• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

‘ଏଇ ପଥର, ଖାଲି ଆଖିକୁ ଏଇ ପଥର ଅତି ସାଧାରଣ ଦେଖାଯାଉଥିଲେ ମଧ୍ୟ ଏଥିରେ ରହିଛି ଅନେକ ମହାତ୍ମ୍ୟ । ସ୍ୱୟଂ ପ୍ରଭୁ ଶ୍ରୀରାମଚନନ୍ଦ୍ର ଏହି ପଥର ବ୍ୟବହାର କରି ସେତୁବନ୍ଧ ବାନ୍ଧିଥିଲେ । ଏହି ପଥର ଆସିବାରୁ ଆମ ଗାଁରେ ଏବେ ଆଧ୍ୟାତ୍ମିକ ପରିବେଶ । ସମ୍ପୂର୍ଣ୍ଣ ଗାଁ ଏବେ ରାମ ନାମ ଜପୁଛି ।’

ଦର୍ଶକ ବନ୍ଧୁ, ଆପଣ ଆମ କଥା ଶୁଣି ଟିକେ ଦ୍ୱନ୍ଦ୍ୱରେ ପଡ଼ୁଥିବେ । ହେଲେ ଏକଥା ଆମେ କହୁନାହୁଁ । ଏକଥା କହୁଛନ୍ତି ଏଇ ଗାଁ ଲୋକେ । କେନାଲରେ ପଥରଟି ଭାସି ଭାସି ଆସୁଥିଲା । ଗାଁ ଲୋକ ଦେଖି ପ୍ରଥମେ ବିଶ୍ୱାସ କରିପାରିଲେ ନାହିଁ । ତାପରେ କେନାଲରେ ପଶି ପଥରକୁ ବାହାରକୁ ଆଣିଲେ । ତାପରେ ଦେଖିଲେ ସତରେ ଏଇ ପଥରଟି ଭାସୁଛି । ତାପରେ ଆରମ୍ଭ ହେଲା ପୁଜାର୍ଚ୍ଚନା ।

କଟକ ଜିଲ୍ଲା କିଶନନଗରଠାରେ ଏଭଳି ଏକ ଘଟଣା ଦେଖିବାକୁ ମିଳିଛି । ଏହାକୁ କେହି କେହି ରାମ ପଥର କହୁଥିବା ବେଳେ କେହିକେହି ଏହାକୁ ଅଲୌକିକ ପଥର କହି ପୂଜାର୍ଚ୍ଚନା କରୁଛନ୍ତି । ଏହି ପଥରକୁ ଦେଖିବା ପାଇଁ ଲୋକଙ୍କ ଭିଡ଼ ଜମୁଛି । ଅନ୍ୟପଟେ ଭଗବାନ ଶ୍ରୀରାମଙ୍କ କୃପାରୁ ରାମ ପଥର ମହାନଦୀ ଦେଇ ଭାସି ଆସି ଗାଁରେ ପହଞ୍ଚିଛି ବୋଲି ଅନେକ କହୁଛନ୍ତି ।

ପ୍ରକୃତରେ ଏହା କି ପଥର ତାହା ଏଯାଏ ସ୍ପଷ୍ଟ ହୋଇନାହିଁ । ତଥାପି ସାଧାରାଣ ଲୋକଙ୍କ ଶ୍ରଦ୍ଧା ଓ ଭକ୍ତି ଏହାକୁ ଏବେ ରାମ ପଥରର ନାମ ଦେଇଛି ।

  • Reported by:
  • Manoj Acharya