Snake Island: ଏଠି ପକ୍ଷୀ ବି ଉଡ଼ିବାକୁ ଡରନ୍ତି, ମଣିଷଙ୍କ ଯିବା ଉପରେ କଟକଣା

ଶିକାରୀ ଏଠିକି ଲୁଚି ଛପିକି ଆସିଥାନ୍ତି ସାପ ଶିକାର କରିବାକୁ । କାରଣ ବିଷଧର ସାପଙ୍କ ଡିମାଣ୍ଡ ରହିଛି ଅବୈଧ ବଜାରରେ । ତେବେ ଜାଣିଲେ ଆଶ୍ଚର୍ଯ୍ୟ ହେବେ ଏଠି କେବେ ମଣିଷ ଥିଲେ ।

Snake Island

ପୃଥିବୀରେ ଏଭଳି ଏକ ଜାଗା ଅଛି ଯେଉଁଠି ସାପଙ୍କ ରାଜୁତି ଚାଲେ । ଏଠି ପ୍ରତି ଏକ ବର୍ଗ ମିଟର ଅଞ୍ଚଳରେ ମିଳିବେ ୫ଟି ନାଗ ସାପ । ବ୍ରାଜିଲର ସମୁଦ୍ର ତଟରୁ କିଛି ଦୂରତାରେ ରହିଛି ସ୍ନେକ୍ ଆଇଲାଣ୍ଡ । ଏଠି ଯୁଆଡେ ଚାହିଁବେ କେବଳ ସାପ ହିଁ ସାପ ଦେଖିବେ । ଡର ବି ଲାଗିବ । ଏତେ ସଂଖ୍ୟାରେ ସାପ ଦେଖି ହୃଦଘାତ ବି ହେ।ଇପାରେ । ଏଠି ୪ହଜାରରୁ ଅଧିକ ସାପ ଅଛନ୍ତି । 

ଦୁନିଆର ସବୁଠୁ ବିଷଧର ସାପ ଏହି ଆଇଲାଣ୍ଡରେ ଅଛନ୍ତି। ଏହା ପୃଥିବୀର ଏକମାତ୍ର ଜାଗା ଯେଉଁଠି ଆପଣଙ୍କୁ ଗେ।ଲଡେନ ଲାନସେଡ ସାପ ମିଳିବେ । ଏହି ସାପ ଖୁବ ବିଷଧର ଓ ଘାତକ । ସେଥିପାଇଁ ଏହି ଦ୍ବୀପକୁ ଲେ।କଙ୍କ ଯିବା ଉପରେ କଟକଣା ଲଗାଯାଇଛି ।

ଅଧିକ ପଢ଼ନ୍ତୁ: ସାପକୁ କିସ୍ କରିବା ପଡିଲା ମହଙ୍ଗା, ଆଇସିୟୁରେ ଭର୍ତ୍ତି 

ଏହି ସାପ ଗୁଡିକର ଲମ୍ବ ୨୦ ଇଞ୍ଚରୁ ଅଧିକ ହେ।ଇଥାଏ । ଏମାନେ ପକ୍ଷୀ ଶିକାର କରିଥାନ୍ତି । ସାପର ବିଷ ଏଭଳି ଗେ।ଟିଏ ଚେ।ଟରେ ପକ୍ଷୀର ମୃତ୍ୟୁ ହେ।ଇଥାଏ । ସ୍ନେକ ଆଇଲାଣ୍ଡରେ ବିଷଧର ସାପ ଏତେ ଅଛନ୍ତି ଯେ ପକ୍ଷୀ ବି ଏଠିକି ଆସିବାକୁ ଡରନ୍ତି । କିନ୍ତୁ ଗେ।ଟିଏ ଜାଗାରୁ ଅନ୍ୟ ଜାଗାକୁ ଉଡିକି ଯିବା ସମୟରେ ଏହି ଜାଗାରେ ପକ୍ଷୀଙ୍କୁ ବିଶ୍ରାମ ନେବାକୁ ପଡିଥ।ଏ । ଫଳରେ ସାପ ମାନଙ୍କର ଭେ।ଜନ ବ୍ୟବସ୍ଥା ଆପେ ଆପେ ହେ।ଇଯାଇଥାଏ ।

ଜାଣିଲେ ଆଶ୍ଚର୍ଯ୍ୟ ହେବେ ଗେ।ଲଡେନ ଲାନସେଡ ସାପଙ୍କୁ ବି ଏଠି ବିପଦ ରହିଛି । କାରଣ ଏମାନଙ୍କ ବିଷ ସବୁଠୁ ଘାତକ । ସେଥିପାଇଁ ଲେ।କଙ୍କର ଏହି ସାପ ଉପରେ ଜାଣିବାକୁ ରୁଚି ରହିଛି । ଏହା ସହ ଶିକାରୀ ମାନଙ୍କ ଟାର୍ଗେଟରେ ବି ଏହି ସାପ ରହିଛନ୍ତି । ଶିକାରୀ ମାନେ ଏହି ସାପକୁ ଧରି ଅବୈଧ ବଜାରରେ ବିକିଥାନ୍ତି ।

ଏହି ଆଇଲାଣ୍ଡରେ ଏକ ଲାଇଟ ହାଉସ ରହିଛି । କେବେ ଏଠାରେ ଲେ।କ ବି ରହୁଥିଲେ ତାର ପ୍ରମାଣ ଦିଏ ଏହି ଲାଇଟ ହାଉସ । ୧୯୯୦ରୁ ୧୯୨୦ ଭିତରେ ସ୍ନେକ ଆଇଲାଣ୍ଡରେ ଲାଇଟ ହାଉସକିପର ଓ ତାର ପରିବାର ରହୁଥିଲେ । କୁହାଯାଏ ଏହି ପରିବାର ସାପଙ୍କ ପାଇଁ ଶେଷ ହେ।ଇଗଲା ।

ଏଠି ଏମିତି ବିଷଧର ସାପ ଅଛନ୍ତି ଯେଉଁମାନେ କାମୁଡିଲେ ମଣିଷର ଜୀବନ କିଛି ସେକେଣ୍ଡରେ ଚାଲିଯିବ । ସେଥିପାଇଁ ଏହି ଦ୍ବୀପକୁ ବୁଲିବା ପାଇଁ ଯିବା ଅପେକ୍ଷା ଏହା ବିଷୟରେ ପଢିଲେ ଭଲ ।

ଏହି ଦ୍ବୀପଟି ପୂର୍ବରୁ ଆମାଜନ ଜଙ୍ଗଲ ସହ ଯେ।ଡି ହେ।ଇଥିଲା । ପ୍ରାୟ ୧୧ହଜାର ବର୍ଷ ପୂର୍ବେ ଏହା ମୂଳ ଭୂମିରୁ ଅଲଗା ହେ।ଇଥିଲା । ଅଲଗା ହେବା ସମୟରେ ହିଁ ଆମାଜନ ଜଙ୍ଗଲର ସାପ ଏହିଠାରେ ରହିଯାଇଛନ୍ତି । ଆଉ ଧିରେ ଧିରେ ବଂଶ ବିସ୍ତାର କରିଛନ୍ତି ।

ଏହି ଦ୍ବୀପର ପ୍ରକୃତ ନାଁ ଇଲହା କ୍ୟୁଇମାଡା ଗ୍ରାନଡେ । ସ୍ନେକ ଆଇଲାଣ୍ଡ ସାଓ ପାଓଲେ।ଠୁ କେବଳ ୯୦ମାଇଲ ଦୂରରେ ଅବସ୍ଥିତ । ଏହି ଆଇଲାଣ୍ଡକୁ କାହାକୁ ଯିବାକୁ ଅନୁମତି ମିଳିବ ତାହା ସ୍ଥିର କରିଥାଏ ବ୍ରାଜିଲର ନୌସେନା । କିଛି ବୈଜ୍ଞାନିକ ଓ ନୌସେନା ଅଧିକାରୀ ହିଁ ଦ୍ବୀପକୁ ଯାଇପାରନ୍ତି ।

ଅଧିକ ପଢ଼ନ୍ତୁ: ପ୍ରକୃତି ବଡ ବିଚିତ୍ର… ଏଠାରେ ହେଉଛି ରକ୍ତ ବର୍ଷା… ଯିଏ ଦେଖୁଛି ସିଏ ଆଶ୍ଚର୍ଯ୍ୟ