• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ସ୍ତ୍ରୀକୁ ମଶା କାମୁଡ଼ିବା ପରେ ପୋଲିସ୍‌କୁ ନାକେଦମ୍‌ କରିଦେଲେ ଯୁବକ । ତୁରନ୍ତ ସାହାଯ୍ୟ କରିବା ପାଇଁ ଟ୍ୱିଟ୍‌ କରିଥିଲେ । ଉତ୍ତରପ୍ରଦେଶ ସମ୍ଭଲର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି ହୋଇଥିବା ଜଣେ ଗର୍ଭବତୀ ମହିଳାଙ୍କୁ ମଶା କାମୁଡ଼ିବା ପରେ ତାଙ୍କ ସ୍ୱାମୀ ରାତି ଅଧରେ ୟୁପି ପୋଲିସକୁ ଟ୍ୱିଟ କରି ସାହାଯ୍ୟ ମାଗିଥିଲେ ।

ତେବେ ଟ୍ୱିଟ୍‌ ଦେଖି ସଂପୃକ୍ତ ଯୁବକଙ୍କୁ ସାହାଯ୍ୟ କରିବା ପାଇଁ ତୁରନ୍ତ ପୋଲିସ ମୁଖ୍ୟାଳୟରୁ ନିର୍ଦ୍ଦେଶ ଆସିଥିଲା । ନିର୍ଦ୍ଦେଶ ପାଇବା ମାତ୍ରେ ପୋଲିସ୍(UP Police) ଅଧିକାରୀମାନେ ମଶା ନିରୋଧୀ ସାମଗ୍ରୀ ନେଇ ହସ୍ପିଟାଲରେ ପହଞ୍ଚି ଯାଇଥିଲେ । ୟୁପି ପୋଲିସ୍ ସବୁବେଳେ ନିଜର ଦବଙ୍ଗ ସ୍ୱଭାବ ପାଇଁ ଚର୍ଚ୍ଚାରେ ରହୁଥିବାବେଳେ, ଏଥର ପୁଣି ହସ୍ପିଟାଲରେ ଭର୍ତ୍ତିଥିବା ଗର୍ଭବତୀ ମହିଳାଙ୍କ ପାଇଁ ସଙ୍କଟମୋଚକ ସାଜିଛି । 

ଅଧିକ ପଢ଼ନ୍ତୁ: କିଛି ନିର୍ଦ୍ଦିଷ୍ଟ ଲୋକଙ୍କୁ ମଶା ଅଧିକ କାମୁଡ଼ିଥାନ୍ତି ! ହେଲେ କାହିଁକି ? ଆପଣ ହେଉଛନ୍ତି କି ମଶାର ଶିକାର...

ଚନ୍ଦୁସି କୋଟୱାଲି ଅଞ୍ଚଳର ରାଜମୋହଲା ନିବାସୀ ଅସଦ । ଗତ ରାତିରେ ଯନ୍ତ୍ରଣା ହେବାରୁ ଗର୍ଭବତୀ ସ୍ତ୍ରୀକୁ ସେ ସହରର ଏକ ଘରୋଇ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ । ହେଲେ ରାତି ଅଧରେ ଅସଦଙ୍କର ସ୍ତ୍ରୀଙ୍କୁ ମଶା କାମୁଡ଼ି ବ୍ୟତିବ୍ୟସ୍ତ କରିପକାଇଥିଲେ । ମଶାଠାରୁ ମୁକ୍ତି ପାଇବା ପାଇଁ ଯୁବକ ଜଣକ ୟୁପି ପୋଲିସ ଏବଂ ସମ୍ଭଲ ପୋଲିସକୁ ଟ୍ୱିଟ୍ କରି ଲେଖିଥିଲେ 'ମୋ ସ୍ତ୍ରୀଙ୍କୁ ଚନ୍ଦୁସିର ହରି ପ୍ରକାଶ ନର୍ସିଂହୋମରେ ଭର୍ତ୍ତି କରିଛି । ମୋର କୁନି ଝିଅଟିଏ ଜନ୍ମ ହୋଇଛି । ହେଲେ ମୋ ସ୍ତ୍ରୀ ଏଠାରେ ମଶାଙ୍କ ଦୌରାତ୍ମ୍ୟ ପାଇଁ ଯନ୍ତ୍ରଣା ଭୋଗୁଛି । ତୁରନ୍ତ ମଶା କଏଲ୍‌ ଉପଲବ୍ଧ କରାନ୍ତୁ ।

ଯୁବକଙ୍କ ଟ୍ୱିଟ୍‌ ଦେଖିବା ପରେ ୟୁପି ପୋଲିସର ୧୧୨ରୁ ଟ୍ୱିଟର ଆକାଉଣ୍ଟରୁ ଉତ୍ତର ଦିଆଯାଇଥିଲା । ଆଉ ଅଳ୍ପ ସମୟ ମଧ୍ୟରେ ମଶା କଏଲ୍‌ ଧରି ହସ୍ପିଟାଲରେ ପହଞ୍ଚି ଯାଇଥିଲେ ପୋଲସ୍‌ ଅଧିକାରୀ । ନିଜ ସମସ୍ୟାର ସମାଧାନ ପାଇବା ପରେ ଯୁବକ ଜଣକ ପୋଲିସକୁ ଧନ୍ୟବାଦ ଜଣାଇଛନ୍ତି।