/odishatv-khabar/media/post_attachments/uploadimage/library/16_9/16_9_0/Balasore_1708613805.jpg)
Balasore
ମୁଖ୍ୟମନ୍ତ୍ରୀ କର୍ମ ତତ୍ପର ଅଭିଯାନ ବା ମୁକ୍ତା ଯୋଜନାରେ ବାଲେଶ୍ୱର ସହରର ସବୁ ଛକରେ ନିର୍ମାଣ ହୋଇଥିଲା ସୁଲଭ ଶୌଚାଳୟ। ଗୋଟିଏ ଗୋଟିଏ ପାଇଖାନା ପାଇଁ ଅଢେଇ ଲକ୍ଷ ଟଙ୍କାରୁ ଆରମ୍ଭ କରି ୫ ଲକ୍ଷ ଯାଏ ଖର୍ଚ୍ଚ ହୋଇଥିଲା । ହେଲେ ଦୀର୍ଘଦିନ ବିତି ଯାଇଥିଲେ ବି
କାର୍ଯ୍ୟକାରୀ ହୋଇପାରିନି କୌଣସି ଶୌଚାଳୟ ।
ମୁକ୍ତା ଯୋଜନାରେ ବାଲେଶ୍ୱର ସହରର ପ୍ରତ୍ୟେକ ଛକରେ ନିର୍ମାଣ ହୋଇଥିଲା ଉଭୟ ପୁରୁଷ ଓ ମହିଳା ଶୌଚାଳୟ । ଲକ୍ଷ୍ୟ ଥିଲା ସହରକୁ ସ୍ୱଚ୍ଛ ରଖିବାରେ ଶୌଚାଳୟ ସହାୟକ ହେବ । ହେଲେ ଲକ୍ଷାଧିକ ଟଙ୍କା ବ୍ୟୟରେ ନିର୍ମିତ ଶୌଚାଳୟ ଗୁଡିକ ଏବେ ଯାଏ ହୋଇପାରିଲାନି କାର୍ଯ୍ୟକ୍ଷମ । ଶୌଚାଳୟରେ ତାଲା ଝୁଲୁଥିବାରୁ ବାହାରେ ଶୌଚ କରୁଛନ୍ତି ଲୋକ । କିଛି ଶୌଚାଳୟ ଯଦିଓ ଖୋଲା ଅଛି ମାତ୍ର, ପାଣି ବ୍ୟବସ୍ଥା ନଥିବାରୁ ବାହାରୁ ପାଣି ଆଣି ବ୍ୟବହାର କରୁଛନ୍ତି ଲୋକେ। ଏଭଳି ଦୟନୀୟ ସ୍ଥିତି ପାଇଁ କ୍ଷୋଭ ପ୍ରକାଶ କରିଛନ୍ତି ସହରବାସୀ ।
ଶୌଚାଳୟ ସମସ୍ୟାକୁ ବାଲେଶ୍ୱର ବିଧାୟକ ସ୍ୱୀକାର କରିବା ସହ କହିଛନ୍ତି, ଖୁବଶୀଘ୍ର ସବୁ ସମସ୍ୟାର ସମାଧାନ କରି ଶୌଚାଳୟ ଖୋଲାଯିବ। ବାଲେଶ୍ୱର ସହରରେ କେବେ ଶୌଚାଳୟ ଖୋଲିବ, କେବେ ଲୋକେ ସୁବିଧା ପାଇବେ ଦେଖିବାକୁ ବାକି ରହିଲା ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)