Advertisment

ଗର୍ଭବତୀ ବୋଲି ଜାଣିବାର ୪୮ ଘଣ୍ଟା ପରେ ମା’ ହେଲେ

ଗର୍ଭବତୀ ବୋଲି ଜାଣିବାର ୪୮ ଘଣ୍ଟା ପରେ ଜଣେ ମହିଳା ସନ୍ତାନ ପ୍ରସବ କରିଛନ୍ତି। ଏମିତି ଝଟକା ଦେବା ପରି ଘଟଣା ଘଟିଛି ଆମେରିକାରେ।

author-image
Minati Mishra
ଅଦ୍ୟତନ ହୋଇଛି
US Pregnant Woman

48 hours after knowing of pregnancy woman became mother

୯ ମାସ ୯ ଦିନ ଭ୍ରୁଣକୁ ଗର୍ଭରେ ଧାରଣ କରିବା ପରେ ସନ୍ତାନକୁ ଦୁନିଆ ଦେଖାଇଥାଏ ମା’ । ଗୋଟିଏ ଜୀବନକୁ ନିଜ ଭିତରେ ସୁରକ୍ଷିତ ରଖି  ଦୁନିଆକୁ ଆଣିବା ପାଇଁ ଏ ଯେଉଁ ୯ମାସର  ଯାତ୍ରା କୌଣସି ସଂଘର୍ଷ ଠାରୁ କମ୍‌ ନୁହେଁ  । ବେଳେବେଳେ ପ୍ରସବ ଯନ୍ତ୍ରଣାଠାରୁ ବି ଭାରି ପଡେ ଏହି ୯ ମାସର ଯନ୍ତ୍ରଣା। ସେଥିପାଇଁ ତ ଗର୍ଭ ଧାରଣ ପୂର୍ବରୁ ମହିଳାଙ୍କୁ ଶହେ ଥର ଚିନ୍ତା କରିବାକୁ ପଡ଼ିଥାଏ। ହେଲେ ଆଶ୍ଚର୍ଯ୍ୟର କଥା, ଗର୍ଭବତୀ ବୋଲି ଜାଣିବାର ୪୮ ଘଣ୍ଟା ପରେ ଜଣେ ମହିଳା ସନ୍ତାନ ପ୍ରସବ କରିଛନ୍ତି। ଏମିତି ଝଟକା ଦେବା ପରି ଘଟଣା ଘଟିଛି ଆମେରିକାରେ।

Advertisment

ଆମେରିକା ଓମାହାର ଏଇ ଦମ୍ପତି ୪୮ ଘଣ୍ଟା ମଧ୍ୟରେ କୋଳରେ ସନ୍ତାନକୁ ପାଇଛନ୍ତି। ଏଇ ଘଟଣା ତାଙ୍କୁ ଯେତିକି ଆନନ୍ଦ ଦେଇଛି ସେତିକି ଆଶ୍ଚର୍ଯ ବି କରିଛି। ୨୩ ବର୍ଷୀୟ ପେଟନ ଷ୍ଟୋବର ପେଷାରେ ଶିକ୍ଷୟିତ୍ରୀ। ସେ କିଛି ଦିନ ଧରି ନିୟମିତ ଦୁର୍ବଳ ଅନୁଭବ କରୁଥିଲେ। ଚାକିରିର ଚାପ ଯୋଗୁ ଏମିତି ହେଉଥିବ ଭାବିଥିଲେ। ପରେ ଦେଖିଲେ ତାଙ୍କର ପାଦ ଫୁଲିବାକୁ ଲାଗୁଛି। ସେ ଡାକ୍ତରଙ୍କ ପରାମର୍ଶ ପାଇଁ ଯାଇଥିଲେ। ହେଲେ ଡାକ୍ତର ଯାହା କହିଲେ ଶୁଣିବା ପରେ ସେ ଆଶ୍ଚର୍ଯ୍ୟ ହୋଇଗଲେ। ସେ ମା’ ହେବାକୁ ଯାଉଛନ୍ତି ବୋଲି ଡାକ୍ତର ତାଙ୍କୁ କହିଥିଲେ। ତା’ ପରେ ସେ ଟେଷ୍ଟ କରାଇଥିଲେ, ଅଲ୍‌ଟ୍ରା ସାଉଣ୍ଡ ବି କରାଇଥିଲେ। ସବୁର ରିପୋର୍ଟ ଥିଲା ପଜିଟିଭ।

୨ ଦିନ ପରେ ସେ ଅସୁସ୍ଥତା ଅନୁଭବ କଲେ। ତାଙ୍କର କିଡ୍‌ନୀ ଏବଂ ଲିଭର ଠିକରେ କାମ କରିବା ବନ୍ଦ କରିଦେବା ପରି ସେ ଅନୁଭବ କଲେ। ତାଙ୍କର ବୟଫ୍ରେଣ୍ଡ କେଇଟିଭିଙ୍କ କହିବା ଅନୁଯାୟୀ, ତୁରନ୍ତ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଗଲା। ସେହି ରାତିରେ ସେ ସନ୍ତାନ ଜନ୍ମ ଦେଇଥିଲେ।

Advertisment

ଡାକ୍ତରଙ୍କ କହିବା ଅନୁଯାୟୀ, ଷ୍ଟୋବର ପ୍ରିକ୍ଲେମ୍ପସିଆ ( preeclampsia) ରୋଗର ଶିକାର ହୋଇଥିଲେ। ଏହା ଗର୍ଭାବସ୍ତାରେ ଜଟିଳ ପରିସ୍ଥିତି ସୃଷ୍ଟି କରିଥାଏ। ଏହାଦ୍ୱାରା ଉଚ୍ଚ ରକ୍ତଚାପ ବଢିଯିବା ସହ ଅନ୍ୟାନ୍ୟ ରୋଗ ଦେଖା ଦେଇଥାଏ।

ମେଡିକାଲ ବିଶେଷଜ୍ଞଙ୍କ କହିବା ଅନୁଯାୟୀ, ଜରୁରୀକାଳୀନ ସ୍ଥିତିରେ ଏକ ସି-ସେକ୍ସନ କରବାକୁ ପଡ଼ିଥାଏ ଯାହାଦ୍ୱାରା ମା’ ଏବଂ ପିଲାର ଜୀବନ ରକ୍ଷା କରା ଯାଇ ପାରିଥାଏ। ଏମିତି ପରିସ୍ଥିତି ଦେଖି ଷ୍ଟୋବର ବହୁତ ଡରି ଯାଇଥିଲେ। ଯାହା ବି ହେଉ ଧାର୍ଯ୍ୟ ତାରିଖର ୧୦ ସପ୍ତାହ ପୂର୍ବରୁ ସେ ଏକ ପୁତ୍ର ସନ୍ତାନକୁ ଜନ୍ମ ଦେଇଥିଲେ। ଜନ୍ମବେଳେ ପୁଅର ଓଜନ ୪ ପାଉଣ୍ଡ ଥିଲା। ପୁଅର ନାମ ରଖିଛନ୍ତି କାଶ୍‌। ପୁଅକୁ ପାଇ ଏହି ଦମ୍ପତି ଏବେ ଖୁବ ଖୁସି। ଷ୍ଟ୍ରୋବର ଭାବପ୍ରବଣ ହୋଇ କୁହନ୍ତି ‘ମୁଁ ଏବେ ପୁଅକୁ କୋଳରେ ଧରି ପାରୁଛି, ସନ୍ତ୍ୟପାନ କରାଉଛି। ଏବେ ଅନୁଭବ କରୁଛି, କାଶ୍ ସମ୍ପୂର୍ଣ୍ଣ ଭାବେ ମୋର..’

Pregnant Woman Pregnancy
Advertisment
Advertisment