• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

କୁନି କୁନି ପିଲା ଦେଉଛନ୍ତି ସଡ଼କ ସୁରକ୍ଷାର ବାର୍ତ୍ତା । ଦିନକୁ ଦିନ ସଡ଼କ ଦୁର୍ଘଟଣାର ସଂଖ୍ୟା ବୃଦ୍ଧି ପାଉଥିବା ବେଳେ ଏହାକୁ କିପରି ରୋକାଯାଇ ପାରିବ ସେନେଇ ଅନେକ ଗବେଷଣା କରାଯାଉଛି । ହେଲେ ଏହାରି ଭିତରେ ସମସ୍ତଙ୍କ ମନରେ କେବଳ ଗୋଟିଏ କଥା ଆସୁଛି, ଯେତେବେଳେ ସାଧାରଣ ଲୋକଙ୍କ ମଧ୍ୟରେ ସଚେତନତା ବୃଦ୍ଧି ପାଇବ ବା ଲୋକେ ନିଜେ ସଚେତନ ହେବେ, ସେତେବେଳେ ଯାଇ ଦୁର୍ଘଟଣା ହ୍ରାସ ପାଇବ ।

ତେବେ ଠିକ ଏହି କଥାକୁ ପାଥେୟ କରି ଆଜି କେନ୍ଦ୍ରୀୟ ବିଦ୍ୟାଳୟର କୁନି କୁନି ପିଲାମାନେ, ଲୋକଙ୍କୁ ସଚେତନ କରିବା ପାଇଁ ବାହାରି ପଡ଼ିଛନ୍ତି । ରାସ୍ତାକଡ଼ରେ ନାଚ ଗୀତ ଓ ନଟକ ମଧ୍ୟମରେ ଲୋକଙ୍କୁ ସଚେତନ କରିବାକୁ ଚେଷ୍ଟା କରିଛନ୍ତି । 

୩୧ ଜାନୁଆରୀ ୨୦୨୪, ଭୁବନେଶ୍ୱର ସ୍ଥିତ କେନ୍ଦ୍ରୀୟ ବିଦ୍ୟାଳୟ ନଂ-୩, ଇଣ୍ଟିଗ୍ରୀଟି କ୍ଲବ ତରଫରୁ ଗୁରୁ କେଳୁ ଚରଣ ପାର୍କ ଏବଂ ରେଲୱେ ମାର୍କେଟ ନିକଟରେ ସଡ଼କ ସୁରକ୍ଷା ଉପରେ ଜନସଚେତନତା ଆଣିବା ପାଇଁ ଏକ ନାଟକ ପରିବେଷଣ କରାଯାଇଥିଲା । ଏଥିରେ ବିଦ୍ୟାଳୟର ଉପ ପ୍ରଚାର୍ଯ୍ୟ ସରୋଜ କୁମାର ଦାଶ, ଶିକ୍ଷକ ସୁଭାଷ ଚନ୍ଦ୍ର ବେହେରା, ପ୍ରଣତୀ ନନ୍ଦ ଏବଂ ସଞ୍ଜୟ କୁମାର ପରିଡା ସହଯୋଗ ଦେଇଥିଲେ ।