/odishatv-khabar/media/post_attachments/uploadimage/library/16_9/16_9_0/IMAGE_1703740160.jpg)
MKCG Fake Doctor
ଧରାପଡିଲେ ନକଲି ସାର୍ଟିଫିକେଟ ଦେଇ ଚାକିରି କରିଥିବା ଡାକ୍ତର। ବ୍ରହ୍ମପୁର ଏମକେସିଜି ମେଡିକାଲ କଲେଜର ନିଶ୍ଚେତକ ବିଭାଗର ଆସିଷ୍ଟାଣ୍ଟ ପ୍ରଫେସର ଦୁର୍ଗାଦତ୍ତ ଶାସନି ଗିରଫ । ତାଙ୍କୁ ସେମିଳିଗୁଡା ପୋଲିସ ଗିରଫ କରିଛି। ନକଲି ଜାତିଗତ ପ୍ରମାଣପତ୍ର ଦେଇ ଚାକିରି କରିଥିବା ଅଭିଯୋଗ କରିଥିଲେ ଖୋଦ୍ ଡାକ୍ତରଙ୍କ ବଡଭାଇ ।
Advertisment
ପୋଲିସ ଅଭିଯୋଗ ଆଧାରରେ ତଦନ୍ତ ପରେ ସଂପୃକ୍ତ ଡାକ୍ତରଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ଦୁର୍ଗାଦତ୍ତ ଶାସନି ୨୦୧୭ ମସିହାରେ ଏମକେସିଜି ମେଡିକାଲ କଲେଜର ନିଶ୍ଚେତକ ଡାକ୍ତର ଭାବେ ନିଯୁକ୍ତି ପାଇଥିଲେ। ୨୦୨୨ ମସିହାରେ ପଦୋନ୍ନତି ପାଇଥିଲେ । ତେବେ ଏନେଇ ସମ୍ପୃକ୍ତ ଡାକ୍ତରଙ୍କ ପ୍ରତିକ୍ରିୟା ମିଳିପାରି ନାହିଁ ।
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)