• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ବାଜା ବାଜୁଛି, ଗୀତ ବାଜୁଛି । ୭ରୁ ୭୦ ବର୍ଷର ବ୍ୟକ୍ତି ସମସ୍ତେ ସାଙ୍ଗ ହୋଇଛନ୍ତି ଆଉ ପାହାଡ ଚଢୁଛନ୍ତି । କିଏ ଆଗେ ଯିବ, କିଏ ଶୀଘ୍ର ଶୀଘ୍ର ଚଢିବ ସେଇଥିପାଇଁ ପ୍ରତିଯୋଗୀତା ବି ହେଉଛି । କଥା ଆଶ୍ଚର୍ଯ୍ୟ ଲାଗିଲେ ବି ପୂରା ସତ । ୭ଶହ ମିଟର ପାହାଡ ଚଢ଼ି ଓହ୍ଲାଇଲେ କୁନି କୁନି ପିଲାଙ୍କଠୁ ବୟସ୍କ । ଜଣେ କି ଦୁଇଜଣ ନୁହେଁ ବରଂ ୧୫୦ରୁ ଉର୍ଦ୍ଧ୍ୱ ସଦସ୍ୟ ।

ଡଙ୍ଗରିଆ ମାଉଣ୍ଟେନ ଆସେଣ୍ଡରସ ନାମକ ଏକ ଗ୍ରୁପ ଜୟପୁର ବ୍ଲକ ଜଗିପୁଟ ପାହାଡ଼ରେ ଥିବା ମାଆ ବନଦୂର୍ଗାଙ୍କ ମନ୍ଦିର ନିକଟକୁ ୬ ଘଣ୍ଟାର ପରିଶ୍ରମ କରି ପାହା଼ଡ ଶିଖରରେ ଚଢ଼ି ପୁଣି ଥରେ ଓହ୍ଲାଇଥିଲେ । ଯାହାକୁ ନେଇ ଏବେ ସବୁଠି ଚର୍ଚ୍ଚା । ସକାଳୁ ସକାଳୁ କୁନି କୁନି ପିଲାଙ୍କ ଠାରୁ ଆରମ୍ଭ କରି ବୟସ୍କ ସମସ୍ତେ ଏକଜୁଟ ହୋଇଥିଲେ । ଖାଲି ଏକାଠି ହୋଇଥିଲେ ତାହା ନୁହେଁ ବରଂ ବାଜା ଓ ବାଣର ତାଳେ ତାଳେ ବାହାରିଥିଲେ ମାଉଣ୍ଟେନ ଟ୍ରାକିଂରେ । ଏମାନଙ୍କର ଗୋଟିଏ ଉଦ୍ଦେଶ୍ୟ ଥିଲା ଯୁବବର୍ଗ ଯେପରି ପଥବ୍ରଷ୍ଟ ହେଉଛନ୍ତି ସେଥିରୁ ମୁକ୍ତି ହେବା ସହ ଯୁବକମାନଙ୍କ ମନବଳକୁ ସୁଦୃଢ କରିବା ।

ବର୍ତ୍ତମାନ ସମୟରେ ଯୁବବର୍ଗ ପଥବ୍ରଷ୍ଟ ହେବା ସହ ମୋବାଇଲ, ଇଣ୍ଟରନେଟକୁ ବେଶ ଅଧିକ ସମୟ ଦେଉଛନ୍ତି । କେବଳ ସମୟ ଦେଉଛନ୍ତି ତାହା ନୁହେଁ ବରଂ ବିକୃତ ମାନସିକତା ତଥା ଅସାମାଜିକ କାଣ୍ଡ ଘଟାଇବାର ଘଟଣା ବି ସାମ୍ନାକୁ ଆସୁଛି । କୋରାରପୁଟ ଭଳି ପ୍ରାକୃତିକ ପରିବେଶରେ ଢାଙ୍କି ହୋଇଥିବା ଜିଲ୍ଲାର ସମ୍ଭାର କେମିତି ରାଜ୍ୟ ଓ ଦେଶରେ ପ୍ରଚାର ହେବ ସେନେଇ ଆୟୋଜନ କରାଯାଇଥିଲା ଏହି ରାଲି ।

ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା, ୭ଶହ ମିଟର ପାହାଡ଼ ଉଚ୍ଚ ଅର୍ଥାତ୍‌ ୪ କିମି ବଣ ଜଙ୍ଗଲ ଘେରା ଖାଲ ଖମା ପଥର ଦେଇ ୬ ଘଣ୍ଟାରେ ଚଢ଼ି ପୁଣି ଥରେ ଓହ୍ଲାଇଥିଲେ ପିଲାଠୁ ବୁଢା । ଯାହାର ଦୃଶ୍ୟ ବେଶ୍‌ ମନୋରମ ଥିଲା । କୋରାପୁଟ ଜିଲ୍ଲାକୁ ପ୍ରକୃତିର ଭୁସ୍ୱର୍ଗ ବୋଲି ପରିଚିତ କରାଇବା ସହ ଯୁବବର୍ଗଙ୍କୁ ସଚେତନତା ପାଇଁ ନିଆରା ଢଙ୍ଗରେ ଡଙ୍ଗରିଆ ମାଉଣ୍ଟେନ୍‌ ଆସେଣ୍ଡରସ ଗ୍ରୁପ ଏମିତି କରିଥିଲା ପ୍ରୟାସ ।

 

(ରିପୋର୍ଟ- ଟି.ଗୌରୀଶଙ୍କର, ଜୟପୁର)