• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ବାଲେଶ୍ୱର ବାହାନଗା ନିକଟରେ ଦୁଇ ଏକ୍ସପ୍ରେସ ଦୁର୍ଘଟଣାଗ୍ରସ୍ତ । କରମଣ୍ଡଳ ଏକ୍ସପ୍ରେସ - ବେଙ୍ଗଲୁରୁ ହାୱଡ଼ା ଏକ୍ସପ୍ରେସ ଦୁର୍ଘଟଣାଗ୍ରସ୍ତ ହୋଇଛି । ବାହାନଗା ନିକଟରେ ପ୍ରଥମେ ଲାଇନଚ୍ୟୁତ ହୋଇଥିଲା କରମଣ୍ଡଳ । ପରେ ସେହିବାଟେ ଆସୁଥିବା ବେଙ୍ଗଲୁରୁ ହାୱଡ଼ା ଏକ୍ସପ୍ରେସ କରମଣ୍ଡଳକୁ ଧକ୍କା ଦେଇଥିଲା । ଦୁଇ ଟ୍ରେନ୍ ଧକ୍କା ନେଇ ଖଡ଼ଗପୁର DRM ସୂଚନା ଦେଇଛନ୍ତି । ଉଭୟ ଏକ୍ସପ୍ରେସର ଅନେକ ବଗି ଓଲଟି ପଡ଼ିଛି । ଦୁର୍ଘଟଣାରେ ଅନେକ ଯାତ୍ରୀ ମୃତାହତ ହୋଇଥିବା ସୂଚନା ରହିଛି । ଅନ୍ୟପଟେ ଏବେ ବି ଅନେକ ଯାତ୍ରୀ ଟ୍ରେନ୍ ତଳେ ଚପି ରହିଛନ୍ତି, ଉଦ୍ଧାର କାର୍ଯ୍ୟ ଜାରି ରହିଛି । ଆହତ ଯାତ୍ରୀଙ୍କ ଚିତ୍କାରରେ ଫାଟି ପଡୁଛି ପରିବେଶ ।

ସେପଟେ ଟ୍ରେନ ଦୁର୍ଘଟଣା ନେଇ ଜରୁରୀକାଳୀନ ନଂ ଜାରି କରାଯାଇଛି । ଯୋଗାଯୋଗ ପାଇଁ ଜରୁରୀକାଳୀନ ନଂ ୬୭୮୨୨୬୨୨୮୬ । ହାୱଡା ହେଲ୍ପଲାଇନ ନଂ ୦୩୩-୨୬୩୮୨୨୧୭ । ଖଡଗପୁର ହେଲ୍ପଲାଇନ ନଂ ୮୯୭୨୦୭୩୯୨୫, ୯୩୩୨୩୯୨୩୩୯ । ବାଲେଶ୍ୱର ହେଲ୍ପଲାଇନ ନଂ ୮୨୪୯୫୯୧୫୫୯, ୭୯୭୮୪୧୮୩୨୨। ସାଲିମାର ହେଲ୍ପଲାଇନ ନଂ ୯୯୦୩୩୭୦୭୪୬ ଜାରି କରାଯାଇଛି ।

୪ ବରିଷ୍ଠ ଅଧିକାରୀଙ୍କୁ ସ୍ୱତନ୍ତ୍ର ଦାୟିତ୍ୱ ଦେଲେ ରାଜ୍ୟ ସରକାର । ହେମନ୍ତ ଶର୍ମା, ବଲୱନ୍ତ ସିଂ, ଅରବିନ୍ଦ ଅଗ୍ରୱାଲଙ୍କୁ ଦାୟିତ୍ୱ । ଅଗ୍ନିଶମ ଡିଜି ସୁଧାଂଶୁ ଷଡ଼ଙ୍ଗୀଙ୍କୁ ମଧ୍ୟ ଦାୟିତ୍ୱ । ଉଦ୍ଧାର କାର୍ଯ୍ୟ ଓ ହସ୍ପିଟାଲ ତଦାରଖ ପାଇଁ ଦାୟିତ୍ୱ ଦେଲେ ।

ଉଦ୍ଧାର କାର୍ଯ୍ୟରେ ନିୟୋଜିତ ହୋଇଛନ୍ତି NDRF । ଘଟଣା ସ୍ଥଳକୁ ପଠାଯାଇଛି NDRF ଟିମ୍ । ସେପଟେ ଘଟଣା ସ୍ଥଳକୁ ଯିବାକୁ ରାଜସ୍ୱ ମନ୍ତ୍ରୀ ପ୍ରମିଳା ମଲ୍ଲିକ ଓ SRCଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ । 

ସେପଟେ ଟ୍ରେନ ଦୁର୍ଘଟଣାକୁ ନେଇ ଦୁଃଖପ୍ରକାଶ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ମୃତାହତ ବ୍ୟକ୍ତିଙ୍କ ପରିବାରକୁ ସମବେଦନା ଜଣାଇଲେ । ରେଲୱେ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ସହ କଥା ହେଲେ । ଉଦ୍ଧାର କାର୍ଯ୍ୟରେ ସବୁ ପ୍ରକାର ସହୟତା ପାଇଁ ନିର୍ଦ୍ଦେଶ ଦେଲେ ।

ଦୁର୍ଘଟଣାର ଉଦ୍ଧାର କାର୍ଯ୍ୟ ସମୀକ୍ଷା କରୁଛନ୍ତି ମୁଖ୍ୟମନ୍ତ୍ରୀ । ସମୀକ୍ଷା ପାଇଁ SRC କଣ୍ଟ୍ରୋଲ ରୁମ୍ ଯାଇଛନ୍ତି । ଦୁଇ ଏକ୍ସପ୍ରେସ ଦୁର୍ଘଟଣାରେ ଏବେ ସୁଦ୍ଧା ୫୦ରୁ ଅଧିକ ମୃତ ସୂଚନା ରହିଥିବା ବେଳେ ପ୍ରାୟ ୩ଶହରୁ ଅଧିକ ଆହତ ସୂଚନା ।