• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

କୁନି ଝିଅକୁ ତଳେ ପକାଇ ଝୁଣି ପକାଇଲା ବୁଲା କୁକୁର । ବାରମ୍ବାର କାମୁଡ଼ି ମୁହଁରୁ ମାଂସ ପୁଳାଏ ମଧ୍ୟ ନେଇଗଲା । ଗୁଜରାଟର ସୁରତ ଅନ୍ତର୍ଗତ ହାନସପୁରା ସୋସାଇଟିରେ ଏପରି ବିଚଳିତ କରିବା ପରି ଘଟଣା ଘଟିଛି । ଘର ବାହାରେ ଖେଳୁଥିବା ବେଳେ କୁନି ଝିଅଟି ବୁଲା କୁକୁର ଆକ୍ରମଣର ଶିକାର ହୋଇଛି । ଏବେ କୁନି ଝିଅଟି ହସ୍ପିଟାଲରେ ଚିକିତ୍ସିତ ହେଉଥିବା ବେଳେ ପୂରା ଘଟଣା ସିସିଟିଭିରେ କଏଦ ହୋଇଛି ।

ସିସିଟିଭିରେ କଏଦ୍‌ ହୋଇଥିବା ଦୃଶ୍ୟ ଅନୁଯାୟୀ, ଝିଅଟି ଘର ବାହାରେ ଖେଳୁଥିବା ବେଳେ ବୁଲା କୁକରଟି ତା’କୁ ପଛପଟୁ ଆକ୍ରମଣ କରିଥିଲା । କୁକୁରର ଅତର୍କିତ ଆକ୍ରମଣରେ ଝିଅଟି ତଳେ ପଡ଼ି ଯାଇଥିଲା । ଆଉ ତା’ପରେ କୁକୁରଟି ଝିଅଟିର ମୁହଁକୁ କାମୁଡ଼ି ରକ୍ତାକ୍ତ କରି ପକାଇଥିଲା । ଏପଟେ କୁକୁର କାମୁଡ଼ିବା ପରେ ଝିଅଟି ବିକଳରେ କାନ୍ଦିବା ସହ ପାଟି କରିଥିଲା । ଏହା ଶୁଣି ସେଠାରେ ତା’ର ମା’ ହାଜର ହୋଇଯାଇଥିଲେ ।

ଅଧିକ ପଢ଼ନ୍ତୁ: ବୁଲା କୁକୁରଙ୍କ ସଂଖ୍ୟାରେ ଓଡ଼ିଶା ଦ୍ୱିତୀୟ, ୟୁପି ପ୍ରଥମ

 ସେ ଝିଅକୁ କୁକୁର ଉଦ୍ଧାର କରି ନେଇ ଯାଉଥିବା ବେଳେ ତାଙ୍କୁ ମଧ୍ୟ ପଛପଟୁ କାମୁଡ଼ି ଦେଇଛି ବୁଲା କୁକୁର । ତଥାପି  କୁକୁର ମୁହଁରୁ କୌଣସି ମତେ ଝିଅକୁ ସେ ରକ୍ଷା କରିଛନ୍ତି ।

ପିଲାଟି ଏବେ ସ୍ଥାନୀୟ ହସ୍ପିଟାଲରେ ଚିକିତ୍ସିତ ହେଉଛି ଓ ତା’ ଅବସ୍ଥା ଗୁରୁତର ଥିବା ଜଣାପଡ଼ିଛି । କୁକୁରଟି ଅତ୍ୟନ୍ତ ଭୟଙ୍କର ଭାବରେ ଝିଅକୁ କାମୁଡ଼ିଛି ବୋଲି ଡାକ୍ତର କହିଛନ୍ତି । ଏବେ ଝିଅଟିର ମୁହଁରେ ଏକାଧିକ ଷ୍ଟିଚ୍‌ ପଡ଼ିଛି । ଝିଅଟିର ଗାଲରୁ କୁକୁର ପୁଳାଏ ମାଂସ ଭିଡ଼ି ନେଇଥିବା ଡାକ୍ତର ସୂଚନା ଦେଇଛନ୍ତି।