• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ଗାଁରେ ବାଘ ମାତିଛି । ଦିନ ବେଳେ ବି ଲୋକଙ୍କ ତାଟି କବାଟ ଖୋଲୁନି । ଗୋଟିଏ ନୁହେଁ ଏକାଥରକେ ଦୁଇ ଦୁଇଟି ବାଘ । ସୁନାବେଡ଼ା ଅଭୟାରଣ୍ୟର ପାର୍ଶ୍ବବର୍ତ୍ତି ଅଞ୍ଚଳରେ ଏବେ ସେମାନେ ଆତଙ୍କ ମଚେଇଛନ୍ତି । ଅଭୟାରଣ୍ୟ ପାଖାପାଖି ଥିବା ଗାଁରେ ଲୋକେ ବାଘ ଭୟରେ ଘରୁ ବାହାରିବାକୁ ଡରିଲେଣି । ବାଘକୁ ନେଇ ଗାଁରେ କୋକୁଆ ଭୟ ସୃଷ୍ଟି ହୋଇଥିବା ବେଳେ ଚମକେଇଲା ଭଳି ଖବରଟିଏ ମିଳିଛି । ସଜ ସଜ ଏକ ୮ ବର୍ଷର କୁନି ଛୁଆକୁ ବାଘ ଝାମ୍ପି ନେଇଛି । ମାରି ଦେଇଛି ।

ନୂଆପଡ଼ା ଜିଲ୍ଲା ସୁନାବେଡା ଅଭୟାରଣ୍ୟର କଟିଙ୍ଗପାଣି ଗାଁ। ଗାଁ ଗୋଧସପଡାରେ ଏମିତି ଏକ ଅଭାବନୀୟ ଘଟଣା ଘଟିଛି । ଘର ବାହାରୁ ୮ ବର୍ଷର ଶିଶୁ ଡମ୍ବରୁଧର ଧରୁଆକୁ ବାଘ ଝାଂପି ନେଇଯାଇଛି । ଝାମ୍ପି ନେଇ ଗୁମ୍ଫାରେ ରଖଥିଲା କୁନି ପୁଅକୁ । ଆଉ ଏହି ପୁରା ଘଟଣା ଦିନ ସରି ସରି ଆସିଲା ବେଳକୁ ଅର୍ଥାତ ଠିକ୍‌ ସନ୍ଧ୍ୟା ସମୟରେ ଘଟିଛି ।

ପିଲାଟି ନିଜ ଘର ଆଗରେ ଖେଳୁଥିଲା । ଠିକ୍‌ ସେତିକି ବେଳେ ହଠାତ ଜଙ୍ଗଳରୁ କଳରାପତରିଆ ବାଘ ଧାଇଁ ଆସି ତାକୁ ଝାଂପି ନେଇ ଚାଲିଗଲା । ପରିବାର ଲୋକେ ଆନେକ ଖୋଜା ଖୋଜି କଲେ । ଶେଷରେ ଜଙ୍ଗଳର ଏକ ଗୁମ୍ପାରୁ ଶିଶୁକୁ ବାଘଠାରୁ ଉଦ୍ଧାର କରି ଘରକୁ ଆଣିଲେ । ହେଲେ ସେତିକି ବେଳକୁ ଶିଶୁର ଜୀବନ ଚାଲିଯାଇଥିଲା । ଖବରପାଇ ବନ୍ୟଜନ୍ତୁ ବିଭାଗର ରେଞ୍ଜରଙ୍କ ନେତୃତ୍ୱରେ ଏକ ସ୍ୱତନ୍ତ୍ର ଟିମ ଗାଁରେ ପହଞ୍ଚିଛି ।