Advertisment

ଆଶ୍ଚର୍ଯ୍ୟ ଲାଗିଲେ ବି ସତ; କୁକୁରର ହେଉଛି ଗୋଦ୍‌ଭରାଇ, ଦେଖନ୍ତୁ ଭିଡିଓ..

ଅତି ଯତ୍ନରେ କୁକୁରର ଗୋଦବରାଇ କଲେ ମାଲିକାଣୀ। ବେକରେ ପକାଇଲେ ଫୁଲମାଳ, ପାଖରେ ଥୋଇଲେ ମିଠା..ସୋସିଆଲ ମିଡିଆରେ ଭାଇରାଲ ହେଉଛି ଭିଡିଓ

ଅଦ୍ୟତନ ହୋଇଛି
Pet Dog Godh Bharai Rasam

Dog Godh Bharai

Advertisment

ଆଜିକାଲି କୁକୁରକୁ ନେଇ ଅନେକ ସମୟରେ ସୋସିଆଲ ମିଡିଆରେ ମଜାଦାର ଭିଡିଓ ଦେଖିବାକୁ ମିଳେ । କେତେବେଳେ କୁକୁର ନାଚୁଥିବାର ତ ଆଉ କେତେବେଳେ କିଛି ହରକତ କରୁଥିବାର । ହେଲେ ଏବେ ଏକ କୁକୁରର ଭିଡିଓ ସୋସିଆଲ ମିଡିଆ ରେ ଭାଇରାଲ ହେଉଛି, ଯାହାକୁ ନେଇ ସବୁଠି ଚର୍ଚ୍ଚା ଚାଲିଛି ।

Advertisment

କୁକୁରଟି ସଜେଇ ହୋଇ ବସିଛି, ଆଉ ତା ସାମ୍ନାରେ ଅନେକ ପ୍ରକାର ପିଠାମିଠା ଥୁଆ ଯାଇଛି । ଖାଲି ଏତିକି ନୁହେଁ ବରଂ କୁକୁର ଉପରେ ଏକ ନୂଆ ବସ୍ତ୍ର ବି ପକାଯାଇଛି । ପରେ ପରେ ମୁଣ୍ଡରେ ସିନ୍ଦୂର ଚନ୍ଦନ ମରାଯାଇ ପୂଜା କରାଯାଉଛି । ଆଉ ବେକରେ ପୁଣି ଫୁଲ ମାଳ ପଡୁଛି । ଏହି ଦୃଶ୍ୟ ଦେଖିଲେ ଆପଣ ଭାବିବେ, ବୋଧହୁଏ ମହିଳା ଜଣକ ନିଜ ପୋଷା କୁକୁରର ଜନ୍ମଦିନ ପାଳନ କରୁଛନ୍ତି ।

ଅଧିକ ପଢ଼ନ୍ତୁ: ୪୫୦୦ ଟଙ୍କିଆ ସୁଟ୍‌ ପିନ୍ଧି କେକ୍‌ କାଟିଲା କୁକୁର ! ଗିଫ୍ଟରେ ମିଳିଲା ୩ଟି ସୁନା ଲକେଟ୍‌

Advertisment

କିନ୍ତୁ ଭିଡିଓ ପଛର ସତ ଜାଣିଲେ ଆପଣଙ୍କର ହୋସ୍‌ ଉଡିଯିବ । କାରଣ କୁକୁରର ଜନ୍ମଦିନ ନୁହେଁ ବରଂ ଗୋଦଭରାଇ ଉତ୍ସବ ପାଳନ କରାଯାଉଛି । ଯାହାର ଭିଡିଓ ଏବେ ସୋସିଆଲ ମିଡିଆରେ ବେଶ୍‌ ଭାଇରାଲ ହେବାରେ ଲାଗିଛି । ଭାଇରାଲ ଭିଡିଓ ଟି ଇନ୍‌ଷ୍ଟାଗ୍ରାମ୍‌ରେ ପ୍ରଥମେ ସେୟାର୍‌ କରାଯାଇଛି । ଭିଡିଓ ପୋଷ୍ଟ ହେବା ପରେ ୫ ମିଲିୟନ୍‌ରୁ ଅଧିକ ଭ୍ୟୁ ହୋଇ ସାରିଲାଣି।

ଆଉ ଭିଡିଓକୁ ଖୋଦ୍‌ କୁକୁରର ମାଲିକ ସୁଜାତା ଭରାଥୀ ସେୟାର କରିଛନ୍ତି । ମହିଳା ଜଣକ ଭିଡିଓଟିକୁ ସେୟାର କରି ଲେଖିଛନ୍ତି, ‘ବେବି ସାୱାର୍‌ ଅଫ୍‌ ମାଇଁ କ୍ୟୁଟି’। ଏହି ଭିଡିଓଟିକୁ ସୋସିଆଲ୍‌ ମିଡିଆ ବ୍ୟବହାରକାରୀମାନେ ବି ଖୁବ୍‌ ପସନ୍ଦ କରିଛନ୍ତି । ତେବେ କୁକୁରର ଗୋଦବରାଇ ହେଉଥିବାରୁ ଅନେକ ୟୁଜର୍ସ ଏହାକୁ ପ୍ରଶଂସା ବି କରିଛନ୍ତି ।

Advertisment

ଅଧିକ ପଢ଼ନ୍ତୁ: ବୁଲା କୁକୁରଙ୍କ ସଂଖ୍ୟାରେ ଓଡ଼ିଶା ଦ୍ୱିତୀୟ, ୟୁପି ପ୍ରଥମ

Viral Video Dog Pet Dog
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ