Advertisment

ଗଣତି ହେବ ରତ୍ନଭଣ୍ଡାରରେ ଗଚ୍ଛିତ ସୁନା ଅଳଙ୍କାର, ବସିବ ଉଚ୍ଚସ୍ତରୀୟ ବୈଠକ !

ଆଜି ମହାପ୍ରଭୁଙ୍କ ଅଳଙ୍କାର ଓ ବିଭିନ୍ନ ମୂଲ୍ୟବାନ ବସ୍ତୁର ତାଲିକା କରିବ କମିଟି । ରାଜ୍ୟ ସରକାରଙ୍କ ଦ୍ୱାରା ଗଠିତ କମିଟିରେ ଅଧ୍ୟକ୍ଷଙ୍କ ସହ ୧୨ ସଦସ୍ୟଜଷ୍ଟିସ୍ ଅରିଜିତ୍ ପଶାୟତଙ୍କ ଅଧ୍ୟକ୍ଷତାରେ ବୈଠକ ।

author-image
Satyendu Shekher Mishra
Ratnabhandar

Ratnabhandar

ଦୀର୍ଘ ୪୬ ବର୍ଷ ପରେ ଶ୍ରୀମନ୍ଦିର ରତ୍ନଭଣ୍ଡାରର ଦୁର୍ମୂଲ୍ୟ ସୁନା ଅଳଙ୍କାର ଗଣତି ମଣତି ପାଇଁ ହାଇଲେବଲ କମିଟି ଗଠନ ହେବା ପରେ ସୁପ୍ରିମକୋର୍ଟ ଅବସରପ୍ରାପ୍ତ ବିଚାରପତି ଜଷ୍ଟିସ୍ ଅରିଜିତ୍ ପଶାୟତଙ୍କ ଅଧ୍ୟକ୍ଷତାରେ ପୁରୀରେ ଏକ ଉଚ୍ଚସ୍ତରୀୟ ତଦାରଖ କମିଟିର ବୈଠକ ଅନୁଷ୍ଠିତ ହେବ। ଏହି କମିଟି ରତ୍ନଭଣ୍ଡାରରେ ଥିବା ମହାପ୍ରଭୁଙ୍କ ଅଳଙ୍କାର ଓ ବିଭିନ୍ନ ମୂଲ୍ୟବାନ ବସ୍ତୁର ତାଲିକା ପ୍ରସ୍ତୁତ କରିବେ। ସେଥିପାଇଁ ଆଜି ତଦାରଖ କମିଟିର ଅଧ୍ୟକ୍ଷ ଅରିଜିତ୍ ପଶାୟତ ଦିନ ୧୧ଟାରେ ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କ ଦର୍ଶନ କରିବେ।

Advertisment

ଏହାପରେ ଦିନ ୨ଟାରୁ ରତ୍ନଭଣ୍ଡାରରୁ ଦୁର୍ଲଭ ଅଳଙ୍କାର ଗଣତି ମଣତି ପାଇଁ ଏକ ସ୍ୱତନ୍ତ୍ର ବୈଠକ ଅନୁଷ୍ଠିତ ହେବ। ରାଜ୍ୟ ସରକାରଙ୍କ ଦ୍ୱାରା ଗଠିତ ତଦାରଖ କମିଟିରେ ଅଧ୍ୟକ୍ଷଙ୍କ ସହିତ ୧୨ ଜଣ ସଦସ୍ୟ ରହିଥିବା ବେଳେ ପରିଚାଳନା କମିଟିର ତିନିଜଣ ସଦସ୍ୟ, ପ୍ରସିଦ୍ଧ ହୃଦରୋଗ ବିଶେଷଜ୍ଞ ଡାକ୍ତର ରମାକାନ୍ତ ପଣ୍ଡା, ଆହ୍ଲାବାଦ ବ୍ୟାଙ୍କର ପୂର୍ବତନ ସିଏମଡି ଡକ୍ଟର ବିଧୁଭୂଷଣ ସାମଲ, ଚାଟାର୍ଡ ଆକାଉଟାଣ୍ଟ ଏ.କେ. ସାବତ, ଗଜପତି ମହାରାଜାଙ୍କ ପ୍ରତିନିଧି, ASI ଅଧିକାରୀ, ଭଣ୍ଡାର ମେକାପ ଗଣେଶ ମେକାପ, ପୁରୀ ଜିଲ୍ଲାପାଳ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କମିଟିରେ ସ୍ଥାନ ପାଇଛନ୍ତି।

Srimandir Lord Jagannath
Advertisment
Advertisment