• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ଆପଣ ଶୁଣିଥିବେ ଅନେକ ଛାତ୍ରଛାତ୍ରୀ ଇଞ୍ଜିନିୟରିଂ ପରେ ବଡ଼ ବଡ଼ କମ୍ପାନୀରେ ଚାକିରି କରନ୍ତି । ଆଉ ମୋଟା ଅଙ୍କର ଦରମା ପାଇଥାନ୍ତି । ହେଲେ ସେଥିମଧ୍ୟରୁ କିଛି ଛାତ୍ରଛାତ୍ରୀଙ୍କ କାହାଣୀ ସବୁଦିନ ପାଇଁ ସମସ୍ତଙ୍କ ମନରେ ରହିଯାଏ । ଆଉ ଏମିତି କିଛି କାହାଣୀ ଥାଏ ଯାହା ସମାଜ ପାଇଁ ପ୍ରେରଣା ମଧ୍ୟ ପାଲଟିଥାଏ । ସୋସିଆଲ ମିଡିଆରେ ସକ୍ସେସ ସ୍ଟୋରି ‌ସର୍ଚ୍ଚ କଲେ ଏମିତି ଅନେକ ପ୍ରେରଣାଦାୟୀ କାହାଣୀ ସାମ୍ନାକୁ ଆସିବ ।

ଠିକ୍‌ ସେମିତି କିଛି ଏକ କାହାଣୀ ଏବେ ଆମ ସାମ୍ନାକୁ ଆସିଛି । ଜଣେ ଦୃଷ୍ଟିବାଧିତ ଛାତ୍ର । ଯିଏ ପିଲା ଦିନୁ ଗ୍ଲାଉକୋମା ରୋଗରେ ପୀଡ଼ିତ ଥିଲେ । ୮ ବର୍ଷ ବୟସରେ ନିଜର ଦୃଷ୍ଟିଶକ୍ତି ହରାଇଲେ । ପରିବାରରେ ଖେଳିଗଲା ଦୁଃଖର ଲହରୀ । ହେଲେ ଛାତ୍ରଙ୍କ ଉତ୍ସାହ କିନ୍ତୁ କମିବାକୁ ଦେଇନଥିଲେ ବାପା ମାଆ । ବାପା ମାଆଙ୍କ ପ୍ରୋତ୍ସାହନରେ ପୁଅ ନିଜର ଭବିଷ୍ୟତ ଉଜ୍ଜଳ କରିବାକୁ ଲାଗିପଡ଼ିଲା ।

ପୁଅର ଇଚ୍ଛା ଥିଲା ସେ ସଫ୍ଟ ଓୟାର ଇଞ୍ଜିନିୟର ହେବ । ଆଉ ପୁଅର ଏହି ସ୍ୱପ୍ନକୁ ପୁରା କରିବା ପାଇଁ ବାପା ମାଆ ଅହରହ ଚେଷ୍ଟା କରିବାକୁ ଲାଗିଲେ । ବାପା ମାଆଙ୍କ ଏହି ଯୋଗ୍ୟ ପୁଅ ଜଣକ ହେଉଛନ୍ତି ୟାସ ସୋନିକା । ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ୟାସ ସୋନିକା, ଦୃଷ୍ଟି ବାଧିତଙ୍କ ପାଇଁ ଥିବା ସ୍ୱତନ୍ତ୍ର ସ୍କୁଲରେ ପାଠ ପଢ଼ିଲେ । ତାପରେ ସେ ସାଧାରଣ ସ୍କୁଲକୁ ଆସିଲେ । ସ୍କୁଲ ପାଠ ସରିବା ପରେ ଏକ ଘରୋଇ ଇଞ୍ଜିନିୟରିଂ କଲେଜରେ ଯୋଗଦେଲେ । ସେଠାରେ ପାଠ ପଢ଼ା ସରୁ ସରୁ ପରେ ତାଙ୍କୁ ଆସିଲା ଏକ ବଡ଼ ଅଫିର ।

ମାଇକ୍ରୋସଫ୍ଟ କମ୍ପାନୀରୁ ତାଙ୍କୁ ଗତ ବର୍ଷ ଦିଆଯାଇଥିଲା ବଡ଼ ଅଫିର । ମିଳିଥିବା ସୂଚନା ଅନୁଯାୟୀ, ତାଙ୍କୁ ସଂସ୍ଥା ପକ୍ଷରୁ ୪୭ ଲକ୍ଷ ଟଙ୍କ ପ୍ୟାକେଜ୍‌ର ଅଫର ଦିଆଯାଇଥିଲା । ଏବେ ସେ ମୋଟା ଅଙ୍କର ରୋଜଗାର କରୁଛନ୍ତି । ୟାସ ସୋନିକା ଏମିତି ଏକ ସଫ୍ଟଓୟାର ପ୍ରସ୍ତୁତ କରିଛନ୍ତି ଯାହା କି ସ୍କ୍ରିନ୍ ପଢ଼ିପାରିବ ।