• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ମୁଣ୍ଡରେ ଘର ନିଲାମ ଟେନ୍‌ସନ୍‌ । କ’ଣ କରିବେ କିଛି ଚିନ୍ତା କରିପାରୁ ନାହାନ୍ତି । ବ୍ୟାଙ୍କରୁ ନୋଟିସ ପହଞ୍ଚିଛି । ପିଲା ଛୁଆ ପରିବାରକୁ ଧରି କୋଉଠି ରହିବେ କିଛି ବୁଝି ହେଉନି । ଘର ନ ନିଲାମ ପାଇଁ ବ୍ୟାଙ୍କକୁ କେମିତି ବୁଝାଇବେ ତାହା ବି ବୁଦ୍ଧି ବାଟ ଦିଶୁନି । ହେଲେ ହଠାତ୍ ବଦଳିଗଲା ଭାଗ୍ୟ । 

କୁହାଯାଏ ‘ଉପରବାଲା ଜବ ଭି ଦେତା ହେ ଛପର ଫାଡ଼ କେ ଦେତା ହେ’ । ନିଜ ଚାରି ପାଖରେ ଏମିତି ଅନେକ ଉଦାହରଣ ଆପଣ ଦେଖିଥିବେ । ଆଜି ଯିଏ ଗରିବ ଅଛି କାଲି ସିଏ ଧନୀ ହୋଇଯିବ । ଆଜି ଜଣେ ଦୁଆର ଦୁଆର ବୁଲି ଚାକିରି ଖୋଜୁଛି କିନ୍ତୁ ତାକୁ ମିଳୁନି । ହଠାତ୍ ଏମିତି ବି ସମୟ ଆସିପାରେ ସେହି ଲୋକ ଅନ୍ୟମାନଙ୍କୁ ଚାକିରି ଦେଇପାରେ । ତେଣୁ କାହା ଭାଗ୍ୟରେ କ’ଣ ଅଛି ତାହା ଆକଳନ କରିବା ଅସମ୍ଭବ । ଆଉ ସବୁଠାରୁ ବଡ଼ କଥା ହେଲା କାହାକୁ କେବେ ବି ହୀନ ଚକ୍ଷୁରେ ଦେଖିବା ନାହିଁ । କିମ୍ବା କାହାର ପରିସ୍ଥିତିକୁ ତାତ୍ସଲ୍ୟ କରିବା ଅନୁଚିତ୍ ।

ଏମିତି ଏକ କାହାଣୀ ଆଜି ଆମେ ଆପଣଙ୍କୁ କହିବାକୁ ଯାଉଛୁ । ଯାହା ଆପଣ ଶୁଣିଲେ ଆଶ୍ଚର୍ଯ୍ୟ ହେବେ । ଜଣେ ମାଛ ବିକାଳି ମାତ୍ର କିଛି ଘଣ୍ଟା ମଧ୍ୟରେ ସାଜିଛନ୍ତି ଲକ୍ଷପତି । ଯେତେବେଳେ ତାଙ୍କ ଘର ନିଲାମ ହେବାକୁ ବସିଥିଲା, ବ୍ୟାଙ୍କରୁ ନୋଟିସ ବି ଆସିଥିଲା । ଟଙ୍କା ଦିଅ ନହଲେ ଘର ନିଲାମ ହେବ । ମାଛ ବିକାଳି ଜଣକ ମୁଣ୍ଡରେ ହାତ ଦେଇ ଭାବୁଥିଲେ କ’ଣ କରିବି, କେମିତି ରକ୍ଷା କରିବି ନିଜ ଘରକୁ । ଘର ଚାଲିଗଲେ ପୁରା ପରିବାର ରାସ୍ତାକୁ ଆସିଯିବ । କେମିତି ରଖିବି କେଉଁଠି ରଖିବି ପୁରା ପରିବାରକୁ ।

ତେବେ ଘର ନିଲାମ ନକରିବା ପାଇଁ ବ୍ୟାଙ୍କକୁ ଟଙ୍କା ଦେବାକୁ ହେବ । ହେଲେ ଏତେ ଟଙ୍କା ଆସିବ କେଉଁଠୁ ? ପାଖାପାଖି ୯ ଲକ୍ଷ ଟଙ୍କାର ଋଣ ବୋଝ ମୁଣ୍ଡାଇଥିଲେ ଏକ ମାଛ ବିକାଳି । ନିଜ ଘର ତୋଳିବା ଉଦେଶ୍ୟରେ ବ୍ୟାଙ୍କରୁ ଋଣ ଆଣିଥିଲେ । କିନ୍ତୁ ଆର୍ଥିକ ଅନଟନ ଯୋଗୁଁ ସେ ଏହି ଟଙ୍କା ସୁଝିବାକୁ ଅସମର୍ଥ ରହିଛନ୍ତି । 

ତେବେ କୁହାଯାଏ, ଯାହାକୁ ଭଗବାନ ସାହା, ତାକୁ ଆଉ କାହାର ସାହାରା ଲୋଡ଼ା ନାହିଁ । ନିଷ୍ଠାର ସହ ଯିଏ ନିଜ କାମ କରୁଥିବ ଭଗବାନ ଦିନେ ନା ଦିନେ ତାକୁ ଫଳ ଦେବେ । ଏହି ମାଛ ବିକାଳିଙ୍କ କ୍ଷେତ୍ରରେ ଠିକ୍ ଏମିତି କିଛି ଘଟିଛି । ଏତେ ବଡ଼ ଦୁଃଖ ସମୟରେ ତାଙ୍କୁ ସ୍ୱୟଂ ଭଗବାନ ହିଁ ସାହା ହୋଇଛନ୍ତି । ମୁଣ୍ଡ ଉପରେ ଘର ନିଲାମର ଚିନ୍ତା ମାଡ଼ି ବସୁଥିବା ବେଳେ ହଠାତ୍ ଫୋନ୍ ଆସିଲା, ଆପଣ ୭୦ ଲକ୍ଷ ଟଙ୍କା ଜିତିଛନ୍ତି । ଆସି ନେଇ ଯାଆନ୍ତୁ । ଏଠି ଆପଣ ଆଶ୍ଚର୍ଯ୍ୟ ହେବେ, କ’ଣ ସତରେ ଭଗବାନ ଫୋନ୍‌ କଲେ, ୭୦ ଲକ୍ଷ ଟଙ୍କା ଦେବାକୁ । ଆଜ୍ଞା ହଁ । ସ୍ୱୟଂ ଭଗବାନଙ୍କ ହିଁ ଭାଇ ରୂପରେ ଆସି ତାଙ୍କୁ ଫୋନ କଲେ । ଆଉ କହିଲେ ଭାଇ ତମେ ୭୦ ଲକ୍ଷ ଟଙ୍କା ଜିତିଛ ।

ତେବେ ପୁରା କାହାଣୀଟି ହେଲା, କେରଳ କୋଲାମ ଜିଲ୍ଲା ମିନିଗାପଲ୍ଲୀର ପୁକୁଞ୍ଜୁ, ବୁଧାବାର ଦିନତମାମ ବାଇକ୍‌ରେ ଗାଁ ଗାଁ ବୁଲି, ମାଛ ବିକି ଯେଉଁ କିଛି ପଇସା ରୋଜଗାର କରିଥିଲେ, ସେଥିରେ ସେ ଲଟେରୀ ଟିକେଟ୍ କିଣିଥିଲେ । କାମ ସାରି ସନ୍ଧ୍ୟାରେ ଘରକୁ ଫେରିବା ବେଳେ ଲଟେରୀ ଟିକଟ କିଣିଥିଲେ । ଆଉ ଖୁସି ଖୁସିରେ ଘରକୁ ଫେରିଥିଲେ । କିନ୍ତୁ ସେ ଜାଣିନଥିଲେ ଘରେ ତାଙ୍କ ପାଇଁ ଅପେକ୍ଷା କରିଛି ବ୍ୟାଙ୍କ ନୋଟିସ । ଆଉ ସେଥିରେ ସ୍ପଷ୍ଟ ଲେଖା ଅଛି ଯଥାଶୀଘ୍ର ଋଣ ସୁଝ ନଚେତ ଘର ନିଲାମ ହେବ ।

ତେବେ ଏହି ନୋଟିସ ପାଇ ମୁଣ୍ଡରେ ହାତ ଦେଇବସିଥିବା ବେଳେ ତାଙ୍କ ଭାଇର ଫୋନ୍‌ ଆସିଥିଲା । ଆଉ ସେ କହିଥିଲେ ଭାଇ ଆମର ଲଟେରୀ ଲାଗିଗଲା । ଲଟେରୀ ନମ୍ବର AK 570 ରେ ୭୦ ଲକ୍ଷ ଟଙ୍କା ଆମେ ଜିତିଛେ । ଏହା ଶୁଣିବା ପରେ ପୁକୁଞ୍ଜୁଙ୍କ ମନ ଅନନ୍ଦରେ ଗଦଗଦ ହୋଇପଡ଼ିଥିବା ବେଳେ ଆଖିରେ ବି ଲୁହ ଆସିଥିଲା । କିନ୍ତୁ ଯାହା ହେଉ ଭଗବାନ ତାଙ୍କୁ ସାହା ହୋଇଛନ୍ତି । ଏହି ୪୦ ବର୍ଷିୟ ମାଛ ବିକାଳିଙ୍କ କାହାଣୀକୁ ନେଇ ଏବେ ପୁରା ଅଞ୍ଚଳରେ ଚର୍ଚ୍ଚା ଚାଲିଛି ।