖିରେ ବାହାରକୁ ଯିବା, ଅତ୍ୟନ୍ତ ଚାପଗ୍ରସ୍ତ ରହିବା ଇତ୍ୟାଦି ଅନେକ ପ୍ରକାର କାରଣରୁ ଆମ ଆଖି କମ୍ ବୟସରୁ ଖରାପ ହେବାକୁ ଲାଗେ। ଏଥିପାଇଁ ଯେତେ ସମ୍ଭବ ଆମ ଦୈନନ୍ଦିନ ଜୀବନଶୈଳୀକୁ ପରିବର୍ତ୍ତିତ କରିବା ଜରୁରୀ।

ଅଧିକ ପଢ଼ନ୍ତୁ: ପିଲାଙ୍କ ବୃଦ୍ଧିରେ ବାଧକ ରେଡି-ଟୁ-ଇଟ୍ ଖାଦ୍ୟ ଓ ହେଲ୍‌ଥ ଡ୍ରିଙ୍କ୍

ଛୁଆମାନଙ୍କୁ ଦୈନିକ ଏକ ଘଣ୍ଟାରୁ ଅଧିକ ସମୟ ଟିଭି କି ମୋବାଇଲ୍ ଦେଖିବାକୁ ଦେବା ଉଚିତ୍ ନୁହେଁ। ଏହା ସହ ରାତିରେ ଶୋଇବା ସମୟ ଓ ସକାଳୁ ଉଠିବା ସମୟ ଠିକ୍ ରହିବା ଜରୁରୀ। ଆଜିକାଲି ଅପରେସନ ହୋଇ ଅନେକ ଆଖି ରୋଗ ଯେପରିକି ଗ୍ଲକୋମା, କାଟାରାକ୍ଟ ଇତ୍ୟାଦି ଭଲ ହୋଇପାରୁଛି। ହେଲେ ଖୁବ୍ ଶୀଘ୍ର ଚିହ୍ନଟ କରିପାରିଲେ ହିଁ ଏହାର ଉପଚାର ସମ୍ଭବ। ନଚେତ୍ ଆଖିର ଦୃଷ୍ଟିଶକ୍ତି ଚାଲିଯିବାର ସମ୍ଭାବନା ଥାଏ। ଏଣୁ ଉପଯୁକ୍ତ ଖାଦ୍ୟପେୟ ସହ ଜୀବନଶୈଳୀକୁ ବଦଳାଇ ପାରିଲେ ଆମ ଆଖି ସୁସ୍ଥ ରହିପାରିବ।

ଇମେଲ୍ - jmohapatra13@gmail.com

(ବି.ଦ୍ର: ଏହି ଲେଖାରେ ଥିବା ସମସ୍ତ ତଥ୍ୟ ଲେଖିକାଙ୍କ ନିଜସ୍ୱ ମତ)

Nutrients Health Tips
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ