/odishatv-khabar/media/post_attachments/uploadimage/library/16_9/16_9_0/IMAGE_1691665096.jpg)
Ratna Bhandar
ରତ୍ନଭଣ୍ଡାର ମାମଲାରେ ହାଇକୋର୍ଟରେ ଦାଖଲ ସତ୍ୟପାଠରେ ଭୁଲ ତଥ୍ୟ ଦିଆଯାଇଛି । ୧୯୭୮ ମସିହାରେ ଭରି ହିସାବରେ ତଥ୍ୟ ଦିଆଯାଇଥିବା ବେଳେ ଏବେ କେଜି ହିସାବରେ ତଥ୍ୟ ଦର୍ଶାଯାଇଛି। ତେବେ ୭୪ କେଜି ରୂପା କମ ଥିବା ସରକାର ଦର୍ଶାଇଛନ୍ତି। ୨୦୧୮ ମସିହାରେ ବିଧାନସଭାରେ ଦିଆଯାଇଥିବା ତଥ୍ୟରେ ଏହା ସ୍ପଷ୍ଟ ହେଉଛି। ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ରତ୍ନ ଭଣ୍ଡାର ମାମଲାରେ ହାଇକୋର୍ଟରେ ମିଥ୍ୟା ସତ୍ୟପାଠ ଦେଇଥିବାରୁ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବି କରିଛି ଶ୍ରୀଜଗନ୍ନାଥ ସେନା। ନଚେତ ଆଗାମୀ ଦିନରେ ଓଡ଼ିଶା ବନ୍ଦ ଡାକରା ଦିଆଯିବ ବୋଲି ଚେତାବନୀ ଦିଆଯାଇଛି ।
ଅନ୍ୟପଟେ ଶ୍ରୀମନ୍ଦିର ରତ୍ନଭଣ୍ଡାରରେ କେତେ ସୁନା ରୁପା ଅଳଙ୍କାର ଅଛି, ତାକୁ ନେଇ ଭିନ୍ନ ଭିନ୍ନ ତଥ୍ୟ ଆସିବା ପରେ ତୁରନ୍ତ ରତ୍ନଭଣ୍ଡାର ଖୋଲିବାକୁ ଦାବି କରିଛନ୍ତି ବିଜେପି ଓ କଂଗ୍ରେସ। ବିଜେପିର ବରିଷ୍ଠ ନେତା ସମୀର ମହାନ୍ତି ଦାବି କରିଛନ୍ତି ଆର ବର୍ଷକୁ ଅପେକ୍ଷା ନ କରି ଏହି ମାସରେ ହିଁ ରତ୍ନଭଣ୍ଡାର ଖୋଲାଯାଇ ମହାପ୍ରଭୁଙ୍କ ଅଳଙ୍କାର ସବୁ ଯାଞ୍ଚ କରାଯାଉ । ସେ କହିଛନ୍ତି-୪୫ ବର୍ଷ ହେଲା ରତ୍ନଭଣ୍ଡାର ଯାଞ୍ଚ ହୋଇନି।
୧୯୭୮ ମସିହାର ଯାଞ୍ଚକୁ ନେଇ ଗେଜେଟ ନୋଟିଫିକେସନ ହୋଇଛି। ଏହାର ତଥ୍ୟକୁ ଆଇନ ମନ୍ତ୍ରୀ ବିଧାନସଭାରେ ଉତ୍ତର ରଖିବା ଓ ହାଇକୋର୍ଟରେ ରାଜ୍ୟ ସରକାର ଦାଖଲ କରିଥିବା ସତ୍ୟପାଠରୁ ସନ୍ଦେହ ସୃଷ୍ଟି ହେଉଛି। ରତ୍ନଭଣ୍ଡାର ଲୁଟ୍ ହୋଇଛି। ଲୋକଙ୍କ ମଧ୍ୟରେ ଅବିଶ୍ୱାସର ବାତାବରଣ ସୃଷ୍ଟି ହେଲାଣି। ତେଣୁ ରାଜ୍ୟ ସରକାର ତୁରନ୍ତ ରତ୍ନଭଣ୍ଡାର ଖୋଲିବା ଉଚିତ। କଂଗ୍ରେସର ତାରାବାହିନୀପତି ମଧ୍ୟ ରତ୍ନଭଣ୍ଡାର ଖୋଲିବାକୁ ଦାବି କରିଛନ୍ତି।
ସେପଟେ ବିଜେଡିର ଅମର ପ୍ରସାଦ ଶତପଥୀ କହିଛନ୍ତି, କୋର୍ଟରେ ଏହି ମାମଲା ବିଚାରାଧୀନ ଅଛି । ତେଣୁ କିଛି କହିବା ଠିକ୍ ନୁହେଁ। ବିଧାନସଭାର ତଥ୍ୟ ଓ ସତ୍ୟପାଠର ତଥ୍ୟକୁ କୋର୍ଟ ତର୍ଜମା କରିବେ। ...
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)