Advertisment

ରିସର୍ଚ୍ଚରୁ ଜଣାପଡ଼ିଛି, ଏମିତି ଚେହେରା ଥିବା ଲୋକ ଧନୀ ହୋଇଥାନ୍ତି..!

ଏହି ଅଧ୍ୟୟନରେ ଜଣାପଡିଛି ଯେ ଲୋକମାନେ କିଛି ନିର୍ଦ୍ଧିଷ୍ଟ ପ୍ରକାରର ଚେହେରାକୁ ଧନୀ ବ୍ୟକ୍ତିଙ୍କ ଚେହେରା ଭାବରେ ବିବେଚନା କରନ୍ତି । ଆଉ ସେହି ଚେହେରା କିଭଳି ଦେଖାଯାଏ, ତାହା ମଧ୍ୟ ରିପୋର୍ଟରେ ବର୍ଣ୍ଣନା କରାଯାଇଛି ।

author-image
Satyendu Shekher Mishra
ଅଦ୍ୟତନ ହୋଇଛି
Face Reading

Face Reading

ଯଦି ଆପଣ ଦର୍ପଣରେ ଆପଣଙ୍କ ମୁହଁକୁ ଅନେକ ଥର ଦେଖିଛନ୍ତି, ତେବେ ଏହି ଦୃଷ୍ଟିକୋଣରୁ ପୁଣି ଥରେ ଦେଖନ୍ତୁ । କାଳେ ଆପଣଙ୍କ ଚେହେରା ଆଉ କିଛି ସଙ୍କେତ ଦେଉଥିବ । ଯାହାକି ଅନ୍ୟମାନେ ଦେଖି ବୁଝିପାରୁଥିବେ । ଏମିତିକି ଏକ ରିସର୍ଚ୍ଚରୁ ଜଣାପଡ଼ିଛି ଯେ, ଆପଣଙ୍କ ଚେହେରା କହିଦେବ ଆପଣ ଧନୀ ନା ଗରିବ । ଆପଣ କେତେ ଲୋକପ୍ରିୟ ନା ନାହିଁ ତାହା ଆପଣଙ୍କ ଚେହେରା ବଖାଣିଦେବ ।

Advertisment

ଏହି ଅଧ୍ୟୟନରେ ଜଣାପଡିଛି ଯେ ଲୋକମାନେ କିଛି ନିର୍ଦ୍ଧିଷ୍ଟ ପ୍ରକାରର ଚେହେରାକୁ ଧନୀ ବ୍ୟକ୍ତିଙ୍କ ଚେହେରା ଭାବରେ ବିବେଚନା କରନ୍ତି । ଆଉ ସେହି ଚେହେରା କିଭଳି ଦେଖାଯାଏ, ତାହା ମଧ୍ୟ ରିପୋର୍ଟରେ ବର୍ଣ୍ଣନା କରାଯାଇଛି ।

ଗ୍ଲାସ୍‌ଗୋ ବିଶ୍ୱବିଦ୍ୟାଳୟର ଗବେଷକଙ୍କ ଦ୍ୱାରା କରାଯାଇଥିବା ଏହି ଅଧ୍ୟୟନରେ ଏହା ଜଣାପଡିଛି ଯେ ପତଳା ଏବଂ ବନ୍ଧୁତ୍ୱପୂର୍ଣ୍ଣ ଚେହେରା ଥିବା ଲୋକମାନେ ଧନୀ ହୋଇଥାନ୍ତି ବୋଲି ସାଧାରଣ ଲୋକଙ୍କ ମନରେ ଭାବନା ସୃଷ୍ଟି ହୋଇଥାଏ । ଅର୍ଥାତ୍ ଏପରି ଚେହେରା ଥିବା ଲୋକମାନଙ୍କୁ ସାଧାରଣ ଲୋକେ ଧନୀ ବୋଲି ଗ୍ରହଣ କରିନେଇଥାନ୍ତି । ଯେତେବେଳେ କି ଏକ ଗରିବ ଥିବା ଲୋକଙ୍କ ଚେହେରା ଭିନ୍ନ ସଙ୍କେତ ଦେଇଥାଏ ।

Advertisment

ଏହି ଅଧ୍ୟୟନରେ ରିସର୍ଚ୍ଚରମାନେ କହିଛନ୍ତି ଯେ, ଯେଉଁମାନଙ୍କ କପାଳ ଉଚ୍ଚ ରହିଥାଏ, ଗାଲ ଲାଲ ଦେଖାଯାଏ, ଆଖି ପାଖା ପାଖି ରହିଥାନ୍ତି, ସବୁବେଳେ ହସ ହସ ମୁହଁ ରହିଥାଏ, ନାକ ବାହାରକୁ ବାହାରିଥାଏ, ମୁହଁ ସାମାନ୍ୟ ଲମ୍ବା ଥାଏ, ସେମାନଙ୍କୁ ଲୋକେ ଧନୀ ବୋଲି ବିବେଚନା କରିଥାନ୍ତି । ଆଉ ସେହିମାନଙ୍କୁ ଖୁବ୍‌ଶୀଘ୍ର ଲୋକେ ବିଶ୍ୱାସକୁ ନେଇଥାନ୍ତି । ସେମାନଙ୍କ କଥାକୁ ଅଧିକ ଭରସା କରିଥାନ୍ତି ।

ଅନୁସନ୍ଧାନକାରୀଙ୍କ ଅନୁଯାୟୀ, ଏହିପରି ଲୋକମାନେ ବିଶ୍ୱାସଯୋଗ୍ୟ, ଉତ୍ସାହୀ ଏବଂ ଦକ୍ଷ ହୋଇଥାନ୍ତି । ଅନ୍ୟପଟେ ଗରିବ ଲୋକଙ୍କ ଚେହେରା ଏହି ସବୁ ସଙ୍କେତର ପ୍ରାୟ ବିପରିତ ହୋଇଥାଏ । ଯେମିତିକି ସେମାନଙ୍କ ଆଖି ତଳକୁ ହୋଇଥାଏ, ଥୋଡ଼ ଛୋଟ ହୋଇଥାଏ, ମୁହଁ ତଳକୁ ଥାଏ, ତାଙ୍କର ରଙ୍ଗ ଟିକେ ଗାଢ଼ ହୋଇଥାଏ । ଏହି ସବୁ ସଙ୍କେତ ଥିଲେ ଲୋକେ ସେମାନଙ୍କୁ ବିଶ୍ୱାସକୁ ନେଇ ନଥାନ୍ତି । ରିସର୍ଚ୍ଚରେ ଏହି ବିଷୟ ଉପରେ ଅଧିକ ଧ୍ୟାନ ଦିଆଯାଇଛି ଯେ, ଲୋକମାନେ କେଉଁ ଚେହେରାକୁ ହାଇ ସୋସାଇଟି ଓ ଲୋ’ କ୍ଲାସ ବୋଲି ବିବେଚନା କରିଥାନ୍ତି । ତେବେ ଏହି ସବୁ ସଙ୍କେତ ସାଧାରଣତଃ ଲୋକଙ୍କ ବ୍ୟକ୍ତତ୍ୱ ସହ ଜଡ଼ିତ ବୋଲି ରିସର୍ଚ୍ଚରେ କୁହାଯାଇଛି ।

Advertisment
Advertisment