• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ତିରିଶ ଫୁଟ ଗଭୀର କୂଅରୁ ଅଢେଇ ବର୍ଷର ଝିଅକୁ ଉଦ୍ଧାର କରିଛି ଅଗ୍ନିଶମ ବିଭାଗ । ଘଟଣା ଘଟିଛି ବଲାଙ୍ଗିର ଜିଲ୍ଲା ପୁଇଁତଳା ଥାନା ପଦମପୁର ଗାଁରେ । ଗତକାଲି ସନ୍ଧ୍ୟାରେ ଜିତେନ୍ଦ୍ର ବିଶ୍ୱାଳଙ୍କ ଅଢେଇ ବର୍ଷର ଝିଅ ଖେଳୁଥିବା ସମୟରେ ତିରିଶ ଫୁଟର ଖୋଲା ଗଭୀର କୂଅ ଭିତରେ ପଡିଯାଇଥିଲା । ସ୍ଥାନୀୟ ଲୋକେ ସଙ୍ଗେ ସଙ୍ଗେ ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ । ବଲାଙ୍ଗିର ଅଗ୍ନିଶମ ବାହିନୀ କିଛି ସମୟ ଭିତରେ ପଦମପୁର ଗାଁରେ ପହଞ୍ଚି କୂଅ ଭିତରେ ପଶି ଝିଅଟିକୁ ଉଦ୍ଧାର କରିଥିଲେ । ଉଦ୍ଧାର ପରେ ଝିଅକୁ ବଲାଙ୍ଗିର ଭୀମ ଭୋଇ ମେଡିକାଲ କଲେଜ ହସପିଟାଲକୁ ଅଣାଯାଇଥିଲା । ଝିଅଟି ସମ୍ପୂର୍ଣ୍ଣ ଭାବେ ସୁସ୍ଥ ରହିଛି ।