• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Swadesi Megha Mallhar Prusty

ଆପଣ କେବେ ଭାବିଛନ୍ତି ସବୁବେଳେ ଭଲ କାମ କରୁଥିବାର ପରିଣାମ କଣ ହୋଇପାରେ । କହିପାରନ୍ତି, ଭଲର ପରିଣାମ ସବୁବେଳେ ଭଲ ମିଳିଥାଏ । କିନ୍ତୁ ବର୍ତ୍ତମାନ କଳିଯୁଗରେ ତାହା ଧିରେ ଧିରେ ମିଥ୍ୟା ବୋଲି ପ୍ରମାଣିତ ହେବାକୁ ଯାଉଛି । ଅଫିସରେ ଏହା ପ୍ରାୟତଃ ଏହା ଦେଖାଯାଏ ଯେ, ଯେଉଁମାନେ ସମ୍ପୂର୍ଣ୍ଣ ଉତ୍ସର୍ଗୀକୃତ ହୋଇ ସଚ୍ଚୋଟତା ସହିତ କାମ କରନ୍ତି ସେମାନଙ୍କୁ ସବୁ ସ୍ଥାନରେ ସମ୍ମାନ ମିଳେ ।

କେବଳ ଏତିକି ନୁହେଁ, ଅନ୍ୟ କର୍ମଚାରୀଙ୍କ ତୁଳନାରେ ସେମାନଙ୍କର ପଦୋନ୍ନତି ମଧ୍ୟ ଭଲ ହୋଇଥାଏ । ଅତି ସବୁବେଳ ଖରାପ । ଅତି ଲେମ୍ବୁ ଚିପୁଡ଼ିଲେ ପିତା ପରି ଅତି ହେଉଛି ‘ସର୍ବତ୍ର ଗର୍ହିତମ୍’ । ଏହାର ଏକ ଉଦାହରଣ ନିକଟରେ ଦେଖିବାକୁ ମିଳିଛି । ଜଣେ ମହିଳା ଅଧିକ କାମ କରିବାକୁ ତାଙ୍କୁ ଚାକିରିରୁ ବାହାର କରି ଦିଆଯାଇଛି । ବିଶ୍ୱାସ ନହେଉ ଥିଲେ ମଧ୍ୟ କଥାଟି ସତ ।

ସୋସିଆଲ ମିଡ଼ିଆ ପ୍ଲାଟଫର୍ମ ଟିକଟକରେ ଏନେଇ ଏକ ଭିଡ଼ିଓ ସେୟାର କରିଛନ୍ତି ମହିଳା । ଉକ୍ତ ଭିଡ଼ିଓରେ ମହିଳା ଜଣକ କହିଛନ୍ତି, ଭଲ କାମ କରିବାର ପରିଣାମ ମୋତେ ମିଳିଛି । ଏଥିପାଇଁ ମୋର ବସ୍ ମୋତେ ଚାକିରିରୁ ବାହାର କରିଦେଇଛନ୍ତି । ଏପ୍ରିଲ ପର୍ଯ୍ୟନ୍ତ କାମ ଆଗୁଆ ସାରିଦେଇଥିବାରୁ ତାଙ୍କୁ ଏପରି ଦଶା ଭୋଗିବାକୁ ପଡ଼ିଛି ।

ଡାଟା ପ୍ରୋଜେକ୍ଟ ସମ୍ବନ୍ଧିତ ସମସ୍ତ ଡାଟା ସେ ସମୟ ପୂର୍ବରୁ ସପ୍ଟୱେୟାରରେ ରଖି ଦେଇଥିଲେ । ଏତେ ଜଲଦି କାମ ଶେଷ କରିବା ପରେ ସେମାନେ ଖୁସି ହେବା ଜାଗାରେ ଚାକିରିରୁ ବାହାର କରିଦେଲେ ବୋଲି କହିଛନ୍ତି ମହିଳା । ଏତେ ଶୀଘ୍ର କାମ ଶେଷ କରିବା ଉପରିସ୍ଥ ଅଫିସରଙ୍କୁ ପସନ୍ଦ ଆସିନଥିଲା । ଏଣୁ ତାଙ୍କୁ ଚାକିରିରୁ ବାହାର କରିଦେଲେ ବୋଲି ଅଭିଯୋଗ କରିଛନ୍ତି ଉକ୍ତ ମହିଳା ଜଣକ ।

ଅନ୍ୟପଟେ ମହିଳାଙ୍କ ବସ ମଧ୍ୟ ଅଧିକ ଦିନ ଅଫିସ ଆସୁନଥିଲେ ବୋଲି ସେ କହିଛନ୍ତି । ଏଣୁ ତାଙ୍କୁ ନିଜ ବସଙ୍କର କାର୍ଯ୍ୟ ମଧ୍ୟ କରିବାକୁ ପଡ଼ୁଥିଲା । ତେବେ ମହିଳାଙ୍କର ଏପରି ପୋଷ୍ଟକୁ ନେଇ ସୋସିଆଲ ମିଡ଼ିଆରେ ମିଶ୍ର ପ୍ରତିକ୍ରିୟା ଦେଖିବାକୁ ମିଳିଛି ।