Advertisment

ମହାନଦୀର ଅଥଳ ନଦୀରେ ଲୁଚିଛି କଣ ରହସ୍ୟ ? ପାଣି ତଳେ ପ୍ରାଚୀନ ନାଗସାପ ମୂର୍ତ୍ତି

ପୂର୍ବରୁ ଠାବ ହୋଇଛି ୫ଶହ ବର୍ଷ ତଳର ମନ୍ଦିର । ବାଲି ତଳେ ପୋତା ମନ୍ଦିରର ଦିଶୁଛି କେବଳ ଚୂଡ଼ା ।

author-image
Satyendu Shekher Mishra
Kantilo

Kantilo

ନଦୀ ଉପରକୁ ଯେତିକି ଶାନ୍ତ ଭିତରେ ସେତିକି ଗଭୀର । ଆଉ ଗଭୀର ଜଳରାଶି ଭିତରେ କେତେ କଣ ରହସ୍ୟ ଅଛି, ତା ତ କେବଳ ସମୟ ହିଁ କହିପାରିବ। କେତେ ଯେ ସଭ୍ୟତା, କେତେ ଯେ ସଂସ୍କୃତି ଜଳରେ ବିଲୀନ ହୋଇଛି, ପୁଣି ସମୟ ଚକ୍ରରେ ତାର ଅବଶେଷ ବି ମିଳିଛି।

Advertisment

ଆମେ ଆପଣଙ୍କୁ ଏକ ଏମିତି ସ୍ଥାନ ବିଷୟରେ କହୁଛୁ, ଯେଉଁଠି ପାଣି ତଳୁ ବିଭିନ୍ନ ସମୟରେ ମିଳିଛି ବହୁ ପ୍ରାଚୀନ ବସ୍ତୁ। ମହାନଦୀର ଅଥଳ ଜଳରାଶି ତଳେ ଏଠି ଲୁଚିଛି ବଡ ରହସ୍ୟ। କେତେବେଳେ ପ୍ରାଚୀନ ବସ୍ତୁ ତ ପୁଣି କେତେବେଳେ ୫ଶହ ବର୍ଷ ତଳର ମନ୍ଦିର ବି ଠାବ ହୋଇଛି ।

ହଁ ଆଜ୍ଞା, ନୟାଗଡ ଜିଲ୍ଲା ଭାପୁର ବ୍ଲକର ପଦ୍ମାବତୀ ଗାଁ । ଯେଉଁଠି ଏବେ ଏବେ ପାଣି ଭିତରୁ ମିଳିଛି ଏକାଧିକ ସୁନ୍ଦର ତଥା ପ୍ରାଚୀନ ନାଗସାପ ମୂର୍ତ୍ତି। ଗାଁର ତ୍ରିନାଥ ରଣା ମାଙ୍କଡ଼ଖିଆ ପାହାଡ଼ ନିକଟ ମହାନଦୀର ଘାଟତୁଠରୁ ମିଳିଛି ୮ଟି ନାଗ ମୂର୍ତ୍ତି । ଏସବୁ ନାଗ ମୂର୍ତ୍ତିକୁ ଗାଁଲୋକେ ପୂଜାର୍ଚ୍ଚନା କରୁଛନ୍ତି । ପଦ୍ମାବତୀ ବଉଳାକ୍ଷେତ୍ର ଜଗନ୍ନାଥ ମନ୍ଦିର ପ୍ରାଙ୍ଗଣରେ ଏହି ସାପଗୁଡିକୁ ରଖି ପୂଜାର୍ଚ୍ଚନା କରାଯାଉଛି।

Advertisment

ସେଇଭଳି ପୂର୍ବରୁ ମଧ୍ୟ ଏହି ଅଂଚଳରେ ମିଳିଛି ୫ଶହ ବର୍ଷ ତଳର ଗୋପୀନାଥ ମନ୍ଦିର । ମହାନଦୀର ପାଣି କମିବା ପରେ ମନ୍ଦିରର ଚୂଡ଼ା ଉପରକୁ ଦିଶିଥିଲା। ସ୍ଥାନୀୟ ଲୋକେ ଏହା ଦେଖିବାପରେ ଐତିହାସିକ ଓ ଗବେଷକଙ୍କ ନଜର ପଡିଥିଲା ଏହି ଛୋଟିଆ ଗାଁ ଉପରେ। ତେବେ ପାଣି ତଳେ ଆହୁରି ଅନେକ ପୁରାତନ ସାମଗ୍ରୀ ଥାଇପାରେ ବୋଲି ଆଶା କରାଯାଉଛି ।

Advertisment
Advertisment