• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Manoranjan Behera

ଭାଇ ଭଉଣୀର ବନ୍ଧନ ହେଉ ବା ସ୍ୱାମୀ ସ୍ତ୍ରୀର ସମ୍ପର୍କ, ଉଭୟକୁ ପବିତ୍ର ବନ୍ଧନ କୁହାଯାଏ । ଯଦି ଭାଇ-ଭଉଣୀ ସମ୍ପର୍କଟି ସ୍ୱାମୀ-ସ୍ତ୍ରୀ ସମ୍ପର୍କ ପାଲଟିଯାଏ, ତେବେ ଏହା ଭାରତୀୟ ସଂସ୍କୃତିରେ ବେଆଇନ୍‌ ବୋଲି କୁହାଯାଏ । ଏହାକୁ ସମାଜ ମଧ୍ୟ ଘୃଣା ନଜରରେ ଦେଖିଥାଏ । କିନ୍ତୁ ଯଦି ଏହା ଅଜାଣତରେ ହୋଇଥାଏ । ତେବେ ଏଭଳି ଏକ ଘଟଣା ବାସ୍ତବରେ ଘଟିଛି ।

ଯେତେବେଳେ ଜଣେ ବ୍ୟକ୍ତି ଜାଣିବାକୁ ପାଇଲେ ଯେ ତାଙ୍କର ପତ୍ନୀ ଏବଂ ତାଙ୍କ ସନ୍ତାନମାନଙ୍କର ମା’ ପ୍ରକୃତରେ ତାଙ୍କ ନିଜ ରକ୍ତର ଭଉଣୀ ବୋଲି । ଏହାପରେ ତାଙ୍କ ବୈବାହିକ ଜୀବନ ସମ୍ପୂର୍ଣ୍ଣ ଓଲଟପାଲଟ ହୋଇଯାଇଥିଲା । ବ୍ୟକ୍ତି ଜଣକ ଦାବି କରିଛନ୍ତି ଯେ, ପିଲା ବେଳେ ତାଙ୍କ ସମ୍ପର୍କୀୟ ତାଙ୍କୁ ପୋଷ୍ୟ ସନ୍ତାନ ଭାବେ ଗ୍ରହଣ କରିଥିଲେ । ସେଥିପାଇଁ ତାଙ୍କୁ ନିଜ ଅସଲ ପିତାମାତାଙ୍କ ବିଷୟରେ କୌଣସି ଜ୍ଞାନ ନଥିଲା । ତେଣୁ ସେ ନିଜ ଭାଇ କିମ୍ବା ଭଉଣୀ ବିଷୟରେ ଜାଣିନଥିଲେ।

ଅଧିକ ପଢ଼ନ୍ତୁ: ଏ କେମିତିକା ପରମ୍ପରା... ବାପା ହୁଏ ଝିଅର ସ୍ୱାମୀ !

ବାସ୍ତବରେ ବ୍ୟକ୍ତି ଜଣକ ସ୍ତ୍ରୀକୁ କିଡନୀ ଦାନ କରିବା ପାଇଁ ପରୀକ୍ଷା କରିବା ବେଳେ ସତ ଜାଣିପାରିଥିଲେ । ସେ କହିଛନ୍ତି ଯେ, ତାଙ୍କ ପୁଅ ଜନ୍ମ ହେବା ପରେ ତାଙ୍କ ସ୍ତ୍ରୀର ସ୍ୱାସ୍ଥ୍ୟାବସ୍ଥା ବିଗିଡ଼ି ଯାଇଥିଲା । ପରୀକ୍ଷା ନିରୀକ୍ଷା କରିବା ପରେ ଜାଣିବାକୁ ପାଇଥିଲେ ଯେ, ତାଙ୍କ କିଡନୀ ଖରାପ ହୋଇଯାଇଛି ଏବଂ କିଡନୀ ପ୍ରତିରୋପଣ ନିହାତି ଆବଶ୍ୟକ । ବହୁତ ଖୋଜାଖୋଜି ପରେ ବି ତାଙ୍କର କୌଣସି ସମ୍ପର୍କୀୟଙ୍କ ମଧ୍ୟରୁ ଡୋନର୍‌ ମିଳିଲେ ନାହିଁ ।

ଶେଷରେ ତାଙ୍କ ଡିଏନ୍‌ଏ ମ୍ୟାଚ୍‌ କରିଥିଲା । ଏହାପରେ ସେ କିଡନୀ ଦାନ କରିବା ପାଇଁ ରାଜି ହୋଇଥିଲେ । ଅଧିକ ପରୀକ୍ଷା ନିରୀକ୍ଷା କରିବା ପରେ ଡାକ୍ତର ମଧ୍ୟ ଆଶ୍ଚର୍ଯ୍ୟ ହୋଇଯାଇଥିଲେ ଯେ, ସ୍ୱାମୀ ଓ ସ୍ତ୍ରୀଙ୍କ ମଧ୍ୟରେ ଏତେ ସମାନତା କିପରି ରହିଛି । ଏହାପରେ ଜାଣିବାକୁ ପାଇଲେ ଯେ, ତାଙ୍କ ସ୍ତ୍ରୀ ହେଉଛନ୍ତି ତାଙ୍କର ନିଜ ରକ୍ତର ଭଉଣୀ ।

ଏଭଳି ସ୍ଥିତିରେ ଜନ୍ମ ହୋଇଥିବା ପିଲା ଭିତରେ ଅସ୍ୱାଭାବିକତା ଦେଖିବାକୁ ମିଳେ, ଏମିତିକି ପିଲାର ସ୍ୱାସ୍ଥ୍ୟାବସ୍ଥା ମଧ୍ୟ ଖରାପ ରହେ । ତେବେ ଭଗବାନଙ୍କ ଆଶୀର୍ବାଦରୁ ତାଙ୍କ ପୁଅ ଶାରୀରିକ ଓ ମାନସିକ ଭାବେ ସୁସ୍ଥ ଅଛି । କିଡନୀ ପ୍ରତିରୋପଣ ପରେ ତାଙ୍କ ସ୍ତ୍ରୀଙ୍କ ସ୍ୱାସ୍ଥ୍ୟ ମଧ୍ୟ ଭଲ ରହିଛି ।