ଏବେ ବି ଓଡ଼ିଶାର ୪ଟି ଜିଲ୍ଳାରେ ରହିଛି ନକ୍ସଲ ଉପସ୍ଥିତି । ନକ୍ସଲ ମାନେ କୋରାପୁଟ ଓ ମାଲକାନଗିରି ଛାଡ଼ି ଏବେ କନ୍ଧମାଳ, ବୌଦ୍ଧ, କଳାହାଣ୍ଡି ଓ ନୂଆପଡା ଜିଲ୍ଲାରେ ନିଜର ଉପସ୍ଥିତି ଜାହିର କରିଛନ୍ତି। ସେମାନଙ୍କୁ ଦମନ କରିବା ପାଇଁ ବିଏସଏଫ୍ ଜୋରଦାର ପ୍ରୟାସ ଚଳାଇଛି। ଓଡ଼ିଶାରେ ଏବେ କୌଣସି କ୍ୟାଡର ମାଓବାଦୀ ନଥିବା ବେଳେ ଛତିଶଗଡ, ଆନ୍ଧ୍ର ଓ ଝାଡ଼ଖଣ୍ଡ ସୀମାବର୍ତ୍ତୀ ଜିଲା ଗୁଡିକରେ ଅଧିକ ଆଲର୍ଟ ରହିବାକୁ ପଡୁଛି।
Also Read
ଭୁବନେଶ୍ୱ ରରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଏହି ସୂଚନା ଦେଇଛନ୍ତି ବିଏସଏଫ୍ ଆଇଜି। ତେବେ କନ୍ଧମାଳ ଉପରେ ସ୍ୱତନ୍ତ୍ର ଫୋକସ ରଖାଯାଇଥିବା ସେ କହିଛନ୍ତି।
୪ ଜିଲ୍ଳାରେ ଅଛନ୍ତି ନକ୍ସଲ, କନ୍ଧମାଳରେ ପାଦୁର୍ଭାବ ବେଶି#Naxal #Odisha #Kandhamal pic.twitter.com/Rk1n07grIu
— ଓଟିଭି (@otvkhabar) November 30, 2023