Advertisment

ଏଯାଏଁ ଆସିଲାନି RERA ନିୟମ, 4 BHK ଫ୍ଲାଟ୍‌ କିଣି ବି ଘରେ ରହି ପାରୁନାହାନ୍ତି ମାଲିକ !

୨୦୨୩ ଜୁନରେ ସରକାର ଏନେଇ ଅଧ୍ୟାଦେଶ ଆଣିଥିଲେ ବି ଏଯାଏଁ ନିୟମ ଲାଗୁ ହୋଇପାରୁନି। ଯେଉଁଥିପାଇଁ ରାଜ୍ୟରେ ସମ୍ପୂର୍ଣ୍ଣ ବନ୍ଦ ରହିଛି ଆପାର୍ଟମେଣ୍ଟ ପଞ୍ଜୀକରଣ।

author-image
Satyendu Shekher Mishra
undefined

RERA Apartment

ଭୁବନେଶ୍ୱରର ବିମଳେନ୍ଦୁ ପ୍ରଧାନ । ୨୦୧୦ରେ ଭୁବନେଶ୍ୱର ଏମ୍ସ ନିକଟସ୍ଥ ଏକ ବାସଗୃହ ପ୍ରକଳ୍ପରେ ଫୋର୍ BHK ଆପାର୍ଟମେଣ୍ଟ ବୁକ୍ କରିଥିଲେ ବିମଳେନ୍ଦୁ। ୨୦୧୫ରେ ଘର ମିଳିବା କଥା। ହେଲେ ମିଳିଲାନି। ଘର ପାଇବାକୁ ରେରା ସମେତ ହାଇକୋର୍ଟଙ୍କ ଦ୍ୱାରସ୍ଥ ହେବାପରେ ୨୦୨୩ରେ ଘର ଯୋଗାଇ ଦେବାକୁ ରାଜି ହେଲା ବିଲ୍ଡର।

Advertisment

ହେଲେ ଆପାର୍ଟମେଣ୍ଟ ମାଲିକାନା ନିୟମ ଲାଗୁ ହୋଇ ନଥିବାରୁ ଘର ପଞ୍ଜୀକରଣ ହୋଇପାରୁନି। ଆଉ ନିଜ ଘରେ ରହି ନପାରି ସେଇ ପ୍ରକଳ୍ପରେ ଅନ୍ୟ ଜଣଙ୍କ ଘରେ ଭଡ଼ାରେ ରହୁଛନ୍ତି ବିମଳେନ୍ଦୁ। ଏବେ ମନରେ ପ୍ରଶ୍ନ ଆସୁଥିବ, କାହିଁକି ହୋଇପାରୁନି ଆପାର୍ଟମେଣ୍ଟ ପଞ୍ଜୀକରଣ ? ରାଜ୍ୟରେ ଏକ ରେରା ଅନୁକୂଳ ଆପାର୍ଟମେଣ୍ଟ ମାଲିକାନା ନିୟମ ନଥିବାରୁ ୨୦୨୨ ମେ’ରୁ ଆପାର୍ଟମେଣ୍ଟ ପଞ୍ଜୀକରଣ ଉପରେ ରୋକ୍ ଲଗାଇବା ସହ ଏନେଇ ତୁରନ୍ତ ନିୟମ ଆଣିବାକୁ ନିର୍ଦ୍ଦେଶ ଦେଇଥିଲେ ହାଇକୋର୍ଟ।

୨୦୨୩ ଜୁନରେ ସରକାର ଏନେଇ ଅଧ୍ୟାଦେଶ ଆଣିଥିଲେ ବି ଏଯାଏଁ ନିୟମ ଲାଗୁ ହୋଇପାରୁନି। ଯେଉଁଥିପାଇଁ ରାଜ୍ୟରେ ସମ୍ପୂର୍ଣ୍ଣ ବନ୍ଦ ରହିଛି ଆପାର୍ଟମେଣ୍ଟ ପଞ୍ଜୀକରଣ।

Advertisment

ଆପାର୍ଟମେଣ୍ଟ ମାଲିକାନା ନିୟମ ଆସି ନ ଥିବାରୁ କେବଳ ଯେ ବାସଗୃହ କ୍ରେତା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ତାହା ନୁହେଁ, ଢେର୍ କ୍ଷତି ସହିଲାଣି ରିଅଲ ଇଷ୍ଟେଟ୍ କ୍ଷେତ୍ର। ଆପାର୍ଟମେଣ୍ଟ ପଞ୍ଜୀକରଣ ହୋଇପାରୁ ନଥିବାରୁ ରାଜ୍ୟରେ ଏବେ ପାଖାପାଖି ୧୦ ହଜାରୁ ଅଧିକ ଆପାର୍ଟମେଣ୍ଟ ହସ୍ତାନ୍ତର ହୋଇପାରିନି। ଫଳରେ ରିଅଲ ଇଷ୍ଟେଟରେ ନିବେଶ ହୋଇଥିବା ହଜାର ହଜାର କୋଟି ଅଟକି ରହିଛି।

ଏପାଖେ ପ୍ରାୟ ଦୁଇ ବର୍ଷ ହେଲା ବିଲ୍ଡରଙ୍କୁ ନିଜ ହାତରୁ ଆପାର୍ଟମେଣ୍ଟ ରକ୍ଷଣାବେକ୍ଷଣ କରିବାକୁ ପଡ଼ୁଛି । ଏଭଳି ସ୍ଥିତିରେ ନୂଆ ନିୟମ ନ ଆସିବା ଯାଏଁ ନୂଆ ପ୍ରକଳ୍ପ ହାତକୁ ନେବାକୁ ବି ଡରିଲେଣି ବିଲ୍ଡର। ହେଲେ ସରକାର କେବେ ଆପାର୍ଟମେଣ୍ଟ ପଞ୍ଜୀକରଣ ନିୟମ ଲାଗୁ କରିବେ, ସେନେଇ ନଗର ଉନ୍ନୟନ ବିଭାଗର ପ୍ରତିକ୍ରିୟା ମିଳିପାରିନାହିଁ ।

Advertisment
Advertisment