• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ପତ୍ର ଶୂନ୍ୟ କଳ୍ପବଟ, ନେମାଳ ବଟରୁ ଝଡି ଯାଉଛି ବଟ ପତ୍ର । କିଛିଦିନ ପୂର୍ବରୁ ଏପରି ଖବର ଆସିଥିଲା ।  ଆଉ ଏହା ଶୁଣି ସମଗ୍ର ରାଜ୍ୟ ତଥା ଦେଶରେ ଭକ୍ତମାନଙ୍କ ମନରେ ଗଭୀର ରେଖାପାତ କରିଥିଲା । ପତ୍ର ଝଡା ଦେବା ପରେ ପୂରା ଲଣ୍ଡା ହୋଇଯାଇଥିଲା ଗଛ । ଆଉ ଲୋକମାନେ କହିଥିଲେ ଏହା ଅଶୁଭ ସଙ୍କେତ । ଏମିତିକି ସ୍ଥାନୀୟ ଲୋକଙ୍କ ମଧ୍ୟରେ ବଢିଥିଲା ପ୍ରବଳ ଅସନ୍ତୋଷ । କିନ୍ତୁ ଉଦ୍ୟାନ ବିଭାଗ ପକ୍ଷରୁ ସ୍ପଷ୍ଟ କରାଯାଇଥିଲା, କିଛି ଦିନ ପରେ ନିଶ୍ଚୟ ପତ୍ର କଅଁଳିବ । ଆଉ ତାହାହିଁ ସତ ହେଲା । ପୁଣି ଥରେ ମହାକଳ୍ପବଟରେ ପତ୍ର କଅଁଳିଛି ।  ସବୁଜିମା ଫେରିଛି। ପୁଣି ଥରେ ଭକ୍ତମାନଙ୍କ ଭିଡ଼ ଦେଖୁବାକୁ ମିଳିଛି । ଆଉ ଭକ୍ତମାନେ ବି ମହାପୁରୁଷଙ୍କ ଦର୍ଶନ କରିବା ସହ ବଟ ବୃକ୍ଷମାନଙ୍କରେ ପତ୍ର କଅଁଳିବା ଦେଖି ବେଶ ଖୁସି ଅଛନ୍ତି ।

 ନେମାଳ ବଟରୁ ପତ୍ର ଝଡିବା ପରେ ପୂରା ରାଜ୍ୟରେ ଖେଳିଯାଇଥିଲା ଆତଙ୍କ । ହଠାତ ପୀଠ ପତ୍ରଶୂନ୍ୟ ହୋଇ ସବୁଜିମା ହରାଇବା ସମସ୍ତଙ୍କ ମନକୁ ଅଜଣା ଆଶଙ୍କା ଆଡ଼କୁ ନେଇଯାଇଥଲା । ଆଉ ଭକ୍ତଙ୍କ ମନରେ ଆସିଥିଲା ଅନେକ ପ୍ରକାର ନକରାତ୍ମକ ଚିନ୍ତାଧାରା । କେହି କେହି ଏହାକୁ ଅଶୁଭ ବୋଲି କହିଥିଲେ। କିନ୍ତୁ ଏହାକୁ ଗ୍ରହଣ କରିନଥିଲା ଉଦ୍ୟାନ ବିଭାଗ। ହେଲେ ଏବେ ପୀଠର ସବୁ ଆଡେ ପୁଣି ସବୁଜିମା ଫେରିଛି । ନୂଆ ପତ୍ର କଅଁଳିବା ସହ ପୁଣି ନୂଆ ପୁଲକ ଫେରିଛି ।  ମହାପ୍ରଭୁଙ୍କ ଇଏ କେ ଳ ଲୀଳା ମାତ୍ର ବୋଲି ଲୋକେ କହୁଛନ୍ତି ।

ଅଧିକ ପଢ଼ନ୍ତୁ: ଅଚାନକ ପତ୍ରଶୂନ୍ୟ ହୋଇଗଲା ଅଚ୍ୟୁତାନନ୍ଦଙ୍କ ଗାଦି ସମ୍ମୁଖ ମହାକଳ୍ପବଟ

ଜଣେ ଭକ୍ତ କହିଛନ୍ତି, ମହାଶକ୍ତିରେ ଯେତେବେଳେ କୌଣସି ବିଭ୍ରାଟ ସୃଷ୍ଟିହୁଏ, ସେତେବେଳେ ପ୍ରଥମେ ଗଛଲତାରେ ପରିଲକ୍ଷିତ ହୁଏ । ହେଲେ ଆଜି ମନକୁ ଶାନ୍ତି ମିଳିଛି । ଲୋକଙ୍କ ଆସ୍ଥା, ବିଶ୍ୱାସରେ ପୁନର୍ବାର କଳ୍ପବଟରେ ନୂଆ ପତ୍ର କଅଁଳିଛି । ସେହିପରି ଆଉ ଜଣେ ମହିଳା ଭକ୍ତ ମଧ୍ୟ କଳ୍ପବଟରେ ପତ୍ର କଅଁଳିବା ପରେ ଖୁସି ବ୍ୟକ୍ତ କରିଛନ୍ତି । ପତ୍ର ଝଡ଼ିଯିବା ପରେ ମନରେ ଗଭୀର ଆଘାତ ଲାଗିଥିଲା । ଏବେ ନୂଆ ଜୀବନ ପାଇଲା ପରି ଲାଗୁଛି । ପୂର୍ବରୁ ଜମା ଏପରି କିଛି ହୋଇନଥିଲା, ଏବେ ନୂଆ ଦୃଶ୍ୟ ଦେଖିବା ପାଇଁ ମିଳୁଛି ।

ଅନ୍ୟପଟେ ଏଥିରେ ଭୟଭୀତ ହେବାର କାରଣ ନାହିଁ ବୋଲି କହିଛନ୍ତି ପୂଜକ ।  ପତ୍ର ଝଡ଼ିଯିବା ପରେ ମହାପ୍ରଭୁଙ୍କ ଲକ୍ଷ ଲକ୍ଷ ଭକ୍ତ ଆଶା ରଖିଥିଲେ, ନିଶ୍ଚୟ ପୁଣି ସବୁଜିମାରେ ଭରିଯିବ କଳ୍ପବଟ ।  ପ୍ରାକୃତିକ ବିପର୍ଯ୍ୟୟ ଏମିତି ଆସିବ ଆଉ ଚାଲିଯିବ। ଏବେ ଭକ୍ତମାନେ ପୁଣି ଭଗବାନଙ୍କ ପାଦପଦ୍ମକୁ ଟାଣି ହୋଇ ଆସୁଛନ୍ତି । ତେବେ ମହାପୁରୁଷଙ୍କ ଏହି କ୍ଷେତ୍ରର କୌଣସି କ୍ଷତି ହେବ ନାହିଁ ବୋଲି ବିଶ୍ୱାସ ଥିବା ସେ କହିଛନ୍ତି ।

ଗୁରୁତ୍ୱପୂର୍ଣ୍ଣ କଥା ହେଲା କିଛିଦିନ ପୂର୍ବରୁ ଗଛରୁ ପତ୍ର ଝଡିବାର ଖବର ମାତ୍ର କେହି ମୁହୂର୍ତ୍ତରେ ପୂରା ରାଜ୍ୟରେ ବ୍ୟାପିଯାଇଥିଲା । ଏବଂ ଭକ୍ତଙ୍କ ଭାବାବେଗକୁ ପ୍ରଭାବିତ କରିଥିଲା । କିନ୍ତୁ ଏବେ ସମୟ ବଦଳିଛି। ଆଉ ଗଛରେ ପୁଣି ଥରେ ପତ୍ର କଅଁଳିଛି। ଆଉ ପତ୍ର କଅଁଳିବା ପରେ ପୂରା ଅଂଚଳରେ ଏହାକୁ ନେଇ ଚାଲିଛି ଚର୍ଚ୍ଚା ।

ସାଲେପୁରରୁ ମନୋଜ ଆଚାର୍ଯ୍ୟଙ୍କ ରିପୋର୍ଟ