/odishatv-khabar/media/post_attachments/uploadimage/library/16_9/16_9_0/IMAGE_1694165455.jpg)
India-Bharat
ଆମ ଦେଶର ନାଁ କ’ଣ ରହିଲେ ଭଲ ହେବ ? ଭାରତ ନା ଇଣ୍ଡିଆ ? ନା ପୂର୍ବପରି ଉଭୟ ନାଁ ରହିଲେ ଭଲ ହେବ ? ଏହି ପ୍ରସଙ୍ଗକୁ ନେଇ ଦେଶବ୍ୟାପି ଏବଂ ସୋସିଆଲ୍ ମିଡିଆରେ ବାକ୍ ବିତଣ୍ଡା ସୀମା ଟପିଥିବାବେଳେ ଓଟିଭି ତା’ ଦର୍ଶକଙ୍କୁ ପଚାରିଥିଲା ଏ ସଂପର୍କିତ ଗୋଟିଏ ପ୍ରଶ୍ନ ।
ତାହା ଥିଲା- ଆପଣଙ୍କ ମତରେ ଆମ ଦେଶର ନାଁ କଣ ରହିଲେ ଭଲ ହେବ ? ଭାରତ ନା ଇଣ୍ଡିଆ ?
୬ ତାରିଖରୁ ୮ ତାରିଖ ଦିନ ୩ଟା ସୁଦ୍ଧା ଆମର ୬୫ ପ୍ରତିଶତ ଦର୍ଶକ ଦେଶର ନାଁ ‘ଭାରତ’ ରହିବା ଉଚିତ ବୋଲି ମତ ରଖିଛନ୍ତି । ଅନ୍ୟପଟେ ୧୧.୩ ପ୍ରତିଶତ ସୋସିଆଲ ମିଡିଆ ୟୁଜର ଇଣ୍ଡିଆ ବୋଲି ମତ ରଖିଛନ୍ତି । ସେହିଭଳି ୨୧.୫ ପ୍ରତିଶତ ଲୋକ ଇଣ୍ଡିଆ ଏବଂ ଭାରତ ଉଭୟ ନାଁ ରହୁ ବୋଲି ମତ ଦେଇଛନ୍ତି । ଅନ୍ୟ ୨ ପ୍ରତିଶତ ଦର୍ଶକ ଏହି ପ୍ରସଙ୍ଗରେ କୌଣସି ମତ ଦେବାକୁ ଚାହିଁନାହାଁନ୍ତି।
#ଓଟିଭି_ଜନମତ:
ଆମ ଦେଶର ନାଁକୁ ନେଇ ଏବେ ଚର୍ଚ୍ଚା ଓ ରାଜନୀତି ଜୋର୍ ଧରିଛି। ଆପଣଙ୍କ ମତରେ ଆମ ଦେଶର ନାଁ କ’ଣ ରହିଲେ ଭଲ ହେବ? #OTV#Janamata#SocialMediaSurvey#PublicOpinion— ଓଟିଭି (@otvkhabar) September 6, 2023
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)