/odishatv-khabar/media/post_attachments/uploadimage/library/16_9/16_9_0/IMAGE_1700304809.jpg)
Tikhali Dam
ଆସିଲାଣି ପର୍ଯ୍ୟଟନ ଋତୁ । ପର୍ଯ୍ୟଟନସ୍ଥଳି ଗୁଡ଼ିକରେ ଲାଗିଲାଣି ପର୍ଯ୍ୟଟକଙ୍କ ଭିଡ଼ । ଆଉ ତାରି ଭିତରେ ଏବେ ପର୍ଯ୍ୟଟକଙ୍କ ଦୃଷ୍ଟି ଆକର୍ଷଣ କରିଛି ତିଖାଲି ଡ୍ୟାମ୍ । ନୂଆପଡ଼ାର ଲୋୟର ଇନ୍ଦିରା ଜଳ ସେଚନ ପ୍ରକଳ୍ପ ହେଉଛି ତିଖାଲି । ଆଉ ଏହାର ହରିପୁର ଘାଟରେ ଏବେ ପର୍ଯ୍ୟଟକଙ୍କ ପାଇଁ ଆରମ୍ଭ ହୋଇଛି ଜଳକ୍ରୀଡ଼ା ବା ୱାଟର ସ୍ପୋର୍ଟସ । ଏଣିକି ପର୍ଯ୍ୟଟକ ଏଠାକୁ ଆସିଲେ କେବଳ ଯେ, ଡ୍ୟାମ ବୁଲି ମଜା ନେବେ ତା ନୁହେଁ, ଡ୍ୟାମ୍ ବୁଲିବା ସହ ଏଥିରେ ସ୍ପିଡ୍ ବୋଟିଂର ବି ମଜା ନେଇପାରିବେ ।
ସ୍ପିଡ୍ ବୋଟିଂ ସହ ଅନେକ ଜଳ କ୍ରୀଡ଼ାର ବ୍ୟବସ୍ଥା ବି ଏଠାରେ ରହିଛି । ଯାହାକି ରାଜ୍ୟ ତଥା ରାଜ୍ୟ ବାହାରର ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିଛି । ସବୁଠାରୁ ବଡ଼ କଥା ହେଲା ଏହି ପର୍ଯ୍ୟଟନସ୍ଥଳି ଜାତୀୟ ରାଜପଥ କଡ଼ରେ ପଡ଼ୁଥିବାରୁ ଆଗକୁ ଏଠାରେ ପର୍ଯ୍ୟଟକଙ୍କ ଭିଡ଼ ବଢ଼ିବା ସମ୍ଭାବନା ରହିଛି ।
ରାଜ୍ୟ ସରକାରଙ୍କ ପର୍ଯ୍ୟଟନ ବିଭାଗ ଓ ନୂଆପଡ଼ା ଜିଲ୍ଲା ପ୍ରଶାସନ ଏହି ଅଭିନବ କାର୍ଯ୍ୟକ୍ରମ ହାତକୁ ନେଇଛନ୍ତି । ଏହି ୱାଟର ସ୍ପୋର୍ଟସ ଗୁଡ଼ିକୁ ପରିଚାଳନା କରିବା ପାଇଁ ଏକ ଘରୋଇ କମ୍ପାନୀକୁ ଦାୟିତ୍ୱ ଦିଆଯାଇଛି । ଉକ୍ତ ସଂସ୍ଥାର ନିର୍ଦେଶକ କହିଛନ୍ତି, ଖୁବ୍ଶୀଘ୍ର ତିଖାଲିରେ ୱାଟର ବାଇକ୍ ଓ ପା ସେଲିଂର ବ୍ୟବସ୍ଥା ମଧ୍ୟ ରହିବ । ପ୍ରତିଦିନ ସକାଳ ୮ଟାରୁ ସନ୍ଧ୍ୟା ୬ ପର୍ଯ୍ୟନ୍ତ ଏଭଳି ବିଭିନ୍ନ ୱାଟର ସ୍ପୋର୍ଟସ୍ ଚାଲିବ । ପର୍ଯ୍ୟଟକ ଏହି ସମୟ ମଧ୍ୟରେ ଏହାର ମଜା ନେଇପାରିବେ ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)