/odishatv-khabar/media/post_attachments/uploadimage/library/16_9/16_9_0/IMAGE_1701327888.jpg)
Sri Mandir Nata Mandap
ଶ୍ରୀମନ୍ଦିର ରତ୍ନଭଣ୍ଡାର ସ୍ଥିତି ପରଖିବାକୁ ଲେଜର ସ୍କାନିଂ ପରେ ଏବେ ନାଟ ମଣ୍ଡପର ମରାମତି ପାଇଁ ଆରମ୍ଭ ହୋଇଛି ପ୍ରକ୍ରିୟା । IIT ମାଡ୍ରାସ ବିଶେଷଜ୍ଞ ଟିମ୍ ଏଥିପାଇଁ ପ୍ରସ୍ତୁତ କରିଥିବା ଡିଜାଇନ ସଂପର୍କରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କ ସହ ଆଲୋଚନା କରିଛନ୍ତି । ଏହାସହ ଶ୍ରୀମନ୍ଦିର ପାର୍ଶ୍ବ ଦେବଦେବୀଙ୍କ ମନ୍ଦିରର ମଧ୍ୟ ମରାମତି ହେବ । ତେଣୁ ସେ ସମୟରେ ନୀତିକାନ୍ତି କିଭଳି ବାଧାପ୍ରାପ୍ତ ନହେବ ସେନେଇ ମଧ୍ୟ ମୁଖ୍ୟ ପ୍ରଶାସକଙ୍କ ସହ ASI କର୍ତ୍ତୃପକ୍ଷଙ୍କ ଆଲୋଚନା ଚାଲିଛି ।
ରତ୍ନଭଣ୍ଡାର ପରେ ଏବେ ନାଟ ମଣ୍ଡପ ମରାମତି ଚିନ୍ତା । IIT ମାଡ୍ରାସର ବିଶେଷଜ୍ଞ ଟିମ୍ ପ୍ରସ୍ତୁତ କରିଛନ୍ତି ଡିଜାଇନ । ଡିଜାଇନ ବାବଦରେ ଏନେଇ ମୁଖ୍ୟ ପ୍ରଶାସକଙ୍କ ସହ ଆଲୋଚନା କଲେ ASI କର୍ତ୍ତୃପକ୍ଷ । ଅନ୍ୟପଟେ ଶ୍ରୀମନ୍ଦିର ମେଘନାଦ ପାଚେରୀଠାରୁ 100 ମିଟର ମଧ୍ୟରେ ଥିବା 4ଟି ମଠର ପୁନରୁଦ୍ଧାର କାର୍ଯ୍ୟର ତଦାରଖ କଲେ NMAର ସ୍ୱତନ୍ତ୍ର ଅଧିକାରୀ ।
ତଦାରଖ ଟିମରେ ରହିଛନ୍ତି NMAର ପ୍ରତିନିଧି ସଂସ୍କୃତି ନିର୍ଦେଶକ ଦୀଲିପ ରାଉତରାୟ, ଉପଜିଲ୍ଲାପାଳ, ଏଏସଆଇ ପୁରୀ ସର୍କଲ ମୁଖ୍ୟ, ଓବିସିସି ଅଧିକାରୀ, ରାଜ୍ୟ ପ୍ରତ୍ନତାତ୍ତ୍ୱିକ ସଂସ୍ଥାର ଅଧିକାରୀ । ବଡଛତା ମଠ, ଛାଉଣୀ ମଠ, ଉତ୍ତରପାର୍ଶ୍ୱ ମଠ ଓ କାକୁଡିଖାଇ ମନ୍ଦିରର ପୁନରୁଦ୍ଧାର କାର୍ଯ୍ୟର ଟିମ୍ ଅନୁଧ୍ୟାନ କରିଛନ୍ତି ।
ଅନ୍ୟପଟେ ମଠ ଢାଞ୍ଚାର ସୌନ୍ଦର୍ଯ୍ୟକରଣ ଛଡା ଅନ୍ୟ କିଛି ନିର୍ମାଣ କାର୍ଯ୍ୟ କରା ଯାଇପାରିବ ନାହିଁ ବୋଲି କହିଛନ୍ତି ସଂସ୍କୃତି ନିର୍ଦ୍ଦେଶକ । ୨୦୧୮ରେ ହାଇକୋର୍ଟଙ୍କ ନିର୍ଦ୍ଦେଶ ଅନୁସାରେ ୧୭ ଜଣିଆ ଟିମ୍ ରତ୍ନଭଣ୍ଡାରର ସ୍ଥିତି ଯାଂଚ୍ କରିବାକୁ ଶ୍ରୀମନ୍ଦିର ଭିତରକୁ ଯାଇଥିଲେ । ତେବେ ସେତେବେଳେ ଚାବି ନମିଳିବାରୁ ଫେରି ଆସିଥିଲେ । ରତ୍ନଭଣ୍ଡାର କାନ୍ଥରେ ଅନେକ ଫାଟ ରହିବା ସହ କାନ୍ଥ ଓଦାଳିଆ ରହୁଥିବା ଯାଂଚ ରିପୋର୍ଟରେ ଉଲ୍ଲେଖ ରହିଛି । ତେଣୁ ବାହାର ପଟ ସହ ଭିତରେ ମଧ୍ୟ ତୁରନ୍ତ ଲେଜର ସ୍କାନିଂ କରିବାକୁ ଦାବି ହୋଇଥିଲା ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)