• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ପୁଣି ଏକ ବଡ଼ ଅଘଟଣ । ହାଇଦ୍ରାବାଦ ଘଟଣା ରାଜସ୍ଥାନରେ ରିପିଟ୍ । ମାସକର ଛୁଆକୁ ମେଡିକାଲ ଭିତରୁ ଉଠାଇନେଲା ବୁଲା କୁକୁର । କିଛି ଦିନ ପୂର୍ବରୁ ହାଇଦ୍ରାବାଦରେ ଏକ କୁନି ଛୁଆକୁ ୪-୫ଟି ବୁଲା କୁକୁର ଝୁଣି ଖାଇଥିବା ଘଟଣା ସାମ୍ନାକୁ ଆସିଥିଲା । ଘଟଣାର ଏକ ସାଂଘାତିକ ଛାତି ଥରା ଭିଡିଓ ବି ଭାଇରାଲ ହୋଇଥିଲା । ଯେଉଁଥିରେ କୁକୁର ମାନେ କୁନି ଛୁଆକୁ ଝୁଣି ଖାଉଥିବା ଦେଖାଯାଇଥିଲା ।

ସେହି ଘଟଣା ସାରା ଦେଶରେ ଆଲୋଡ଼ନ ସୃଷ୍ଟି କରିଥିଲା । ଏହି ଘଟଣା ଲୋକଙ୍କ ମନରୁ ନଲିଭୁଣି ପୁଣି ଏକ ସମାନ ଘଟଣା ସାମ୍ନାକୁ ଆସିଛି । ରାଜସ୍ଥାନ ସିରୋହି ଜିଲ୍ଲାରେ ଥିବା ଏକ ହସ୍ପିଟାଲରୁ ଏମିତି ଏକ ଘଟଣା ସାମ୍ନାକୁ ଆସିଛି । ଏଠାରେ ବୁଲା କୁକୁର ହସ୍ପିଟାଲ ଭିତରେ ପଶି ଗୋଟିଏ ମାସକର ଛୁଆକୁ ନେଇଯାଇଛି । ସିସିଟିଭିରୁ ଏହା ଜଣାପଡ଼ିଛି ।

ଅଧିକ ପଢ଼ନ୍ତୁ: ବୁଲା କୁକୁର ଆକ୍ରମଣରେ କୁନି ଝିଅ ଗୁରୁତର : ଗାଲକୁ କାମୁଡ଼ି ମାଂସ ପୁଳାଏ ନେଇଗଲା

ତେବେ ପୁରା ଘଟଣାଟି ହେଲା, ଛୁଆଟିର ବାପା ଉକ୍ତ ହସ୍ପିଟାଲରେ ଟ୍ୟୁବରକୁଲୋସିସ୍‌ ରୋଗରେ ପୀଡ଼ିତ ଥିବାରୁ TB ୱାର୍ଡରେ ତାଙ୍କୁ ଭର୍ତ୍ତି କରଯାଇଥିଲା । ସେଠାରେ ତାଙ୍କର ଚିକିତ୍ସା ଚାଲିଥିଲା । ତାଙ୍କର ଆଟେଣ୍ଡାଣ୍ଟ ଭାବେ ତାଙ୍କ ପତ୍ନୀ ରହିଥିଲେ । ଆଉ ପତ୍ନୀଙ୍କ ସହ ଦୁଇ କୁନି ଛୁଆ ମଧ୍ୟ ରହିଥିଲେ । ଘଟଣା ଦିନ ସନ୍ଧ୍ୟାରେ ବାପା ମେଡିକାଲ ବେଡ୍‌ରେ ଶୋଇଥିବା ବେଳେ ମାଆ ତଳେ ବସି ଘୁମାଉଥିଲେ । ଆଉ ଦୁଇ ଛୁଆ ମଧ୍ୟ ସେଠାରେ ବସିଥିଲେ । ଏହି ସମୟରେ ଦୁଇଟି ବୁଲା କୁକୁର ମେଡିକାଲ ଭିତରେ ପଶିଲେ ଆଉ ସେଥିରୁ ଗୋଟିଏ କୁକୁର ମାସକର ଛୁଆକୁ ଦାନ୍ତରେ କାମୁଡ଼ି ନେଇ ବାହାରକୁ ଚାଲିଗଲା । ଏହି ପୁରା ଘଟଣା ମେଡିକାଲରେ ଲାଗିଥିବା ବିଭିନ୍ନ ସିସିଟିଭିରେ କଏଦ ହୋଇଛି ।

ଦୁର୍ଭାଗ୍ୟବଶତଃ ଯେଉଁ ସମୟରେ କଅଁଳ ଛୁଆଟିକୁ କୁକୁର ନେଇ ଚାଲିଗଲା, ସେତେବେଳେ ଉକ୍ତ TB ୱାର୍ଡରେ କୌଣସି ସୁରକ୍ଷା କର୍ମୀ ନଥିଲେ । ଏମିତିକି ମେଡିକାଲର କୌଣସି ଷ୍ଟାଫ୍‌ ମଧ୍ୟ ନଥିଲେ । ସେମାନେ ଅନ୍ୟ ୱାର୍ଡରେ ରୋଗୀ ସେବାପାଇଁ ରାଉଣ୍ଡରେ ଯାଇଥିଲେ । ଉକ୍ତ ୱାର୍ଡରେ ଥିବା ଅନ୍ୟ କୌଣସି ରୋଗୀ ମଧ୍ୟ ଛୁଆଟିକୁ କୁକୁର ନେବା କଥା ଜାଣିପାରିନଥିଲେ ।

ମେଡିକାଲ କର୍ତ୍ତୃପକ୍ଷଙ୍କ ନିକଟରେ ଏନେଇ ଅଭିଯୋଗ ହେବା ପରେ ସେ କହିଛନ୍ତି ପୁରା ଘଟଣା ବିଷୟରେ ମୁଁ ଜାଣିନାହିଁ । ଘଟଣାର ତଦନ୍ତ ଚାଲିଛି । ତଦନ୍ତ ସରିବା ପରେ ଯାହା କୁହାଯାଇପାରିବ । ଛୁଆଟିର ପୋଷ୍ଟମର୍ଟମ କରାଯାଇଛି । ରିପୋର୍ଟ ଆସିବା ପରେ ସତ୍ୟାସତ୍ୟ ଜଣାପଡ଼ିବ । ଏହାସହ ଏହି ଘଟଣାରେ ଏକ ପୋଲିସ କେସ୍‌ ମଧ୍ୟ ହୋଇଛି ।

OTV is now on Whatsapp

Join and get latest news update delivered to you via whatsapp

Join Now