/odishatv-khabar/media/post_attachments/uploadimage/library/16_9/16_9_0/Agniveer_1710562536.jpg)
Agniveer
ଅଗ୍ନିପଥ ଯୋଜନାର ତୃତୀୟ ବ୍ୟାଚ ଅଗ୍ନିବୀର ଯବାନଙ୍କ ପାସିଙ୍ଗ ଆଉଟ ପରେଡ ଚିଲିକାର ନାଭାଲ ଠାରେ ଅନୁଷ୍ଠିତ ହୋଇଯାଇଛି। ମୋଟ 2 ହଜାର 630 ଅଗ୍ନିବୀର, ପାସିଙ୍ଗ ଆଉଟ ପରେଡରେ ଅଂଶଗ୍ରହଣ କରିଥିଲେ । ଏମାନଙ୍କ ମଧ୍ୟରୁ 396 ଜଣ ମହିଳା ଅଗ୍ନିବୀର ଜବାନ ପରେଡରେ ଅଂଶଗ୍ରହଣ କରିଥିଲେ । 16 ସପ୍ତାହର ଟ୍ରେନିଙ୍ଗ ସାରିବା ପରେ ପରେଡ ଅନୁଷ୍ଠିତ ହୋଇଥିଲା । ଏଥିରେ ନୌସେନାର ମୁଖ୍ୟ ଆଡମିରାଲ ଆର ହରିକୁମାର ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ ।
ଆଇଏନଏସ ପରିସରରେ ସହିଦ ସ୍ତମ୍ବରେ ପୁଷ୍ପ ମାଲ୍ୟ ଦେବା ପରେ ପରେଡସ୍ଥଳରେ ଅଗ୍ନିବୀର ମାନଙ୍କୁ ଦେଶ ମାତୃକାର ସେବା ପାଇଁ ଶପଥ କରାଇଥିଲେ । ଏହି ଅବସରରେ ଅଗ୍ନିବୀର ଯବାନମାନଙ୍କ ମଧ୍ୟରୁ ଶ୍ରେଷ୍ଠ ଯବାନ ମାନଙ୍କୁ ମୁଖ୍ୟ ଅତିଥି ସମ୍ମାନୀତ କରିବା ସହିତ ସ୍ବାଗତ କରିଥିଲେ । ନୌସେନାର ମୁଖ୍ୟ ଆଡମିରାଲ ଆର ହରିକୂମାର ଅଗ୍ନିବୀର ଯବାନଙ୍କ ଭାରତୀୟ ନୌସେନା ପାଇଁ ଯୋଗଦାନ ଏବଂ ମହିଳା ଅଗ୍ନିବୀରଙ୍କ କୃତିତ୍ବକୁ ଭୂୟସୀ ପ୍ରଶଂସା କରିଥିଲେ । ନୌସେନାରେ ଏଆଇ ଟେକ୍ନୋଲୋଜିର ବ୍ୟବହାର ସହିତ ଭାରତ ଚୀନ ପ୍ରତିରକ୍ଷା ସମ୍ପର୍କରେ ମଧ୍ୟ ନିଜର ପ୍ରତିକ୍ରିୟା ରଖିଥିଲେ ।
ଏଥିସହ ଅଗ୍ନୀବୀର ଯୋଜନାକୁ କରାଯାଉଥିବା ସମାଲୋଚନାର ମଧ୍ୟ ପ୍ରତିକ୍ରିୟା ରଖିଥିଲେ । ତେବେ ପାସିଙ୍ଗ ଆଉଟ ପରେଡ ପରେ ଅଗ୍ନିବୀର ଯବାନ ମାନେ ୧୮ ଦିନର ଛୁଟି ପରେ ନିଜ ନିଜ ଟ୍ରେଡରେ ୪ ମାସର ଟ୍ରେନିଙ୍ଗ ସାରିବେ ବୋଲି ଆଇଏନଏସ ପକ୍ଷରୁ ସୂଚନା ଦିଆଯାଇଛି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)