Advertisment

ବାପ୍‌ରେ ବାପ୍ ! ଟମାଟୋ ଖାଇବ ନା ଦେଖିବ, ଏତେ ଟଙ୍କା ଦେଇ କିଏ କିଣିବ ?

ଏବେ ଖାଉଟି ମୁଣ୍ଡରେ ହାତ ଦେଇ ବସିଛି । କାରଣ ଟମାଟୋ ହେଉଛି ଆମ ଦୈନ୍ଦିନ ଖାଦ୍ୟର ଏକ ଅଭିନ୍ନ ଅଙ୍ଗ ।

author-image
Satyendu Shekher Mishra
ଅଦ୍ୟତନ ହୋଇଛି
Tamato Price 250 In Uttarakhand

Tamato Price 250 In Uttarakhand

ବାପ୍‌ରେ ବାପ୍‌ ଏତେ ରେଟ୍‌ ? ପରିବା ଦର ତଳକୁ ଖସିବାର ନାଁ ଧରୁନି । ୧୦ ୨୦ରେ ମିଳୁଥିବା ଜିନିଷ ଏବେ ୧୦୦ ପାର୍‌ । ଆଉ କିଛି ଦିନ ହେବ ଚର୍ଚ୍ଚାରେ ଥିବା ଟମାଟୋ ଦର ଅନେକ ୨୦୦ ପାର୍ ହେଲାଣି । ତେବେ ଆମ ରାଜ୍ୟରେ ତ ଟମାଟୋ ଦର ଏବେ ବି ୧୦୦ ପାର୍‌ ରହିଥିବା ବେଳେ ଦେଶର କିଛି ରାଜ୍ୟରେ ଏହାର ଦର ୨୫୦ ଛୁଇଁଛି । ତେବେ ଏଥିପାଇଁ ଏବେ ଖାଉଟି ମୁଣ୍ଡରେ ହାତ ଦେଇ ବସିଛି । କାରଣ ଟମାଟୋ ହେଉଛି ଆମ ଦୈନ୍ଦିନ ଖାଦ୍ୟର ଏକ ଅଭିନ୍ନ ଅଙ୍ଗ ।

Advertisment

ପନିପରିବା ଦର ଏବେ ଆକାଶ ଛୁଆଁ ହୋଇଛି। ଅନେକ ପରିବାର ଦାମ କିଲୋ ପିଛା ୧୦୦ ଟଙ୍କା ବା ତା’ ପାଖାପାଖି ରହିଛି। କିଛି ପରିବାର ଦାମ ୧୦୦ ଟଙ୍କାରୁ ଅଧିକ ରହିଛି। କଞ୍ଚାଲଙ୍କା କେଜି କେଉଁଠି ୩୦୦ ଟଙ୍କା ତ କେଉଁଠି ୪୦୦ ଟଙ୍କା ରହିଛି। ଆଉ ଟମାଟୋ ଦର ଓଡ଼ିଶାରେ ୧୦୦ ରୁ ୧୨୦ ରହିଥିବା ବେଳେ ଉତ୍ତରାଖଣ୍ଡରେ ଟମାଟୋ କେଜି ପ୍ରତି ୨୫୦ ଟଙ୍କାରେ ବିକ୍ରି ହେଉଛି । ଯାହାକି ମୁଣ୍ଡ ବିନ୍ଧାର କାରଣ ।

ଉତ୍ତରାଖଣ୍ଡର ଗଙ୍ଗୋତ୍ରୀ ଧାମରେ ଟମାଟୋ କେଜି ପ୍ରତି ୨୫୦ ଟଙ୍କାରେ ବିକ୍ରି ହେଉଛି। ସେହିପରି ରାଜ୍ୟର ଉତ୍ତରକାଶୀ ଜିଲ୍ଲାର ଅନ୍ୟାନ୍ୟ ସ୍ଥାନରେ ଟମାଟୋ କେଜି ୧୮୦ ଟଙ୍କାରୁ ୨୦୦ ଟଙ୍କା ରହିଛି। ଚେନ୍ନାଇରେ ଟମାଟୋ କେଜି ପ୍ରତି ୧୦୦ରୁ ୧୩୦ ଟଙ୍କା ରହିଛି। ଟମାଟୋର ଏଭଳି ଦର ଦେଖି ତାମିଲନାଡୁ ସରକାର ରିହାତି ବ୍ୟବସ୍ଥା କରିଛନ୍ତି। ଲୋକଙ୍କ ବୋଝକୁ ହାଲୁକା କରିବା ପାଇଁ ଚେନ୍ନାଇର ବିଭିନ୍ନ ରାସନ ଦୋକାନରେ କେଜି ପ୍ରତି ୬୦ ଟଙ୍କାରେ ଟମାଟୋ ବିକ୍ରି କରାଯାଉଛି।

Advertisment

କର୍ଣ୍ଣାଟକାରେ ମଧ୍ୟ ଟମାଟୋ ଦର ଚଢ଼ା ରହିଛି । ବେଙ୍ଗାଲୁରୁରେ ଟମାଟୋ କେଜି ୧୦୧ରୁ ୧୨୧ ଟଙ୍କା ରହିଛି। ଓଡ଼ିଶାରେ ଟମାଟୋ ଦର ଭିନ୍ନ ଭିନ୍ନ ରହିଛି। ଏଠାରେ ଟମାଟୋ କେଜି ପ୍ରତି ୧୦୦ରୁ ୧୫୦ ଟଙ୍କା ମଧ୍ୟରେ ରହିଛି।

Vegetable Price Hike
Advertisment
Advertisment