• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ଆମ ଦେଶରେ ବେକାରୀ ସମସ୍ୟା ଏତେ ଅଧିକ ଯେ ଲୋକମାନେ କେବଳ ଚାକିରି ତଥା ରୋଜଗାର ପାଇଁ କୁଆଡ଼େ ବି ଯିବାକୁ ପ୍ରସ୍ତୁତ । ଏମିତିକି ଟଙ୍କା ପାଇଁ କିଛି ବି କରିବାକୁ ପ୍ରସ୍ତୁତ ଥାନ୍ତି । ହେଲେ ଏମିତି ଏକ ଚାକିରି ଅଛି ଯେଉଁଥିରେ ବର୍ଷକୁ ଦୁଇ କୋଟି ଟଙ୍କା ମିଳିବ, ତଥାପି ସେହି ଚାକିରି କରିବାକୁ କେହି ଚାହାନ୍ତି ନାହିଁ । ଏହି ଚାକିରିଟି ହେଲା ଜଣକ ଘରେ ରହିବାକୁ ପଡ଼ିବ । ଆଉ ତାଙ୍କର କାମ କରିବାକୁ ପଡ଼ିବ । ହେଲେ ସେହି ଘରେ ରହିବାକୁ ହେଲେ ଯେଉଁ ସବୁ ସର୍ତ୍ତ ରହିଛି, ତାକୁ ଶୁଣିବା ପରେ କେହି କାମ କରିବାକୁ ରାଜି ହେଉନାହାନ୍ତି । ଏହି ଚାକିରି କରିବା ପୂର୍ବରୁ ସେମାନେ ହଜାରେ ଥର ଭାବିଥାନ୍ତି । 

ସାଉଥ ଚାଇନା ମର୍ନିଂ ପୋଷ୍ଟ ଅନୁଯାୟୀ ଚାଇନାରେ ଏହି ଚାକିରି ଦିଆଯାଉଛି। ଏଠାରେ, ସାଂଘାଇ ସହରରେ ରହୁଥିବା ଜଣେ ମହିଳା ନିଜ ପାଇଁ ବ୍ୟକ୍ତିଗତ ଚାକରାଣୀ ଖୋଜୁଛନ୍ତି, ଯିଏ କି ୨୪ ଘଣ୍ଟା ତାଙ୍କର ପ୍ରତ୍ୟେକ ଛୋଟ ବଡ ଜିନିଷର ଯତ୍ନ ନେବେ । ଏହି କାମ ପାଇଁ ସେ ତାଙ୍କୁ ପ୍ରତି ମାସରେ ୧୬ ଲକ୍ଷ ଟଙ୍କାରୁ ଅଧିକ ବେତନ ଦେବାକୁ ପ୍ରସ୍ତୁତ ।

ବାର୍ଷିକ ୨ କୋଟି ଟଙ୍କା ଦରମା

ଏହି ଚାକରାଣୀ ଚାକିରି ପାଇଁ କିଛି ଦିନ ପୂର୍ବେ ଏକ ବିଜ୍ଞାପନ ଦିଆଯାଇଥିଲା । ବିଜ୍ଞାପନ ଅନୁଯାୟୀ, ଚାକରାଣୀକୁ ମାସିକ ୧୬ ଲକ୍ଷ ୪୪ ହଜାର ୪୩୫ ଟଙ୍କାରୁ ଅଧିକ ଦରମା ମିଳିବ । ଅର୍ଥାତ୍ ବାର୍ଷିକ ୧.୯୭ କୋଟି ଟଙ୍କା । ଏହି ଚାକିରି ପାଇଁ ଆବେଦନକାରୀଙ୍କ ଉଚ୍ଚତା ୧୬୫ ସେମି ରହିଥିବା ଆବଶ୍ୟକ । ଓଜନ ୫୫ କିଲୋଗ୍ରାମରୁ କମ୍ ରହିବା ଜରୁରୀ । ସେ ନିଶ୍ଚିତ ଭାବରେ ଦ୍ୱାଦଶ କିମ୍ବା ତାଠାରୁ ଅଧିକ ପାଠ ପଢ଼ିଥିବେ । ଦେଖିବାକୁ ସଫା ସୁତୁରା ହୋଇଥିବା ସହ ନାଚ-ଗୀତ କରିପାରୁଥିବ । ତେବେ ଏଭଳି ବିଜ୍ଞାପନକୁ ନେଇ ଏବେ ସବୁଠି ଚର୍ଚ୍ଚା ।

ଚାକରାଣୀ ନୁହେଁ 'ଦାସୀ'ର ଆବଶ୍ୟକ

ମଜା କଥା ହେଉଛି, ଯେଉଁ ମହିଳାଙ୍କର ଚାକରାଣୀ ଦରକାର, ତାଙ୍କ ପାଖରେ ପୂର୍ବରୁ ୨ ଜଣ ଚାକରାଣୀ ରହିଛନ୍ତି । ସେମାନେ ୧୨ ଘଣ୍ଟା ଲେଖାଏଁ ସିପ୍ଟ ହିସାବରେ କାମ କରୁଛନ୍ତି । ସେମାନଙ୍କୁ ମଧ୍ୟ ଏହି ସମାନ ଦରମା ମିଳୁଛି । ଏବେ ତାଙ୍କୁ ଏମିତି ଜଣେ ଚାକରଣୀ ଦରକାର ପଡ଼ୁଛି, ଯାହାର ସ୍ୱାଭିମାନ ବିଲକୁଲ ନଥିବ । କାରଣ ସେହି ଚାକରାଣୀକୁ ମାଲିକାଣୀ ଯାହା କହିବେ ସେ ତାହା କରିବାକୁ ବାଧ୍ୟ ।

ଏମତିକି ତାଙ୍କ ଗୋଡ଼ରୁ ଜୋତା ଖୋଲିବାକୁ କହିଲେ ବି ସେ ଖୋଲିବାକୁ ବାଧ୍ୟ ଆଉ ପିନ୍ଧାଇବାକୁ କହିଲେ ପିନ୍ଧାଇବେ ମଧ୍ୟ । ଖାଲି ସେତିକି ନୁହେଁ, ତାଙ୍କୁ ଯେତେବେଳେ ଖୋଜିବ ସେ ତାଙ୍କ ପାଖରେ ରହିବା ଦରକାର । ଯେତେବଳେ ଜୁସ୍‌ କିମ୍ବା ପାଣି ମାଗିବେ ତୁରନ୍ତ ମିଳିବା ଦରକାର । ମାଲିକାଣୀ ଘରକୁ ଆସିବା ବେଳକୁ ତାଙ୍କୁ ଗେଟ୍‌ରେ ଛିଡ଼ା ହୋଇ ଅପେକ୍ଷା କରିବାକୁ ହେବ । ଏମିତିକି ସେ କହିବା ମାତ୍ରେ ଚାକରାଣୀକୁ ତାଙ୍କ ପୋଷାକ ବି ଖୋଲିବାକୁ ହେବ ।