Train Tragedy: କେତେ ଖୋଜା ଖୋଜି ପରେ ପାଇଲେ ପୁଅକୁ, ହେଲେ ସେ ଏବେ...

ଦୁଇ ଦିନ ଖୋଜି ଖୋଜି ପୁଅକୁ ପାଇଲେ ବାପା ଓ ମାଆ। ହସ୍ପିଟାଲରୁ ହସ୍ପିଟାଲ ଖୋଜି ବୁଲୁଥିଲେ ନେପାଳର ଦମ୍ପତି ।

Odisha Train Tragedy

ଏ ହସ୍ପିଟାଲରୁ ସେ ହସ୍ପିଟାଲ ଖୋଜୁଥିଲେ । ବୁଲି ବୁଲି ନୟାନ୍ତ ହୋଇପଡ଼ିଥିଲେ । ପୁଅ ବଞ୍ଚିଛି କି ମରିଛି ତାହା ବି ଜାଣିନଥିଲେ । ଖାଲି ଏତିକି ଜାଣିଥିଲେ ପୁଅ ସେହି ଦୁର୍ଘଟଣାଗ୍ରସ୍ତ ଟ୍ରେନ୍‌ରେ ହିଁ ଥିଲା। କିନ୍ତୁ ତାପରେ କୁଆଡ଼େ ଗଲା, କ’ଣ ହେଲା, କେମିତି ଅବସ୍ଥାରେ ଅଛି, କିଛି ଜାଣିନଥିଲେ ବାପା ମାଆ । କିନ୍ତୁ ପୁଅକୁ ଖୋଜିବାକୁ ସୁଦୁର ନେପାଳରୁ ଓଡ଼ିଶା ଚାଲି ଆସିଲେ ।

ଦୁଇ ଦିନ ଧରି ପୁଅକୁ ଅନେକ ଖୋଜା ଖୋଜି କଲେ । ହେଲେ ପାଇଲେନି । ଶେଷରେ ପୁଅ ମେଡିକାଲରେ, ICUରେ ଥିବା ଜାଣିବାକୁ ପାଇଥିଲେ । ଆଉ ତାପରେ ଆତ୍ମହରା । ପୁଅକୁ ପାଇବାକୁ ଦୁଇ ଦିନ ଧରି ହସ୍ପିଟାଲରୁ ହସ୍ପିଟାଲ ଖୋଜି ବୁଲୁଥିବା ବାପା ଓ ମାଆ ଶେଷରେ ପୁଅକୁ ପାଇ ଆତ୍ମହରା ହୋଇପଡ଼ିଛନ୍ତି । ବାହାନଗା ଟ୍ରେନ୍ ଦୁର୍ଘଟଣାରେ ନେପାଳର କିଛି ଲୋକ ମୃତାହତ ହୋଇଛନ୍ତି । ଆହତଙ୍କ ମଧ୍ୟରୁ ଜଣେ ୧୫ ବର୍ଷୀୟ ବାଳକ ରମାନନ୍ଦ ପାଶ୍ୱାନୀ କଟକ ବଡ଼ ମେଡିକାଲର ଆଇସିୟୁରେ ଚିକିତ୍ସାଧୀନ ଅଛନ୍ତି।

ଅଧିକ ପଢ଼ନ୍ତୁ: ତାଙ୍କ ଆଖି ଆଗରେ ଚାଲିଗଲା ଅନେକଙ୍କ ପ୍ରାଣବାୟୁ, ହେଲେ ଅଳ୍ପକେ ବର୍ତ୍ତିଗଲେ ମାନିକଲାଲ..

ଏପଟେ ସେହି ପୁଅର ସନ୍ଧାନରେ ଆସି ହସ୍ପିଟାଲରୁ ହସ୍ପିଟାଲ ଘୁରି ବୁଲୁଥିଲେ ତାଙ୍କ ବାପା ଓ ମାଆ । ଗତକାଲି ସକାଳେ ସେମାନେ ଭୁବନେଶ୍ୱର AIIMSରେ ପୁଅକୁ ଖୋଜୁଥିବା ବେଳେ ଓଟିଭିରେ କ୍ୟାମେରା ସାମ୍ନାରେ ସେମାନଙ୍କ ପ୍ରତିକ୍ରିୟା ରଖିଥିଲେ । ଏପଟେ ମେଡିକାଲ ବେଡରେ ଥାଇ ବାପା ଓ ମାଆଙ୍କୁ ଟିଭି ପରଦାରେ ଚିହ୍ନିଥିଲା ଚିକିତ୍ସାଧୀନ ଅବସ୍ଥାରେ ଥିବା ପୁଅ । ପରେ ଏ ଖବର ପ୍ରଚାରିତ ହେବା ପରେ ବାପା ମାଆ ଏସସିବି ଯାଇ ପୁଅକୁ ଭେଟିଛନ୍ତି । ରମାନନ୍ଦଙ୍କ ସାଙ୍ଗରେ ଆଉ ୩ ଜଣ ଥିବା ବେଳେ ସେମାନଙ୍କର ଏହି ଦୁର୍ଘଟଣାରେ ମୃତ୍ୟୁ ଘଟିଛି ।