/odishatv-khabar/media/post_attachments/uploadimage/library/16_9/16_9_0/Marriage_1669914500.jpg)
Marriage
ବାହାଘର ଅଧାରୁ ବେଦୀରୁ ଉଠିଗଲା କନ୍ୟା । ବେଦୀରୁ ସିଧା ପୋଲିସ୍ ଷ୍ଟେସନ୍ରେ ଯାଇ ବର ନାଁରେ ଏତଲା ଦେଲେ ଯୁବତୀ । ହେଲେ କାହିଁକି? ବେଦୀରେ ଏମିତି କ’ଣ ହେଲା ଯେ କନ୍ୟାକୁ ଥାନାକୁ ଯିବାକୁ ପଡ଼ିଲା । ଏଭଳି ଘଟଣା ଉତ୍ତରପ୍ରଦେଶ ସମ୍ଭାଲ ଜିଲ୍ଲାରେ ଦେଖିବାକୁ ମିଳିଛି ।
ରଙ୍ଗ ବେରଙ୍ଗ ଆଲୋକରେ ସଜା ହୋଇଥିଲା ମଣ୍ତପ । ସାତ ଜନ୍ମର ସାଥୀ ହେବା ପାଇଁ ବେଦୀ ଉପରେ ବାହାଘର ବି ଚାଲିଥିଲା । ବାହାଘର ବେଳେ ହଠାତ୍ ବର ବେଦୀ ମଝିରେ କନ୍ୟାକୁ କିସ୍ କରିଥିଲା । ଏହାପରେ ଯାହା ଘଟିଲା, ବୋଧ ହୁଏ ପୁଅ କେବେ ଆଶା କରିନଥିଲା । କନ୍ୟା ବେଦୀରୁ ଉଠି ସିଧା ଥାନାରେ ପହଞ୍ଚିଲା । ଥାନାରେ ପୁଅକୁ ଚରିତ୍ରହୀନ ବୋଲି ଅଭିଯୋଗ ମଧ୍ୟ କଲେ । ବାହାଘରେ ଆସିଥିବା ୩୦୦ ଲୋକଙ୍କ ଆଗରେ ପୁଅ ଅପମାନିତ କରିଥିବା ମଧ୍ୟ ଅଭିଯୋଗ କରିଛନ୍ତି ।
ଅଧିକ ପଢ଼ନ୍ତୁ: ମଣ୍ଡପରେ ମନେ ପଡ଼ିଲା ପ୍ରେମିକା ! ଅଧା ବାହାଘରରେ କନ୍ୟାକୁ ଛାଡ଼ି ଛୁ ମାରିଲା ବର
ବାସ୍ତବରେ ଯୁବତୀଙ୍କ କହିବାନୁଯାୟୀ ପୁଅର ସାଙ୍ଗ ମାନେ ପୁଅକୁ ବେଦୀରେ ଚୁମ୍ବନ ଦେବା ପାଇଁ ଚ୍ୟାଲେଞ୍ଜ କରିଥିଲେ । ଚ୍ୟାଲେଞ୍ଜ ଜିତିବା ପାଇଁ ପୁଅ ବାହାଘର ଚାଲିଥିବା ବେଳେ ଯୁବତୀଙ୍କ ଗାଲକୁ କିସ୍ କରିଥିଲେ । ଆଶ୍ଚର୍ଯ୍ୟ ହୋଇ ବେଦୀରୁ ଝିଅ ଉଠି ପଳାଇବାରୁ ବାହାଘର ମଧ୍ୟ ବନ୍ଦ ହୋଇଗଲା ।
ଯୁବତୀ ଜଣକ ଥାନାରେ କହିଛନ୍ତି ଯେ, ‘ବେଦୀରେ ବାହାଘର ବେଳେ ବର ମୋତେ କିସ୍ କଲେ ଏବଂ ମୁଁ ଆଶ୍ଚର୍ଯ୍ୟ ହୋଇଗଲି । ମତେ ସେ ସମସ୍ତଙ୍କ ଆଗରେ ଅପମାନିତ କଲେ । ସେ ବର୍ତ୍ତମାନ ଯଦି ମୋ ସମ୍ମାନ ପ୍ରତି ଧ୍ୟାନ ଦେଉ ନାହାଁନ୍ତି ଏବଂ ଅତିଥିମାନଙ୍କ ସାମ୍ନାରେ ଖରାପ ବ୍ୟବହାର କରୁଛନ୍ତି, ତେବେ ଭବିଷ୍ୟତରେ ସେ କିପରି ମୋ ସହ ଭଲ ବ୍ୟବହାର କରିବେ? ସେଥିପାଇଁ ମୁଁ ତାଙ୍କ ସହ ଆଗକୁ ନ ବଢ଼ିବା ପାଇଁ ନିଷ୍ପତ୍ତି ନେଇଛି ’।
ଘଟଣାର କିଛି ସମୟ ପରେ ପୋଲିସ ଆସି ମଣ୍ତପରେ ପହଞ୍ଚିଥିଲା ଏବଂ ଦୁଇ ପକ୍ଷକୁ ଥାନାକୁ ନେଇଯାଇଥିଲା । ସେଠାରେ ଝିଅର ମାଆ ଯେତେ ବୁଝାଇବାକୁ ଚେଷ୍ଟା କଲେ ବି ଯୁବତୀ ବାହା ହେବାକୁ ରାଜି ହୋଇନଥିଲେ । ସେଥିପାଇଁ ବାହାଘରକୁ କିଛିଦିନ ପାଇଁ ସ୍ଥଗିତ ରଖିବା ପାଇଁ ଦୁଇ ପକ୍ଷ ନିଷ୍ପତ୍ତି ନେଇଥିଲେ ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)