• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ଆପଣମାନେ ଶୁଣିଥିବେ ରାଜା ମହାରାଜା ଅମଳରେ ଜଣେ ରାଜାଙ୍କର ଶହ ଶହ ରାଣୀ ଥାଆନ୍ତି । ସେମାନଙ୍କର କେତେ ସନ୍ତାନ ଥାଏ ସେମାନେ ନିଜେ ବି ଜାଣିପାରନ୍ତି ନାହିଁ । ଆମେ କିନ୍ତୁ ଆଜି ଏମିତି ଜଣେ ବ୍ୟକ୍ତିଙ୍କ କଥା କହିବୁ ଯିଏ କି, ରାଜା ମହାରାଜା ନୁହଁନ୍ତି କିନ୍ତୁ ତାଙ୍କର ଏକାଧିକ ପତ୍ନୀ ରହିଛନ୍ତି । ଆଉ ସନ୍ତାନ ଏତେ ଯେ ସେ ନିଜେ ବି ମନେ ରଖି ପାରନ୍ତି ନାହିଁ । ଖାଲି ସେତିକି ନୁହେଁ ତାଙ୍କର ନାତି ନାତୁଣୀଙ୍କ ସଂଖ୍ୟା ଜାଣିଲେ ଯେକେହି ସାଧାରଣ ମଣିଷ ଆଶ୍ଚର୍ଯ୍ୟ ହୋଇଯିବ । ଆଜିକାଲିକା ଆଧୁନିକ ଯୁଗରେ ଜଣେ ବ୍ୟକ୍ତି କିଭଳି ଏତେ ବଡ଼ ପରିବାର ଚଳାଉଛି । ତାହା ନିଶ୍ଚିତ ଭାବେ ଆଶ୍ଚର୍ଯ୍ୟଜନକ ।

ଅଧିକ ପଢ଼ନ୍ତୁ:୧୨ ସନ୍ତାନର ମା’ ହୋଇ ବି ସନ୍ତୁଷ୍ଟ ନୁହନ୍ତି ଏହି ମହିଳା

ଏହି ବ୍ୟକ୍ତି ଜଣକ ହେଉଛନ୍ତି ଉଗାଣ୍ଡାର ମୁସା ହସହ୍ୟା । ତାଙ୍କର ୧୨ ପତ୍ନୀ ସାଙ୍ଗକୁ ୧୦୨ ସନ୍ତାନ ଆଉ ୫୭୮ ନାତି ନାତୁଣୀ । ପ୍ରଥମେ ପ୍ରଥମେ ଏହା ମଜାକ୍‌ ଲାଗୁଥିଲା । କିନ୍ତୁ ଏବେ ଏହା ଏକ ବଡ଼ ସମସ୍ୟାରେ ପରିଣତ ହୋଇଛି । ଏହି ପରିବାର ଯେଉଁ ଗାଁରେ ରହୁଛନ୍ତି ତାହା ଉଗାଣ୍ଡାର ବୁଟାଲେଜା ଜିଲ୍ଲାର ଏକ ଉପାନ୍ତ ଅଞ୍ଚଳ । ମୁସା ହସହ୍ୟାଙ୍କ ପାଇଁ ପରିବାର ପ୍ରତିପୋଷଣ ଧିରେ ଧିରେ ବଡ଼ ସମସ୍ୟା ହେବାରେ ଲାଗିଛି । ପିଲାମାନଙ୍କୁ କିମ୍ବା ପତ୍ନୀମାନଙ୍କୁ ଦୁଇ ଓଳି ଦୁଇ ମୁଠା ଭଲରେ ଖାଇବାକୁ ବି ଦେଇପାରିଲେ ନାହିଁ । ଯାହାପଳରେ ଦୁଇ ଜଣ ପତ୍ନୀଙ୍କ ଅକାଳରେ ଜୀବନ ଚାଲିଗଲା । ଏହି ପୁରା ପରିବାର ଗାଁର ପ୍ରାୟ ଦୁଇ ଏକର ଜାଗାରେ ବସବାସ କରନ୍ତି ।

ମୁସା ଏବେ ବେରୋଜଗାର । କିନ୍ତୁ ତାଙ୍କ ପରିବାର ଏବେ ପର୍ଯ୍ୟଟକଙ୍କ ପାଇଁ ଏକ ବିଶେଷ ଆକର୍ଷଣ ପାଲଟିଛି । ଅନେକ ପର୍ଯ୍ୟଟକ ତାଙ୍କ ପରିବାକୁ ଭେଟିବାକୁ ଆସନ୍ତି ଏବଂ ତାଙ୍କର ଫଟୋ ଉଠାଇଥାନ୍ତି । ସେମାନେ ଯାହା କିଛି ଅର୍ଥ ଦିଅନ୍ତି ସେଥିରେ ତାଙ୍କ ପରିବାର ଚଳିବା ବି କଷ୍ଟକର । ମୁସାଙ୍କ କହିବାନୁଯାୟୀ, ତାଙ୍କ ନିଜ ଭୁଲ ପାଇଁ ଆଜି ଏଭଳି ସ୍ଥିତି ଉପୁଜିଛି । ତାଙ୍କ ପତ୍ନୀ ଛୁଆ ଜନ୍ମ ପାଇଁ ମନା କରୁଥିଲେ ବି ସେ ଶୁଣିନଥିଲେ । ମୁସାଙ୍କ ଘରର ଅବସ୍ଥା ବି ଭଲ ନାହିଁ । ରକ୍ଷଣାବେକ୍ଷଣ ଅଭାବରୁ ତାଙ୍କ ଘରେ ଗଛ ଉଠିଲାଣି । 

୧୯୭୨ ମସିହାରେ ସେ ତାଙ୍କର ପ୍ରଥମ ପତ୍ନୀଙ୍କୁ ବିବାହ କରିଥିଲେ । ପାରମ୍ପରିକ ରିତିନୀତି ଅନୁସାରେ ସେ ବିବାହ କରିଥିଲେ । ସେତେବେଳେ ଉଭୟଙ୍କର ବୟସ ୧୭ ଥିଲା । ବିବାହର ବର୍ଷକ ପରେ ତାଙ୍କର ପ୍ରଥମ ସନ୍ତାନ ସାନ୍ଦ୍ର ନବୱାର ଜନ୍ମ ଗ୍ରହଣ କରିଥିଲେ । ଏହାପରେ ମୁସାଙ୍କ ପରିବାର ଲୋକ ତାଙ୍କୁ ଅଧିକରୁ ଅଧିକ  ବିବାହ କରିବା ପାଇଁ ପ୍ରୋତ୍ସାହିତ କରିଥିଲେ । ଆଉ ଅଧିକରୁ ଅଧିକ ଛୁଆ ଜନ୍ମ କରିବା ପାଇଁ କହିଥିଲେ । ଯାହାଦ୍ୱାରା ତାଙ୍କର ପରିବାର ବଡ଼ ହେବ ।

ସବୁଠାରୁ ବଡ଼ କଥା ହେଲା ତାଙ୍କର ଏତେ ବଡ଼ ପରିବାର ହୋଇଥିଲେ ବି କେବେ ସେମାନଙ୍କ ମଧ୍ୟରେ କଳି ଝଗଡ଼ା ହୁଏ ନାହିଁ । ମୁସା ଆହୁରି କହିଛନ୍ତି ଯେ,  ୧୦ ବର୍ଷରୁ ୫୦ ବର୍ଷ ବୟସ ମଧ୍ୟରେ ତାଙ୍କର ୧୦୨ ସନ୍ତାନ ରହିଛନ୍ତି । ତାଙ୍କ ଝିଅମାନେ ମଧ୍ୟ ୧୮ ବର୍ଷ ପୂର୍ବରୁ ବିବାହ କରିଛନ୍ତି । ମୁସାଙ୍କ ପାଇଁ ସବୁଠାରୁ ବଡ଼ ଚ୍ୟାଲେଞ୍ଜ ହେଲା ତାଙ୍କ ନିଜ ସନ୍ତାନ ମାନଙ୍କର ନାଁ ମନେ ରଖିବା । ସେ କେବଳ ତାଙ୍କର ପ୍ରଥମ ସନ୍ତାନର ନାଁ ମନେ ରଖିଛନ୍ତି ଏବଂ ଶେଷ ସନ୍ତାନର ନାଁ ମନେ ରଖିଛନ୍ତି । ଅନ୍ୟ ସମସ୍ତଙ୍କ ନାଁ ସେ ସଠିକ୍‌ ଭାବେ ମନେ ରଖିପାରି ନାହାନ୍ତି । ତାଙ୍କ ମାଆ ହିଁ ସେମାନଙ୍କୁ ମୋତେ ଚିହ୍ନା କରାଇଥାନ୍ତି ।

ଖାଲି ସେତିକି ନୁହେଁ ମୁସା ନିଜର ସବୁ ପତ୍ନୀଙ୍କ ନାଁ ମଧ୍ୟ ମନେ ରଖିପାରନ୍ତି ନାହିଁ । ଏଥିପାଇଁ ସେ ତାଙ୍କ ପିଲାମାନଙ୍କର ସହାୟତା ନେଇଥାନ୍ତି । ତାଙ୍କର ଜଣେ ପୁଅ ଯାହାର ବୟସ ୩୦, ସେ ପ୍ରାଇମେରି ସ୍କୁଲ ଶିକ୍ଷକ ଭାବେ କାର୍ଯ୍ୟ କରନ୍ତି । ତାଙ୍କ ରୋଜଗାର ଘର ଚଳିବାରେ ସହାୟକ ହୋଇଥାଏ । ମୁସା କହିଛନ୍ତି ପୁରା ପରିବାର ମାସକୁ ଥରେ ଏକାଠି ହୁଅନ୍ତି । ସେଦିନ ଏକ ବୈଠକ ହୋଇଥାଏ । ଆଉ ଯାହାର ଯାହା ସମସ୍ୟା ଥାଏ ସେହିଦିନ ହିଁ ସମାଧାନ କରାଯାଏ ।