Advertisment

୩୧୪ ବ୍ଲକ୍ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ଆଗରେ ଧାରଣାରେ ବସିଛନ୍ତି ଶିକ୍ଷକ-ଶିକ୍ଷୟିତ୍ରୀ

ପୂର୍ବରୁ ସଙ୍ଘ ପକ୍ଷରୁ ଦାବି ପୂରଣ ନେଇ ବାରମ୍ବାର ଆନ୍ଦୋଳନ ହୋଇଥିଲେ ସୁଦ୍ଧା ସରକାର ଦାବି ପୂରଣ ନେଇ କୌଣସି ପଦକ୍ଷେପ ନେଇନଥିବାରୁ ବିଭିନ୍ନ ପ୍ରାଥମିକ ଶିକ୍ଷକ ସଂଘଗୁଡ଼ିକ ମିଳିତ ଭାବେ ଅନିର୍ଦ୍ଦିଷ୍ଟକାଳ ପାଇଁ କାର୍ଯ୍ୟ ବନ୍ଦ ଆନ୍ଦୋଳନ ଡାକରା ଦେଇଛନ୍ତି।

author-image
Satyendu Shekher Mishra
ଅଦ୍ୟତନ ହୋଇଛି
Teacher Protest

Teacher Protest

ସାମୂହିକ ଛୁଟିରେ ଯିବେ ରାଜ୍ୟର ୧ ଲକ୍ଷ ୩୦ହଜାର ପ୍ରାଥମିକ ଶିକ୍ଷକ । ରାଜ୍ୟର ୩୧୪ ବ୍ଲକ୍ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ଆଗରେ ଧାରଣାରେ ବସିଛନ୍ତି ଶିକ୍ଷକ ଶିକ୍ଷୟିତ୍ରୀ । ଠିକା ବ୍ୟବସ୍ଥା ଉଚ୍ଛେଦ, କେନ୍ଦ୍ରୀୟ ହାରରେ ବେତନ ଓ ପୁରୁଣା ପେନସନ ବ୍ୟବସ୍ଥା ଲାଗୁ ଭଳି ତିନି ଦଫା ଦାବିରେ କାର୍ଯ୍ୟ ବନ୍ଦ ଆନ୍ଦୋଳନ କରିବେ ପ୍ରାଥମିକ ଶିକ୍ଷକ।

Advertisment

କାର୍ଯ୍ୟବନ୍ଦ ଆନ୍ଦୋଳନ ପାଇଁ ରାଜ୍ୟର ପ୍ରାୟ ୫୬ ହଜାର ସ୍କୁଲରେ ପାଠ ପଢା ଠପ୍ ହୋଇପାରେ। ପୂର୍ବରୁ ସଙ୍ଘ ପକ୍ଷରୁ ଦାବି ପୂରଣ ନେଇ ବାରମ୍ବାର ଆନ୍ଦୋଳନ ହୋଇଥିଲେ ସୁଦ୍ଧା ସରକାର ଦାବି ପୂରଣ ନେଇ କୌଣସି ପଦକ୍ଷେପ ନେଇନଥିବାରୁ ବିଭିନ୍ନ ପ୍ରାଥମିକ ଶିକ୍ଷକ ସଂଘଗୁଡ଼ିକ ମିଳିତ ଭାବେ ଅନିର୍ଦ୍ଦିଷ୍ଟକାଳ ପାଇଁ କାର୍ଯ୍ୟ ବନ୍ଦ ଆନ୍ଦୋଳନ ଡାକରା ଦେଇଛନ୍ତି।

ଦେଶର ଭବିଷ୍ୟତ ଗଢ଼ିବାକୁ ଥିବା ଶିକ୍ଷକ ଓ ଅଧ୍ୟାପକଙ୍କୁ ଆମ ରାଜ୍ୟରେ ସବୁବେଳେ ନିରୁତ୍ସାହିତ କରାଯାଉଥିବା ଅଭିଯୋଗ ହୋଇଆସୁଛି । ସେଥିପାଇଁ ଅନେକ ଥର ଓଡ଼ିଶାରେ ଶିକ୍ଷକ ଆନ୍ଦୋଳନ ଦେଖିବାକୁ ମିଳିଛି । ଖରା ବର୍ଷା ଶୀତ କାକରରେ ବି ଶିକ୍ଷକମାନେ ଭୁବନେଶ୍ୱର ଲୋୟର ପିଏମ୍‌ଜିରେ ଆନ୍ଦୋଳନ କରୁଥିବା ଦେଖାଯାଇଛି ।

Advertisment

କିଛିଦିନ ପୂର୍ବରୁ ଯେଉଁ ଗୁରୁ ଦିବସରେ ଶିକ୍ଷକମାନେ ସ୍କୁଲରେ ପୂଜା ପାଇଥାନ୍ତେ, ସେହିମାନେ ନିଜ ପେଟ ପାଇଁ ରାଜରାସ୍ତାରେ ବସିଥିବା ଦେଖିବାକୁ ମିଳିଥିଲା । ସ୍କୁଲ୍ କଲେଜ ଛାଡି ଭୁବନେଶ୍ୱରରେ ପାଳିଥିଲେ କଳା ଦିବସ । ମୁହଁରେ କଳା କପଡ଼ା ପିନ୍ଧି ସରକାର ବିରୋଧରେ ଦେଉଥିଲେ ସ୍ଲୋଗାନ୍। ଗୁରୁ ଦିବସରେ ମାଧ୍ୟମିକ ବିଦ୍ୟାଳୟ ଶିକ୍ଷକ ସଂଘ, ଓଷ୍ଟା ପକ୍ଷରୁ ବିଶାଳ ରାଲି କରାଯାଇଥିଲା ଲୋୟର ପିଏମ୍‌ଜିରେ। ସମାନ କାମକୁ ସମାନ ଦରମା, ପୂର୍ଣ୍ଣ ଅନୁଦାନ ଏବଂ ସବୁ ସ୍କୁଲ୍‌କୁ ସରକାରୀକରଣ ଦାବିରେ ଶିକ୍ଷକ ମାନେ ପ୍ରତିବାଦ ଜଣାଇଥିଲେ । ଖାଲି ସେତିକି ନୁହେଁ ଦାବି ପୂରଣ ନହେଲେ ନିର୍ବାଚନୀ ବର୍ଷରେ ଭୋଟ୍ ବାକ୍ସରେ ଜବାବ ଦିଆଯିବ ବୋଲି ଏବେଠାରୁ ଚେତାବନୀ ଦେଇଥିଲା ସଂଘ।

ସେପଟେ ୬୬୨ ବର୍ଗ ଅଧ୍ୟାପକ ସଂଘ ବି ବର୍ଷାରେ ଓଦା ହୋଇ ସର୍ବପଲ୍ଲୀ ରାଧାକ୍ରିଷ୍ଣନ୍‌ଙ୍କ ଫଟୋ ଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରି ସରକାରଙ୍କୁ ପ୍ରତିବାଦ ଜଣାଇଥିଲେ । 

ଖାଲି ରାଜଧାନୀର ରାଜରାସ୍ତା ନୁହେଁ ରାଜ୍ୟର ସବୁ ଶିକ୍ଷାନୁଷ୍ଠାନରେ ବି ଶିକ୍ଷକମାନେ ପ୍ରତିବାଦ କରିଛନ୍ତି । ଷ୍ଟେଟ୍ ସିଲେକ୍ସନ୍ ବୋର୍ଡର ଅଧ୍ୟାପକ, ଅଧ୍ୟାପିକା ମାନେ କଳା ବ୍ୟାଜ୍ ପିନ୍ଧି କ୍ଲାସ୍ କରିଛନ୍ତି। କେବଳ ଗୋଟିଏ ଦାବି ଗ୍ରେଡ୍ ପେ ବୃଦ୍ଧି।

Teachers Protest
Advertisment
Advertisment