• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ବ୍ଲାକ ୱାଟର ବା କଳା ପାଣି । ଏହା ବ୍ରିଟିଶ ଅମଳର ଦଣ୍ଡ ବ୍ୟବସ୍ଥା ନୁହେଁ ବରଂ ମିନେରାଲ ଯୁକ୍ତ ପାଣି । ଯାହାକୁ ପିଇବାକୁ ଏବେ ଦିୱାନା ବଲିଉଡର ବଡ଼ ବଡ଼ ସେଲିବ୍ରିଟି । ଫିଟ୍ ରହିବାକୁ, ନିଜକୁ ସୁସ୍ଥ ରଖିବାକୁ ଏବେ ଆପଣାଉଛନ୍ତି ବ୍ଲାକ ୱାଟର ଥେରାପି । ହେଲେ ପାଣି ତ ପାଣି, ୟା ନାଁ ବ୍ଲାକ ୱାଟର ହେଲା କାହିଁକି ? ଦେଖିବାକୁ କଳା ବୋଲି ବ୍ଲାକ ୱାଟର ନା ଆଉ କିଛି ? ଅଭିନେତ୍ରୀ, ରାପର, କ୍ରିକେଟର୍ ସବୁ ଏବେ ବ୍ଲାକ ୱାଟର ପିଉଛନ୍ତି ୱାଟର  ।

ମିନେରାଲ ଯୁକ୍ତ ପାଣି ହେଉଛି ଏହି ବ୍ଲାକ୍ ୱାଟର । ଯାହାର ଚାହିଦା ଏବେ ବହୁ ଅଧିକ । ବ୍ଲାକ ୱାଟରର ଡିମାଣ୍ଡ ସବୁଠୁ ଅଧିକ ବଲିଉଡରେ । ବଡ଼ ବଡ଼ ସେଲିବ୍ରିଟି ବ୍ଲାକ ୱାଟର ବ୍ୟବହାର କରିବା ପାଇଁ ପସନ୍ଦ କରୁଛନ୍ତି । ଏପରିକି ନିଜର ଦୈନଦିନ ଜୀବନରେ ଏହାକୁ ବ୍ୟବାହାର କରୁଥିବା ଦେଖିବାକୁ ମିଳିଛି । ତାଲିକାରେ ସବୁଠୁ ଆଗରେ ରହିବେ ମହିଳା ସେଲିବ୍ରିଟି । ନିଜ ଫିଟନେସ୍ ପାଇଁ ସବୁବେଳେ ଚର୍ଚ୍ଚାରେ ରହୁଥିବା ମଲାଇକା ଅରୋରା ବ୍ଲାକ ୱାଟର ପିଅନ୍ତି ।

ଅଧିକ ପଢ଼ନ୍ତୁ: ହଜମ ଶକ୍ତି ବଢ଼ାଏ, ଏସିଡିଟି କମାଏ : ଅଧ ଲିଟର ବ୍ଲାକ ୱାଟରର ଦାମ୍ ୧୦୦ ଟଙ୍କା

ଜିମ୍ ଏବଂ ୱାର୍କ ଆଉଟ୍ ପରେ ମଲାଇକା ସାଧାରଣ ପାଣି ବଦଳରେ କଳା ପାଣିକୁ ବ୍ୟବହାର କରନ୍ତି । ସର୍ବ ସାଧାରଣରେ ଅନେକ ଥର ତାଙ୍କ ହାତରେ ଏହି ବ୍ଲାକ ୱାଟର ବୋତଲ ଦେଖିବାକୁ ବି ମିଳିଛି । ସେହିପରି ଆଉ ଜଣେ ଫିଟନେସ୍ ସେନସେସନ୍ ହେଉଛନ୍ତି ଉର୍ବସୀ ରୌତେଲା । ସେ ବି ବ୍ଲାକ ୱାଟରର ଦିୱାନୀ । ଏହାବ୍ୟତୀତ ଅଭିନେତ୍ରୀ ସୃତି ହସନ୍, ଗୌରୀ ଖାନ୍, ନିର୍ଦ୍ଦେଶକ କରନ ଜୋହର, ଟିମ୍ ଇଣ୍ଡିଆ କ୍ୟାପଟେନ୍ ବିରାଟ କୋହଲି, ରାପର୍ ବାଦଶାହ ବି ଏବେ ବ୍ଲାକ ୱାଟର ମୋହରେ ପଡ଼ିଛନ୍ତି ।

ଏବେ ମନକୁ ପ୍ରଶ୍ନ ଆସୁଛି ବ୍ଲାକ ୱାଟର କଣ ? କାହିଁକି ଏତେ ସେଲିବ୍ରିଟି ଏବେ ବ୍ଲାକ ୱାଟର ବ୍ୟବହାର କରୁଛନ୍ତି ? ବ୍ଲାକ ୱାଟରରେ କଣ ରହିଛି ? ଆଲକାଲାଇନ୍ ୱାଟରକୁ ବ୍ଲାକ ୱାଟର କୁହାଯାଏ । କ୍ୟାଲସିୟମ୍, ମେଗାନିଜ୍, ସୋଡିୟମ୍ ଏବଂ ପୋଟାସିୟମ୍ ଯୁକ୍ତ ଥାଏ ଏହି ପାଣି । ଯାହା ସାଧାରଣ ପାଣି ଅପେକ୍ଷା ଗୁଣାତ୍ମକ । ସାଧାରଣ ପାଣିରେ ମିନେରାଲ ପରିମାଣ ଅସନ୍ତୁଳ ଭାବରେ ଥାଏ । ଭୂଭାଗ ଅନୁସାରେ ଏହାର ଭିଟାମିନର ପରିମାଣ ବି ଭିନ୍ନ ହୋଇଥାଏ । କିନ୍ତୁ ଆଲକାଲାଇନ୍ ପାଣିରେ ଏହାକୁ ଧ୍ୟାନରେ ରହି ପ୍ରସ୍ତୁତ କରାଯାଇଥାଏ ।