• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Swadesi Megha Mallhar Prusty

ନୂଆପଡ଼ା ସୁନାବେଡ଼ା ଅଞ୍ଚଳରେ ବାଘ ଆତଙ୍କ । ଗତକାଲି ଏକ ୮ ବର୍ଷର ପିଲାକୁ ଝାମ୍ପି ନେବା ପରି ହୃଦୟ ବିଦାରକ ଘଟଣା ଘଟିଥିବା ବେଳେ ଆଜି ସକାଳୁ ପୁଣି ଏକ ଗାଈକୁ ମାରି ଖାଇଥିବାର ଅଭିଯୋଗ ହୋଇଛି । ଗତକାଲି ରାତିରେ କଣ୍ଟିପାଣି ଗୋଧସପଡ଼ାରେ ଏପରି ଘଟଣା ଘଟିଛି । ତେବେ ବାଘଟି ଏବେ ବି ଗାଁ ପାଖରେ ଥିବା ସୂଚନା ରହିଛି ।

ବନ ବିଭାଗ ସେଠାରେ ପହଞ୍ଚି ଅନୁସନ୍ଧାନ ଜାରି ରଖିଛି । ଅଭିଯୋଗ ଅନୁଯାୟୀ ୮ ବର୍ଷୀୟ ପିଲା ଘର ସାମ୍ନାରେ ଖେଳୁଥିବା ବେଳେ, କଲରାପତରିଆ ବାଘ ତାକୁ ଝାମ୍ପି ନେଇଥିଲା । ବାଘଟି ନାବାଳକକୁ ଧରି ସୁନାବେଡ଼ା ଅଭୟାରଣ୍ୟ ଆଡ଼କୁ ପଳାଇଥିଲା । ଗାଁ ଲୋକଙ୍କ ସହ ମିଶି ପରିବାର ଲୋକେ ବହୁ ଖୋଜାଖୋଜି କରିବା ପରେ, ଜଙ୍ଗଲ ଭିତରେ ଥିବା ଏକ ଗୁମ୍ଫାରୁ ଶିଶୁକୁ ଉଦ୍ଧାର କରି ଘରକୁ ଆଣିଥିଲେ । ତେବେ କିଛି ସମୟ ମଧ୍ୟରେ ଶିଶୁଟି ପ୍ରାଣ ହରାଇଥିଲା ।

ଖବର ପାଇ ବନ ବିଭାଗ ଆସିଥିଲା । ଶବ ବ୍ୟବଚ୍ଛେଦ କରିବା ସହ ଗ୍ରାମବାସୀଙ୍କ ସୁରକ୍ଷା ପାଇଁ ବନ କର୍ମଚାରୀମାନେ ଗାଁରେ ଥିବା ଜଣା ପଡ଼ିଛି । ତେବେ ଆଜି ଆଉ ଏକ ଗାଈକୁ ମାରି ମାରିଦେବାରୁ ସ୍ଥାନୀୟ ଅଞ୍ଚଳରେ ଆତଙ୍କ ଖେଳି ଯାଇଛି ।